{ ମୟୂରଭଞ୍ଜରୁ ସ୍ଵତନ୍ତ୍ର ପ୍ରତିନିଧି ମନୋଜ କୁମାର ବେହେରାଙ୍କ ରିପୋର୍ଟ } : ବାରିପଦା ବନଖଣ୍ଡ ବିଭାଗ ପକ୍ଷରୁ ଶଙ୍ଖାଭଙ୍ଗା ସ୍ଥିତ ନର୍ସରୀ ଠାରେ ବିଭାଜନ ସ୍ତରୀୟ ବନାଗ୍ନି ନିବାରଣ ଓ ଏହାର ସଫଳ ମୁକାବିଲା ନିମନ୍ତେ କାର୍ଯ୍ୟଶାଳା ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର ସର୍ବବୃହତ ଜୈବ ମଣ୍ଡଳ ଶିମିଳିପାଳରେ ନିଆଁ ଲାଗିବାରୁ ସୁରକ୍ଷା ଦେବା ଏବଂ ଏହି ବନାଗ୍ନିକୁ ରୋକିବା ନିମନ୍ତେ ପ୍ରଶାସନିକ ସ୍ତରରେ ବିଭିନ୍ନ ପଦକ୍ଷେପ ନିଆଯାଉଛି। ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏହି ବନାଗ୍ନି ରୋକିବା ନିମନ୍ତେ, ଜଙ୍ଗଲ ଅଗ୍ନି ନିରାକରଣ ଏବଂ ପରିଚାଳନା କାର୍ଯ୍ୟ ଯୋଜନା ସମ୍ବନ୍ଧରେ ଜିଲ୍ଲା ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ସେହି ପରିପ୍ରେକ୍ଷୀରେ ଆଜି ଜନସାଧାରଣଙ୍କ ସହଭାଗିତା ନିମନ୍ତେ ନିୟୋଜିତ ବିଭିନ୍ନ ଜରୁରୀକାଳୀନ ପଦାଧିକାରୀଙ୍କ ପାଇଁ ଏହି କାର୍ଯ୍ୟଶାଳା ସମେତ ମକ ଡ୍ରିଲ ମଧ୍ୟ ଅନୁଷ୍ଠିତ ହୋଇଛି।ଉକ୍ତ କାର୍ଯ୍ୟଶାଳାରେ ବାରିପଦା ବନଖଣ୍ଡ ଅଧିକାରୀ ଏ. ଉମା ମହେଶଙ୍କ ସମେତ ଜିଲ୍ଲା ଜରୁରୀକାଳୀନ ଅଧିକାରିଣୀ ସୁଶ୍ରୀ ଶ୍ରଦ୍ଧା ସୁମନ, ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀ ଶ୍ରୀ ଅବିନାଶ ପାଣି, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ସୁଜିତ କୁମାର ପ୍ରଧାନ, ସହକାରୀ ବନ ସଂରକ୍ଷଣକାରୀ, ଶ୍ରୀ ରବିନାରାୟଣ ମହାନ୍ତି ଓ ଅନରାରି ୱାର୍ଡେନ ଶ୍ରୀ ବିଭୁତି ପଟନାୟକ ପ୍ରମୁଖ ଯୋଗ ଦେଇ ବନାଗ୍ନିକୁ ରୋକିବା ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ନେବାପାଇଁ ବିଭିନ୍ନ କାର୍ଯ୍ୟାବଳୀ ବିଷୟରେ ମତ ପ୍ରକାଶ କରିଥିଲେ।ବୈଠକ ପ୍ରାରମ୍ଭରେ ବାରିପଦା ବନଖଣ୍ଡ ଅଧିକାରୀ ଶ୍ରୀ ଏ. ଉମା ମହେଶ ସୂଚନା ଦେଇଥିଲେଯେ ଶିମିଳିପାଳରେ ନିଆଁ ଲାଗିବାର ପ୍ରମୁଖ କାରଣ ହେଉଛି ପରିବେଶ ସଚେତନତା ଅଭାବ ଏବଂ ପ୍ରକୃତିକୁ ବଞ୍ଚାଇବା ପାଇଁ ନିଜସ୍ୱ ଇଚ୍ଛା ଆବଶ୍ୟକ।ଏହା ଛଡା ଅନେକ ମନୁଷ୍ୟକୃତ କାର୍ଯ୍ୟକଳାପ ଯଥା ପୋଡୁଚାଷ, ଧାନ ନଡ଼ା ଜାଳିବା, ଶିକାର ଉଦ୍ଦେଶ୍ୟରେ ଜଙ୍ଗଲରେ ନିଆଁ ଲଗାଇଦେବା , ଅନଧିକାର ଜବରଦଖଲ, ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ଭଳି କାର୍ଯ୍ୟ ଯୋଗୁଁ ବନାଗ୍ନି ଭଳି ଦୁର୍ବିପାକ ହେଉଛି। ଏଣୁ ଏହି ମନୁଷ୍ୟକୃତ କାର୍ଯ୍ୟକଳାପ ଠାରୁ ନିବୃତ୍ତ ରହିବାପାଇଁ ସଚେତନତା କାର୍ଯ୍ୟକ୍ରମ ପ୍ରତେକ ଅଂଚଳ ଯାହା ଶିମିଳିପାଳ ସହିତ ଲାଗିରହିଛି, ସେହିଠାରେ ଅନୁଷ୍ଠିତ ହେବ। ଉକ୍ତ କାର୍ଯ୍ୟକ୍ରମରେ ପୋଲିସ, ଅଗ୍ନିଶମ, ଅବକାରୀ, ଜରୁରୀକାଳୀନ, ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ବିଭିନ୍ନ ମକ ଡ୍ରିଲ ଅନୁଷ୍ଠିତ ହୋଇଥିଲା ଏବଂ ଏହି ମକ ଡ୍ରିଲ ଏବଂ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବିଭିନ୍ନ ବନଖଣ୍ଡରେ ଆସନ୍ତା ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ସୂଚନା ପ୍ରାପ୍ତ ।
Comments are closed, but trackbacks and pingbacks are open.