{ ଜମନକିରାରୁ ଅବଦୁଲ ଗୁଲାମ କାଦିରଙ୍କ ରିପୋର୍ଟ } : ଜମନକିରା ବ୍ଲକ ଫାଶୀମାଲ ମଣ୍ଡିରେ ଅବ୍ୟବସ୍ଥା କମିବାର ବଦଳରେ ବୃଦ୍ଧି ପାଉଛି। ଫାଶୀମାଲ ଅଞ୍ଚଳ ର ଜଣେ ଚାଷୀଙ୍କ କହିବା ଅନୁଯାଇ ଫାଶୀମାଲ ଲ୍ୟାମ୍ପ କତୃପକ୍ଷ ମଣ୍ଡିକୁ ଯାଇ ସେଠାରେ ମିଲର୍ସଙ୍କ ଦଲାଲ ସାଜିଛନ୍ତି। ଲ୍ୟାମ୍ପ କତୃପକ୍ଷ ମଣ୍ଡିରେ ମିଲର୍ସ ଙ୍କ କଟନୀ ଛଟନୀରେ ଭାଗିଦାରୀ ହୋଇ ଚାଷୀଙ୍କୁ ଶୋଷଣ କରୁଥିବା ନେଇ ଅଞ୍ଚଳ ଚାଷୀ ହରମୋହନ ପଟେଲ କହିଛନ୍ତି। ଶ୍ରୀ ପଟେଲ ଙ୍କ କହିବା ଅନୁଯାଇ ଲ୍ୟାମ୍ପ କତୃପକ୍ଷ ଚାଷୀଙ୍କ ଧାନକୁ ବିଭିନ୍ନ ବାହନ କରି ମିଲର୍ସ ଙ୍କୁ ଅଧିକ କଟନୀ ଛଟନୀରେ ବିକ୍ରି କରିବାକୁ ବାଧ୍ୟ କରୁଛନ୍ତି। ଏଭଳି ଏକ ଘଟଣା ପୂର୍ବରୁ ମଧ୍ୟ ଦେଖା ଦେଇଥିଲା। ଫାଶୀମାଲ ଅଞ୍ଚଳ ର ଜଣେ ଚାଷୀଙ୍କ ଠାରୁ ପାଞ୍ଚ କେଜି କଟନୀ ଛଟନୀରେ ଧାନ ସଂଗ୍ରହ କରାଯାଇଥିଲା। ଏପରିକି ଅଞ୍ଚଳ ର ଅନ୍ୟ ଜଣେ ଚାଷୀଙ୍କ ଧାନ ଗାଡ଼ିରେ ଲୋଡ଼ କରାଯାଇଥିଲା ଓ ପରେ ଆଖି ସ୍କେନିଙ୍ଗ କରାଯିବା ସମୟରେ ତମର ଧାନ ନିଆ ଯାଇ ପାରିବ ନାହିଁ ତମର ଦୁଇଟି ଟୋକନ ଅଛି ପ୍ରଥମେ ବଡ଼ ଟୋକନ ରେ ଧାନ ବିକ୍ରି କର ବୋଲି କହିଥିଲେ ଯାହା ଫଳରେ ବାଧ୍ୟ ହୋଇ ଚାଷୀ ଖର୍ଚ୍ଚାନ୍ତ ରେ ପଡ଼ି ଗାଡ଼ିରେ ଲୋଡ଼ ହୋଇଥିବା ୭୦ ପକେଟ ଧାନ କୁ ଗାଡ଼ିରୁ ଓଲ୍ଲାଇବାକୁ ବାଧ୍ୟ ହୋଇଥିଲେ। ଏପରିକି ଅନେକ ଅବ୍ୟବସ୍ତା ରେ ଫାଶୀମାଲ ମଣ୍ଡିରେ ଚାଲୁଛି। ଜଣେ ଲ୍ୟାମ୍ପ କତୃପକ୍ଷ ଚାଷୀଙ୍କ ସମର୍ଥନରେ ନ ହୋଇ ମିଲର ଙ୍କ ସମର୍ଥନରେ ଚାଷୀଙ୍କୁ ହଇରାଣ ହରକତ କରୁଥିବା ଓ ମିଲର୍ସଙ୍କ ମନ ମୁତାବିକ କଟନୀ ଛଟନୀରେ ଭାଗ ହେଇ ଚାଷୀଙ୍କୁ ବିଭିନ୍ନ କଥା କହିବା କେତେଦୂର ଠିକ ବୋଲି ସାଧାରଣ ରେ ପ୍ରଶ୍ନ ହେଉଛି। ଏପରିକି ଏହି ଘଟଣା ଦ୍ୱାରା ବର୍ତମାନ ଫାଶୀମାଲ ସଚେତନ ଚାଷୀଙ୍କ ମହଲରେ ଲ୍ୟାମ୍ପ କତୃପକ୍ଷ ମିଲର୍ସଙ୍କ ଦଲାଲ ସାଜିଥିବା ନେଇ ଆଲୋଚନା ମଧ୍ୟ ହେଉଛି ଏଣୁକରି ସମ୍ବଲପୁର ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଚାଷୀ ମହଲରେ ଦାବି ହେଉଛି ଏ ସମ୍ପର୍କ ରେ ଫାଶୀମାଲ ଏମ ଡ଼ି ଙ୍କୁ ପଚାରିବାରୁ ଏହାକୁ ଖଣ୍ଡନ କରିଥିଲେ ମିଲର ଏବଂ ଚାଷୀଙ୍କୁ ଆପସୀ ବୁଝାମଣା ରେ ଧାନ କ୍ରୟ ହେଉଛି ଓ କଟନୀ ଚଟଣି ସମ୍ବନ୍ଧରେ ମୁଁ ଜାଣିନାହିଁ ବୋଲି ନିଜ ପ୍ରତିକ୍ରିୟା ରେ କହିଥିଲେ।
Comments are closed, but trackbacks and pingbacks are open.