‘ଅକ୍ସିଜେନ୍’ ନେଇ ଆସୁଛନ୍ତି ସମ୍ବିତ ଓ ତମନ୍ନା

Get real time updates directly on you device, subscribe now.

ଜୀବନ ପାଇଁ ‘ଅକ୍ସିଜେନ୍’ର ଭୂମିକା କ’ଣ ତାହା କହିବା ଅନାବଶ୍ୟକ । ଏଇଭଳି ଏକ ସମ୍ବେଦନଶୀଳ ବିଷୟକୁ ଆଧାର କରି ଆର୍ପି ପ୍ରଡକ୍ସନ୍ସ ବ୍ୟାନରରେ ନିର୍ମାଣ ହେଉଛି ଏକ ଭିନ୍ନ ଧରଣର ଚଳଚ୍ଚିତ୍ର । ଯାହାର ଶୀର୍ଷକ ରହିଛି ‘ଅକ୍ସିଜେନ୍’ । କିନ୍ତୁ ମଜା କଥା ଏଇୟା ଯେ, ଏହା ହେଉଛି ଏକ ପ୍ରେମ ତଥା ହାସ୍ୟରସଭିତ୍ତିକି ଚଳଚ୍ଚିତ୍ର । ଅର୍ଥାତ୍ ସମ୍ପୂର୍ଣ୍ଣ ମନୋରଞ୍ଜନଭିତ୍ତିକ ଏକ ବ୍ୟବସାୟୀଧର୍ମୀ ସିନେମା । ଯେଉଁଥିରେ ବହୁତ କିଛି ଶିକ୍ଷଣୀୟ କଥା ଦେଖିବାକୁ ପାଇବେ ଦର୍ଶକ । ସାମାଜିକ ବାର୍ତ୍ତା ଓ ମନୋରଞ୍ଜନକୁ ନେଇ ସିନେମାର କାହାଣୀ ଲେଖିବା ସହ ଏହାର ଚିତ୍ରନାଟ୍ୟ ପ୍ରସ୍ତୁତି ଓ ସଂଳାପ ରଚନା କରିଛନ୍ତି ଡ. ରଶ୍ମୀରଞ୍ଜନ ପଣ୍ଡା । ହସି ହସି ବେଦମ ହେଲାଭଳି ଏହି ସିନେମାର ପ୍ରଯୋଜନା କରିଛନ୍ତି ଶିବପ୍ରସାଦ ପଣ୍ଡା । ଭରପୂର ନାଟକ ସହ ଅନେକ ରହସ୍ୟ ଓ ରୋମାଞ୍ଚ ସିନେମାରେ ମଧ୍ୟ ଦେଖିବାକୁ ପାଇବେ ବୋଲି ନିଦେ୍ର୍ଧଶକ ପିନୁ ନାୟକ କହିଛନ୍ତି । ଏହାର ମୁଖ୍ୟ ଭୂମିକାରେ ସମ୍ବିତ ଓ ତମନ୍ନା ଥିଲା ବେଳେ ଅନ୍ୟମାନଙ୍କ ମଧ୍ୟରେ ବବି ମିଶ୍ର, ବାବୁ ପ୍ରଧାନ, ଟନିଆ, ନିଖିଳେଶ ଘୋଷ, ଉମାକାନ୍ତ ମୁଦୁଲି, କ୍ରିଷ୍ଣା, ଶ୍ରାବଣୀ, ରଶ୍ମୀ ପାଢ଼ୀ, ସୀମା, ଥିନ୍, କମଲ, ପୃଥ୍ୱୀରାଜ, ଡିସ୍କୋ, ପ୍ରସନ୍ନ ସାହୁ, ଜଗନ୍ନାଥ, ଶିଶୁ କଳାକାର ରାଜା ପ୍ରମୁଖ ଅଭିନୟ କରୁଛନ୍ତି । ଏ ସିନେମା ପୂର୍ବରୁ ସମ୍ବିତ ଓ ତମନ୍ନା ‘ଶ୍ରୀକ୍ଷେତ୍ର’ରେ ଏକାଠି ନଜର ଆସିଥିଲେ । ଏବେ ପୁଣି ଥରେ ଦର୍ଶକ ତାଙ୍କୁ ଆଉଥରେ ଦେଖିବେ । ଏହି ସିନେମାରେ ପୁଣି ଧମାଲ କରିବାକୁ ଯାଉଛନ୍ତି ନିଦେ୍ର୍ଧଶକ ପିନୁ ନାୟକ ଓ ସଙ୍ଗୀତ ନିଦେ୍ର୍ଧଶକ ଅଭିଜିତ ମଜୁମଦାରଙ୍କ ଯୋଡ଼ି । ଗୀତ ଲେଖିଛନ୍ତି ଡ. ନିର୍ମଳ ନାୟକ, ତପୁ ନାୟକ ଓ ସତ୍ୟରଞ୍ଜନ । ଅଜିତ ଦାସ କ୍ୟାମେରା ପରିଚାଳନା କରୁଥିଲା ବେଳେ ରଞ୍ଜନ ଖଟେଇ ସମ୍ପାଦନା କରୁଛନ୍ତି । କୋରିଓଗ୍ରାଫି କରୁଛନ୍ତି ରାଜେନ୍ଦ୍ର ଓ କବିର । ବର୍ତ୍ତମାନର ସମାଜ ଯେଉଁଭଳି ସିନେମା ଚାହୁଁଛନ୍ତି ଏହା ସେହିପରି ଏକ ସିନେମା ହେବ ଏବଂ ଦର୍ଶକଙ୍କ ଆଶାକୁ ପୂରଣ କରି ଭରସା ଜିତିପାରିବ ବୋଲି ପୂରା ଟିମ୍ ଆଶା ରଖିଛି । ଓଲିଉଡ ପାଇଁ ଅକ୍ସିଜେନ୍ ସାବ୍ୟସ୍ଥ ହେବ ଚଳଚ୍ଚିତ୍ର ‘ଅକ୍ସିଜେନ୍’ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons