WhatsApp ରୁ ଚୋରି ହେଉଛି କି ଆପଣଙ୍କ ଗୁରୁତ୍ବପୂର୍ଣ୍ଣ ତଥ୍ୟ : ଏଭଳିଭାବେ ସୁରକ୍ଷିତ ରଖନ୍ତୁ ଆପଣଙ୍କ ଆକାଉଣ୍ଟ

Get real time updates directly on you device, subscribe now.

ନୂଆଦିଲ୍ଲୀ : କରୋନା ଭାଇରସ୍ ଯୋଗୁଁ ଲୋକେ ମାସେ ହେବ ନିଜ ଘରେ ରହୁଛନ୍ତି। ଏପରି ପରିସ୍ଥିତିରେ ଅଧିକାଂଶ ସମୟ ସୋସିଆଲ ଆପରେ ହିଁ ବିତୁଛି। ଏହାର ଫାଇଦା ହ୍ୟାକର୍ସ ଉଠାଉଛନ୍ତି। ସ୍ପାଇଓ୍ବେୟାର ସହ ଜଡ଼ିତ ମାମଲା ସାମନାକୁ ଆସିବା ପରେ WhatsApp ଆକାଉଣ୍ଟକୁ ସେଫ୍ ରଖିବା ନିହାତି ଜରୁରୀ ହୋଇ ପଡ଼ିଛି। ଏଥିପାଇଁ WhatsApp ନିଜ ୟୁଜର୍ସଙ୍କ ସିକ୍ୟୁରିଟି ଏବଂ ପ୍ରାଇଭେସି ପାଇଁ ଅନେକ ଫିଚର ଅଫର କରୁଛି। ଯାହା ଫଳରେ ୟୁଜର୍ସଙ୍କ WhatsApp ଆକାଉଣ୍ଟକୁ ହ୍ୟାକର୍ସଙ୍କଠୁ ସୁରକ୍ଷିତ ରଖାଯାଇପାରିବ। ଆସନ୍ତୁ ଜାଣିବା ଟ୍ଟ
୧. WhatsApp ଆକାଉଣ୍ଟକୁ ସେଫ୍ କରିବା ପାଇଁ ଆମେ ଆପଣଙ୍କୁ WhatsApp ଟୁ-ଷ୍ଟେପ୍ ଭେରିଫିକେସନ୍ ଫିଚର ବିଷୟରେ କହିବା। ଏହାକୁ ଆକ୍ଟିଭେଟ୍ କରି ଆପଣ ନିଜ WhatsApp ଡାଟାର ସିକ୍ୟୁରିଟିକୁ ଉନ୍ନତ କରିପାରିବେ।
୨. ଫିଚର ଆକ୍ଟିଭେଟ୍ ହେଲେ ଫୋନ୍ ରିସେଟ୍ କିମ୍ବା ସିମ୍ ବଦଳିଲେ WhatsApp ଆକାଉଣ୍ଟରେ ଲଗ୍ ଇନ୍ କରିବା ପାଇଁ ୬ଅଙ୍କ ବିଶି​‌ଷ୍ଟ ଏକ ପାସକୋଡର ଆବଶ୍ୟକତା ପଡ଼ିବ। ଆସନ୍ତୁ ଜାଣିବା ଏହି ଫିଚର ଆକ୍ଟିଭେଟ୍ କରିବାର ସହଜ ଉପାୟ ବିଷୟରେ
୩. ଟୁ-ଷ୍ଟେପ୍ ଭେରିଫିକେସନକୁ ଆକ୍ଟିଭେଟ୍ କରିବା ପାଇଁ WhatsApp ଓପନ କରି ସେଟିଙ୍ଗସକୁ ଯାଆନ୍ତୁ। ଏଠାରେ ଆକାଉଣ୍ଟ ସେକ୍ସନରେ ଆପଣଙ୍କୁ ଟୁ-ଷ୍ଟେପ୍ ଭେରିଫିକେସନର ଅପ୍ସନ୍ ମିଳିବ ଯାହାକୁ ସେଟିଙ୍ଗସରେ ଯାଇ ଏନାବେଲ୍ କରନ୍ତୁ। ଏପରି କରିବା ପରେ ଆପଣଙ୍କୁ ୬ଅଙ୍କର ପିନ୍ ଏଣ୍ଟର କରିବାକୁ ପଡ଼ିବ।
୪. ପିନ୍ କନଫର୍ମ କରିବା ପରେ WhatsApp ଆପଣଙ୍କୁ ଏକ ଇମେଲ୍ ଆଡ୍ରେସ୍ ଆଡ୍ କରିବାକୁ କହିବ। ଏହି ଇମେଲ୍ ଆଡ୍ରେସର ବ୍ୟବହାର ଆପଣ ପିନ୍ ଭୁଲିଗଲେ ଏହାକୁ ରିସେଟ୍ କରିବା ପାଇଁ କରି ପାରିବେ।
୫. ଧ୍ୟାନ ରଖନ୍ତୁ ଯେ ଇମେଲ୍ ଆଡ୍ରେସରେ ଆପଣଙ୍କ ଦ୍ବାରା କୌଣସି ଭୁଲ୍ ନହେଉ କାରଣ WhatsApp ଏହାକୁ ଭେରିଫାଇ କରେ ନାହିଁ। ଏପରି ପରିସ୍ଥିତିରେ ଯଦି ଆପଣ ଭୁଲ୍ ଇମେଲ୍ ଏଣ୍ଟର କରୁଛନ୍ତି,ତେବେ ଟୁ-ଷ୍ଟେପ୍ ଭେରିଫିକେସନ୍ ପିନ୍ ଭୁଲିଲେ ଏହାକୁ ରିସେଟ୍ କରିବା କଷ୍ଟକର ହୋଇପଡ଼ିବ। ଇମେଲ୍ ଆଡ୍ରେସ୍ ଦେବା କିମ୍ବା ନଦେବା ଆପଣଙ୍କ ଉପରେ ନିର୍ଭର କରିଥାଏ। ଆପଣ ଚାହିଁଲେ ଏହି ଷ୍ଟେପକୁ ଛାଡ଼ି ମଧ୍ୟ ପାରିବେ।
୬. ଏହି ଫିଚର ସାହାଯ୍ୟରେ ଆପଣ ନିଜର WhatsApp ଆକାଉଣ୍ଟକୁ ଫିଙ୍ଗରପ୍ରିଣ୍ଟ ଦ୍ବାରା ସିକ୍ୟୋର କରି ପାରିବେ। ଏହାକୁ ଏନାବେଲ୍ କରିବା ପାଇଁ ସେଟିଙ୍ଗସରେ ଦିଆଯାଇଥିବା ଆକାଉଣ୍ଟ ଅପ୍ସନକୁ ଯାଆନ୍ତୁ ଏବଂ ପ୍ରାଇଭେସିରେ ଟ୍ୟାପ୍ କରନ୍ତୁ। ଏଠାରେ ଆପଣଙ୍କୁ ସବୁଠୁ ଶେଷରେ ଫିଙ୍ଗରପ୍ରିଣ୍ଟ ଲକର ଅପ୍ସନ୍ ମିଳିବ। ଯାହାକୁ ଆପଣ ଟାଗଲ୍ ଅନ୍ କରି ଆକ୍ଟିଭେଟ୍ କରି ପାରିବେ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons