{ ତିର୍ତ୍ତୋଲରୁ ପ୍ରସନ୍ନଜିତ୍ ଦାସଙ୍କ ରିପୋର୍ଟ } : ଜଗତସିଂହପୁର ଜିଲ୍ଲା ଜଳ ସେଚନ ବିଭାଗ ଆନୁକୂଲ୍ୟ ରେ ମଣିଜଙ୍ଗା ଜଳ ସେଚନ ବିଭାଗ ସବଡ଼ିଭିଜନ ର ପ୍ରତକ୍ଷ୍ୟ ତତ୍ୱବଧାନରେ ପାଞ୍ଚ କୋଟି ଟଙ୍କା ବ୍ୟଅଟକଳ ରେ ରାହାମା ଠାରେ ମହାନଦୀ ଦକ୍ଷିଣ ପାଶ୍ୱରେ ଏକ ପଥର ବୁରୁଜ ନିମାଣ ହେଉଛି।ଏହି କାଯ୍ୟ କୁ ତଦାରଖ କରିବା ପାଇଁ କନିଷ୍ଠ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କୁ ଦାୟିତ୍ୱ ବିଭାଗ ତରଫରୁ ପ୍ରଦାନ କରାଯାଇଛି।ମାର ମାର ଭଣ୍ଡାରିଆ କୁ ମାର ନୀତିରେ ଏହି ପଥର କାଯ୍ୟ ଚାଲୁ ରହି ଥିବା ବେଳେ ଧଳା ଓ ନାଲି ପଥର ବ୍ୟବହାର କରାଯାଇ କାଯ୍ୟ ହେଉଥିବା ବେଳେ ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ନିଜ ଆଖିରେ ଶୁଖୁଆ କଣ୍ଟା ମାରି ସବୁ ଦେଖି ନ ଦେଖିବାଭଳି ଅଭିନୟ କରୁଛନ୍ତି।କୋଟି କୋଟି ବ୍ୟୟରେ ହେଉଥିବା ପଥର ବୁରୁଜ କାଯ୍ୟ ଧଳା ଓ ନାଲି ପଥର ହେଉଛି। ଏହି କାଯ୍ୟରେ ବ୍ୟବହୃତ ପଥର ର ସ୍ଥାୟୀତ୍ୱ କୁ ନେଇଁ ଉଠିଛି ପ୍ରଶ୍ନବାଚି ? ସହକାରୀ ଯନ୍ତ୍ରୀ ଙ୍କୁ ପଚାରିଲେ କହୁଛନ୍ତି ୩୦୦ ମିଟର କାମ ବୋଲି ଓ କନିଷ୍ଠ ଯନ୍ତ୍ରୀ କହୁଛନ୍ତି ୫୦୦ ମିଟର ଦୁଇ ଟି କଥା ରୁ କାହା କଥା ଠିକ।କାଯ୍ୟ ସ୍ଥଳୀ ରେ ଅଛି ନା ଫଳକ ନା ନିୟମା ବାଳି।ଏଥି ପାଇଁ ଦାଇ କିଏ ? ଅଧିକାରୀ ମାନେ କାଯ୍ୟ ସ୍ଥଳୀ ରେ କାଯ୍ୟ ତଦାରଖ କରୁଛନ୍ତି ନା ନାହିଁ ସେ କଥା ଖାଲି ଭଗବାନଙ୍କୁ ଜଣା।କଳା ପଥର ରେ କାଯ୍ୟ କରିବା ନିୟମ ଥିଲେ ମଧ୍ୟ୍ୟ କେମିତି ଧଳା ଓ ନାଲି ପଥର ରେ କଯ୍ୟ ହେଉଛି ଏହା କଣ ଯନ୍ତ୍ରୀ ଙ୍କୁ ଦେଖା ଯାଉ ନାହିଁ।ଠିକାଦାର ଓ ଯନ୍ତ୍ରୀ ଙ୍କ ମଧ୍ୟ ରେ କିଛି ହେର ଫେର ହେଉନାହିଁ ତ ଏହି କଥା ସାଧାରଣ ରେ ଚର୍ଚ୍ଚା ର ବିଷୟ ପାଲଟିଛି।ଡବଲ ଇଞ୍ଜିନ ସରକାର ସ୍ଵଛତା କଥା କହୁ ଥିବା ବେଳେ ନା ଏଠି ଅଛି ସ୍ଵଛତା ନା ସରକାର ଙ୍କ ନିତି ନିୟମ।ସେଥି ପାଇଁ ଚାରି ଆଡେ ଆଲୋଚନା ହେଉଛି ଯେ ସେ ଭଗବାନ ହିଁ ସାହା।
Comments are closed, but trackbacks and pingbacks are open.