{ ବଲାଙ୍ଗୀରରୁ ଅଞ୍ଜୁ ପୃଷ୍ଟିଙ୍କ ରିପୋର୍ଟ } : ପୁଲିସ ଆଗରେ ଗୁଣ୍ଡାଗିରି ବଦମାସଙ୍କ ଆଗରେ ମୂଷା ପାଲଟିଗଲା ପୁଲିସ । ପୁଲିସକୁ ଖୁଲମ୍ ଖୁଲ୍ଲା ଧମକ ଦେଲା ଦୃବୁର୍ତ୍ତ । ଭାଇଗିରି ଦେଖି ଡରିଗଲା ପୋଲିସ। ଏଭଳି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରି ବୁଲୁଛି । ବଲାଙ୍ଗିର ଜିଲ୍ଲା ବଡ଼ମାଳ ଫାଣ୍ଡିରେ ଘଟିଥିବା ଏହି ଘଟଣା ଏବେ ସାରା ରାଜ୍ୟରେ ଚହଳ ସୃଷ୍ଟି କଲାଣି । ଭିଡିଓ ରେ ଯାହା ଦେଖିବାକୁ ଶୁଣିବାକୁ ମିଳିଛି ତାହା ଆପଣଙ୍କୁ ବି ଆଚମ୍ବିତ କରିବ । ଫିଲ୍ମ ଷ୍ଟାଇଲରେ ପୁଲିସ କୁ ଧମକ ଦେଉଛି ଯୁବକ । ଏବଂ ପୁଲିସ ମୁଣ୍ଡପାତି ସହିଯାଉଛି । ପାଟି କୁ ଯାହା ଆସିଲା କହି ଯାଉଛି ବଦମାସ । ପୁଲିସ ପାଇଁ ଯେଉଁ ଭାଷା ବାହାର କରିଛି ଆମେ ଆପଣଙ୍କୁ ଶୁଣାଇ ପାରିବୁ ନାହିଁ । ତେବେ ବଲାଙ୍ଗିର ଜିଲ୍ଲା ବଡମାଲ ରେ ଘଟିଥିବା ଏହି ଘଟଣାକୁ ନେଇ ପୁଲିସ ଚୁପ୍ । ଯାହାଫଳରେ ଏବେ ଜିଲ୍ଲାରେ ନାନା ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ଦେଖିବାକୁ ବାକି ରହିଲା ପୁଲିସ ସଂପୃକ୍ତ ଯୁବକଙ୍କ ବସ୍ତ୍ୟ ବିରୋଧରେ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ନା ଡରି ଚୁପ୍ ରହିଯିବ ପୋଲିସ |
Comments are closed, but trackbacks and pingbacks are open.