{ ଗଜପତିରୁ ରେଣୁବାଳା ବେହେରାଙ୍କ ରିପୋର୍ଟ } : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ନାମନଗଡ଼ର ମୁଖ୍ୟ ରାସ୍ତା ବର୍ଷାର ପ୍ରଭାବରେ ପାହାଡ଼ ଧସି ମାଟି ଅତଡା ସହ ବଡ଼ ବଡ଼ ପଥର ରାସ୍ତା ଅବରୋଧ କରିଛି।ମାଟି ଅତଡା ଓ ପଥର ଖସିବା ଯୋଗୁଁ ନାମନାଗଡ – ଅଜୟଗଡ ଗ୍ରାମକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଅବରୋଧ, ଯୋଗାଯୋଗ ବିଚ୍ଛିନ୍ନ ହୋଇ ପଡିଛି।ରାସ୍ତା ଉପରେ ପଡି ରହିଛି ମାଟି ଅତଡା , ସକାଳୁ ସକାଳୁ ପାହାଡ ଧସିଥିବା କୁହାଯାଉଥିବା ବେଳେ ସେହି ରାସ୍ତାରେ ଦୁଇଟି ସ୍ଥାନରେ ପାହାଡ ଧସିଛି ଗୁମ୍ମା ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ରାସ୍ତା ସଫା କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିବା ଜଣା ପଡିଛି।
Comments are closed, but trackbacks and pingbacks are open.