ଦୁର୍ଘଟଣାରେ ଲିଭିଗଲା ଜୀବନ ଦୀପ !

Get real time updates directly on you device, subscribe now.

{ ଜମନକିରାରୁ ଅବଦୁଲ ଗୁଲାମ କାଦିରଙ୍କ ରିପୋର୍ଟ } : ଜମନକିରା ଥାନା ଫାଶୀମାଲ ଗ୍ରାମ ପଞ୍ଚାୟତ ଦେହୁରୀଣି ମାଲ ଗ୍ରାମ ରେ ଦୁର୍ଘଟଣାରେ ଘଟି ୩୨ ବର୍ଷୀୟ ଦୀପକ ଠାକୁର ତାଙ୍କ ପ୍ରାଣ ହରାଇ ଛନ୍ତି। ଦୀପକ ଜଣେ ଦିନ ମଜୁରିଆ କରି ପରିବାର ପୋଷଣ କରୁଥିବା ବେଳେ ତାଙ୍କ ଦୁଇ ଜଣ ଶିଶୁ ଅଛନ୍ତି ଗ୍ରାମ ଲୋକ ସରକାରି ସହାୟତା ପ୍ରଦାନ ପାଇଁ ଦାବି କରିଛନ୍ତି। ଦୀପକ ଉକ୍ତ ଗ୍ରାମର ଆଶିଷ ପଟେଲଙ୍କ ଏକ ନମ୍ବର ବିହୀନ ଟ୍ରାକ୍ଟର ନେଇ ବିଲକୁ ଯାଉଥିବା ବେଳେ ଏହି ଅଘଟଣ ଘଟିଛି। ଗ୍ରାମ ବାସୀଙ୍କ କହିବା ଅନୁଯାଇ ଦୀପକ ଟ୍ରାକ୍ଟର ନେଇ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଛି। ଦୀପକ କୁ ଗାଡି ଚଳାଇ ଜାଣି ନ ଥିବା ବେଳେ ଗାଡି ମାଲିକ କାହିଁକି ତାକୁ ଗାଡି ଦେଲେ ବୋଲି ପ୍ରଶ୍ନ କରୁଛନ୍ତି। ଦୁର୍ଘଟଣା ପରେ ଦୀପକ ଙ୍କୁ ଫାଶୀମାଲ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର କୁ ନିଆଯାଇଥିଲା ଓ ପ୍ରାଥମିକ ଚିକିତ୍ସା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦୀପକଙ୍କ ମୃତ୍ୟୁ ଖବର ଜାଣିବା ପରେ ଗ୍ରାମରେ ଅଶାନ୍ତି ଦେଖା ଦେଇଥିଲା ଓ ଦୀପକ ଙ୍କ ପରିବାର ଲୋକଙ୍କୁ ସରକାରୀ ସହାୟତା ସହିତ କ୍ଷତିପୂରଣ ଦାବି ହୋଇଥିଲା। ଜମନକିରା ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ଶବ ବ୍ୟବଛେଦ ପାଇଁ ପଠାଇବା ପରେ ଦୁର୍ଘଟଣା ହୋଇଥିବା ଟ୍ରାକ୍ଟର ଜବତ କରି ଘଟଣା ର ତଦନ୍ତ କରୁଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons