{ କୋରାପୁଟରୁ ଦେବଦତ୍ତ ପାଣିଙ୍କ ରିପୋର୍ଟ } : ଶ୍ରୀ ଜଗନ୍ନାଥ ଦର୍ଶନ ତୀର୍ଥ ଯାତ୍ରାର ଶୁଭାରମ୍ଭ ଜିଲ୍ଲାପାଳ କୋରାପୁଟ ଶ୍ରୀ ମନୋଜ ସତ୍ୟୱାନ ମହାଜନଙ୍କ ଦ୍ୱାରା ହୋଇଯାଇଛି। ଏହି ଯାତ୍ରା ରେ କୋରାପୁଟ ଜିଲ୍ଲା ର ବିଭିନ୍ନ ବ୍ଲକ ଓ ପୌରପାଳିକା ରୁ 185 ଜଣ ତୀର୍ଥ ଯାତ୍ରୀ ଆଜି ସନ୍ଧ୍ୟା 6.00 ଘଟିକା ରେ ଶ୍ରୀକ୍ଷେତ୍ର ପୁରୀ କୁ ଗସ୍ତ କରିଛନ୍ତି।ଆଜି ସର୍ବ ପ୍ରଥମେ ସମସ୍ତ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ଏବଂ ସେମାନଙ୍କୁ କିଛି କିଛି ଜରୁରୀ ଔଷଧ ପ୍ରଦାନ କରାଯାଇଥିଲା। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ, କୋରାପୁଟ ତପନ କୁମାର ନାୟକ, ନରେଶ ଚନ୍ଦ୍ର ଶବର, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ବେଣୁଧର ଶବର, ଜିଲ୍ଲା ପରିବହନ ସଂଚାଳକ ଆରୋଷି ସାହୁ ଯୋଗଦାନ କରି ସମସ୍ତ ତୀର୍ଥ ଯାତ୍ରୀଙ୍କୁ ଉତ୍ସାହିତ କରିଥିଲେ ଏବଂ ସେମାନଙ୍କ ଶୁଭ ଯାତ୍ରା ପାଇଁ କାମନା କରିଥିଲେ। ସମସ୍ତ ତୀର୍ଥ ଯାତ୍ରୀ ଆସନ୍ତାକାଲି ସକାଳେ ପୁରୀ ରେ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବେ ଏବଂ ଆସନ୍ତା କାଲି ସନ୍ଧ୍ୟା ରେ ପୁରୀ ଠାରୁ ବାହାରି ୧୯ତାରିଖରେ ସମସ୍ତ ତୀର୍ଥଯାତ୍ରୀ କୋରାପୁଟ କୁ ପ୍ରତ୍ୟାବର୍ତ୍ତନ କରିବେ।


Comments are closed, but trackbacks and pingbacks are open.