{ ଜଗତସିଂହପୁରରୁ ରାକେଶ କୁମାର ରାୟଙ୍କ ରିପୋର୍ଟ } : ଆଜି ତିର୍ତ୍ତୋଲ ବ୍ଲକର ମଣିଜଙ୍ଗା ଠାରେ ଜିଲ୍ଲା ସ୍ତରୀୟ ବିଶ୍ଵ ମୃତ୍ତିକା ଦିବସ ପାଳନ କରାଯାଇଛି। ଉକ୍ତ ଉତ୍ସବରେ ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ବେହେରା , ଆତ୍ମା ଅଧ୍ୟକ୍ଷ ଶ୍ରୀ ଦେବେନ୍ଦ୍ର କୁମାର ମଲ୍ଲିକ,ମଣିଜଙ୍ଗା ଗ୍ରା.ପ ର ସରପଞ୍ଚ ଶ୍ରୀ ଶଶଧର ମଲ୍ଲିକ, ସମିତି ସଭ୍ୟ ଶ୍ରୀ ନଚିକେତା ଦାସ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ବିଶ୍ୱଜିତ୍ ପଣ୍ଡା , ସହକାରୀ କୃଷି ନିର୍ଦ୍ଦେଶକ ଶ୍ରୀ ସମଲେଇ ପ୍ରସାଦ ପରିଡା, ମୃତ୍ତିକା ସଂରକ୍ଷଣ ବିଭାଗ, ଜଗତସିଂହପୁର ର ସହକାରୀ ନିର୍ଦେଶକ ଶ୍ରୀ ଜ୍ୟୋତି ରଞ୍ଜନ ମିଶ୍ର, କୃଷି ବିଜ୍ଞାନ କେନ୍ଦ୍ର, ଜଗତସିଂହପୁର ର ବୈଜ୍ଞାନିକ ଡ ପ୍ରଦୀପ୍ତ କୁମାର ଏବଂ ଅନ୍ୟ ବିଭାଗୀୟ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ।ବିଶ୍ଵ ମୃତ୍ତିକା ଦିବସ ଉପଲକ୍ଷେ ଅନୁଷ୍ଠିତ ହୋଇଥିବା ପୋଷ୍ଟର ପ୍ରତିଯୋଗିତାରେ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ବ୍ଲକ୍ ଅଧ୍ୟକ୍ଷ ଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା ଏବଂ ତିର୍ତ୍ତୋଲ ବ୍ଲକ ର ଚାଷୀ ମାନଙ୍କୁ ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ ବଣ୍ଟନ କରାଯାଇଥିଲା। ଉପସ୍ଥିତ ବୈଜ୍ଞାନିକ ଏବଂ ବିଭାଗୀୟ ଅଧିକାରୀ ମାନଙ୍କ ଦ୍ଵାରା ବିଶ୍ଵ ମୃତ୍ତିକା ଦିବସର ତାତ୍ପର୍ଯ୍ୟ ଏବଂ ମୃତ୍ତିକା ର ଯତ୍ନ,ପରିମାପ, ପର୍ଯ୍ୟବେକ୍ଷଣ ଓ ପରିଚାଳନା ଉପରେ ବୈଷୟିକ ଜ୍ଞାନ ପ୍ରଦାନ କରାଯାଇଥିଲା।
Comments are closed, but trackbacks and pingbacks are open.