ନୂତନ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଆବେଦନ ପାଇଁ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ

Get real time updates directly on you device, subscribe now.

{ ସମ୍ବଲପୁର କୁଚିଣ୍ଡାରୁ ରିଙ୍କୁ କୁସୁମଙ୍କ ରିପୋର୍ଟ } : କୁଚିଣ୍ଡା ସବ ଡିଭିଜନ ଜମନକିରା ବ୍ଳକ ବିଡ଼ିଓ ରବୀନ୍ଦ୍ର ସେଠି ଙ୍କ ଅଧ୍ୟକ୍ଷତା ରେ ଜମନକିରା ବ୍ଲକ ଅନ୍ତର୍ଗତ ବଡ଼ମାଳ, ଭୋଜପୁର, ଡିମିରିମୁଣ୍ଡା, ଜମନକିରା, କଟଙ୍ଗପାଣି, କେନାଢିପା, ସର୍ଡା, ସିରିଡ଼ି, ସୁବର୍ଣ୍ଣପାଲି ଟିକିବା, ଟିକିଲିପଡ଼ା ପଞ୍ଚାୟତ ରେ ନୂତନ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଆବେଦନ ପାଇଁ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ପଞ୍ଚାୟତର ସମସ୍ତ ଜନସାଧାରଣ ଉପସ୍ଥିତ ରହିଥିଲେ ଓ କିଭଳି ନିଜେ ଏହି ଯୋଜନାରେ ଆବେଦନ ସହ ସର୍ଭେ କରିପାରିବେ ଏ ସମ୍ପର୍କରେ ଅବଗତ କରାଇଥିଲେ। ଗ୍ରାମାଞ୍ଚଳ ର ପ୍ରତ୍ୟେକ ପରିବାରଙ୍କ ମୁଣ୍ଡ ଉପରେ ପକ୍କା ଛାତଟିଏ ଗଢି ତୋଳି ସେମାନଙ୍କୁ ନିରାପଦ ଆଶ୍ରୟସ୍ଥଳୀ ଯୋଗେଇଦେବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରାଥମିକତା ଥିବାରୁ ସରକାର ବଳକା ଥ‌ିବା ସମସ୍ତ ଯୋଗ୍ୟ ପରିବାରଙ୍କୁ ଚିହ୍ନଟ କରି ସେମାନଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଗୃହ ମଂଜୁର ଲକ୍ଷ ରେ ନୂତନ ସର୍ଭେ ଆରମ୍ଭ କରିବା ପୂର୍ବରୁ ସମସ୍ତ ସର୍ଭେ କେବଳ କ୍ଷେତ୍ର କର୍ମଚାରୀଙ୍କ ଦ୍ବାରା ନ ହୋଇ ଆଶାୟୀ ପରିବାର ମଧ୍ୟ ନିଜର ସର୍ଭେ କରି ଯୋଜନରେ ସାମିଲ ହୋଇ ପାରିବେ। ଏହି କର୍ମଶାଳା ରେ ହିତାଧ୍ୟାକାରୀଙ୍କୁ ନିଜ ଦ୍ବାରା ସର୍ଭେ କରିବାର ପ୍ରଣାଳୀ ବୁଝାଇବା ସହିତ ସର୍ଭେ ସମୟରେ ଆବଶ୍ୟକ ହେଉଥ‌ିବା ପରିବାର ସଦସ୍ୟ ଙ୍କ ଆଧାର, ଜବ କାର୍ଡ, ବ୍ୟାଙ୍କ ଜମା ଖାତା ବିବରଣୀ ଇତ୍ୟାଦି ସଂକ୍ରାନ୍ତୀୟ ତଥ୍ୟ କୁ ପ୍ରସ୍ତୁତ ରଖିବା ପାଇଁ ଜଣେଇ ଦିଆଯାଇଥିଲା। ବିଭିନ୍ନ ପଞ୍ଚାୟତ ରେ ସରପଞ୍ଚ ଓ ପଞ୍ଚାୟତ ଅଧିକାରୀ ମାନେ ଏହି ତାଲିମ ପ୍ରଦାନ କରିଥିବା ବେଳେ ବିଡ଼ିଓ ଶ୍ରୀ ରବୀନ୍ଦ୍ର ସେଠି ନିଜେ କଟଙ୍ଗପାଣି ପଞ୍ଚାୟତ ଓ ଜମନକିରା ପଞ୍ଚାୟତ ରେ ଜନ ସାଧାରଣଙ୍କୁ ଏହି ପ୍ରଶିକ୍ଷଣ ପ୍ରଦାନ କରିଥିଲେ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons