{ ତିର୍ତ୍ତୋଲରୁ ପ୍ରସନ୍ନଜିତ ଦାସଙ୍କ ସହ ସୋନାଲି ପଣ୍ଡାଙ୍କ ରିପୋର୍ଟ } ତିର୍ତ୍ତୋଲ ଥାନା ପୁଲିସ ଏକ ମାମଲାରେ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅଧୀନ ଗୋପିଆକୁଡ଼ା ଗ୍ରାମର ସୋମିଆ ରଞ୍ଜନ ନାଥ (ପିତା– ଶିବ ପ୍ରସାଦ ନାଥ) ଓ ବାଇକ୍ ନାଥ (ପିତା– ପ୍ରକାଶ ଚନ୍ଦ୍ର ନାଥ)।
ପୁଲିସ ସୂଚନା ଅନୁଯାୟୀ, ତିର୍ତ୍ତୋଲ ଥାନା କେସ୍ ନମ୍ବର–୩୬୩ରେ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୩୨୯(୩), ୩୨୪(୪), ୩୨୪(୫), ୬୧(୧) ଏବଂ ୩(୫) ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା। ଘଟଣାର ତଦନ୍ତ ସମୟରେ ପୁଲିସ ବିଭିନ୍ନ ସାକ୍ଷ୍ୟ ଓ ପ୍ରମାଣ ସଂଗ୍ରହ କରିବା ସହ ଅଭିଯୁକ୍ତମାନଙ୍କ ସମ୍ପୃକ୍ତି ସମ୍ପର୍କରେ ତଥ୍ୟ ହାସଲ କରିଥିଲା। ପରବର୍ତ୍ତୀ ସମୟରେ ଉଭୟଙ୍କୁ ଆଇନ ଅନୁଯାୟୀ ଗିରଫ କରାଯାଇଥିଲା।
ଗିରଫ ପରେ ଅଭିଯୁକ୍ତମାନଙ୍କର ସମସ୍ତ ଆବଶ୍ୟକୀୟ ଆଇନଗତ ପ୍ରକ୍ରିୟା ସମ୍ପନ୍ନ କରାଯାଉଛି। ଏଥିସହ ସେମାନଙ୍କର ଡାକ୍ତରୀ ପରୀକ୍ଷା କରାଯିବା ପରେ ଆସନ୍ତାକାଲି ମାନ୍ୟବର ଅଦାଲତରେ ହାଜର କରାଯିବ ବୋଲି ତିର୍ତ୍ତୋଲ ପୁଲିସ ପକ୍ଷରୁ ସୂଚନା ମିଳିଛି। ପୁଲିସ କହିଛି ଯେ, ମାମଲାର ତଦନ୍ତ ଜାରି ରହିଛି ଏବଂ ଘଟଣା ସହ ଅନ୍ୟ କାହାରି ସମ୍ପୃକ୍ତି ଥିଲେ ସେମାନଙ୍କ ବିରୋଧରେ ମଧ୍ୟ ଆଇନାନୁଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Comments are closed, but trackbacks and pingbacks are open.