ରଣପୁରରେ ଅଭାବନୀୟ ଘଟଣା

Get real time updates directly on you device, subscribe now.

{ ରଣପୁରରୁ ରଞ୍ଜନ କୁମାର ଦାସଙ୍କ ରିପୋର୍ଟ } : ନୟାଗଡ଼ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ କୁଳାସର ପଞ୍ଚାୟତ ନିଳପଲୀ ଗ୍ରାମ ରେ ଥିବା ମଦରସା ର ଏକ ପରିତ୍ୟକ୍ତ ଟାଙ୍କିରୁ ଗୋଟିଏ ବାର ବର୍ଷ ବୟସ ପିଲାର ମୃତ ଦେହ ଉଦ୍ଧାର କରାଯାଇଛି। ପିଲାଟି ଉକ୍ତ ମଦରସା ରେ ରହି କିଛି ବର୍ଷ ହେବ ପାଠ ପଢୁଥିଲା । ପିଲାଟିର ଗ୍ରାମ ବଡମ୍ବା ନରସିଂହପୁର ଅଞ୍ଚଳ ର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ମୃତକଙ୍କ ପରିବାର ଏହାକୁ ଏକ ହତ୍ୟା ବୋଲି ଦାବି କରୁଥିବା ଅଭିଯୋଗ କରିବା ସହ ଏହାର ନିରପେକ୍ଷ ତଦନ୍ତ କରିବାପାଇଁ ଦାବୀ କରିଛନ୍ତି। ସ୍ଥାନୀୟ ପୋଲିସ ପ୍ରସାଶନ ଏବଂ ଫାୟାର ବାହିନୀ ଙ୍କ ସହାୟତା ରେ ଟାଙ୍କିରୁ ମୃତ ଦେହ ଉଦ୍ଧାର କରାଯାଇଥିବା ବେଳେ ଘଟଣା ସ୍ଥଳରେ ଚାପା ଉତେଜନା ସୃଷ୍ଟି ହୋଇଛି l

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons