ଅଙ୍ଗନବାଡ଼ି କର୍ମୀଙ୍କୁ ଛୁରି ଭୁସି ହତ୍ୟା

Get real time updates directly on you device, subscribe now.

କୋଟପାଡ଼,(ବି.ବି.ଆପ୍ର): ପ୍ରଥମେ ଏକତରଫା ପ୍ରେମ । ପ୍ରତିବାଦ କରିବାରୁ ପ୍ରତିଶୋଧ । ବିବାହିତା ଅଙ୍ଗନବାଡ଼ି କର୍ମୀଙ୍କୁ ଛୁରୀ ଭୁସି ହତ୍ୟା । ଏଭଳି ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଛି କୋରାପୁଟ ଜିଲ୍ଲା କୋଟପାଡ଼ ଥାନାର ସୌରାକୁହୁଡ଼ି ଗାଁରେ । ମୃତା ଅଙ୍ଗନବାଡ଼ି କର୍ମୀ ଜଣଙ୍କ ହେଲେ ବାସନ୍ତୀ ସୌରା । ଏହି ମାମଲାରେ ପୁଲିସ୍ ୧୫ ଦିନ ତଳେ ବିବାହ କରିଥିବା ଅଭିଯୁକ୍ତ ସନ୍ତୋଷ ସରାବୁକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ଥାନାରେ ରୁଜୁ ହୋଇଛି ଏକ ହତ୍ୟା ମାମଲା । ପୁଲିସ୍ ଅଙ୍ଗନବାଡ଼ି କର୍ମୀ ବାସନ୍ତୀଙ୍କ ଶବ ବ୍ୟବଚ୍ଛେଦ କରାଇ ପରିବାରକୁ ହସ୍ତାନ୍ତର କରିଛି ।
ପୁଲିସ୍ ସୂଚନା ଅନୁଯାୟୀ, ସନ୍ତୋଷ ଏକ ତରଫା ଭାବେ ବାସନ୍ତୀଙ୍କୁ ପ୍ରେମ କରି ଆସୁଥିଲା । ଭିନ୍ନ ଭିନ୍ନ ସମୟରେ ତାଙ୍କୁ ଅଶ୍ଳୀଳ ମେସେଜ୍ ପଠାଉଥିଲା । ବାସନ୍ତୀ ବିବାହିତା ଓ ତାଙ୍କର ଏକ ୫ ବର୍ଷର ପିଲା ଥିବାରୁ ସେ ଏହାକୁ ବିରୋଧ କରି ଆସୁଥିଲେ । ପ୍ରାୟ ବର୍ଷକ ତଳେ ସନ୍ତୋଷଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସେତେବେଳେ ଆପୋଷ ଆଲୋଚନା ମାଧ୍ୟମରେ ଥାନାରେ ଏହାର ସମାଧାନ କରାଯାଇଥିଲା । ତଥାପି ସନ୍ତୋଷ ଏକତରଫା ପ୍ରେମରୁ ଓହରି ନଥିଲା । ରବିବାର ରାତି ପ୍ରାୟ ସାଢେ ୧୦ଟା ବେଳେ ବାସନ୍ତୀ ଘର ପାଚେରୀ ଭିତରେ ଥିବା ଶୌଚାଳୟକୁ ଯାଉଥିଲେ । ଏହି ସମୟରେ ସେଠାରେ ଲୁଚି ରହିଥିବା ସନ୍ତୋଷ ତାଙ୍କୁ ଏକ ଛୁରୀରେ ଅତର୍କିତ ଆକ୍ରମଣ କରିଥିଲା । ବାସନ୍ତୀ ଲହୁଲୁହାଣ ହୋଇଯିବା ପରେ ପାଚେରୀ ଡେଇଁ ଫେରାର୍ ହୋଇଯାଇଥିଲା ସନ୍ତୋଷ । ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ବାସନ୍ତୀଙ୍କୁ ଉଦ୍ଧାର କରି ଗାଁ ଲୋକେ ସ୍ଥାନୀୟ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାକୁ ନେଇ ଆଜି ଡାକ୍ତରଖାନାରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା ।
ଥାନା ଆଇଆଇସି ଶେଷଦେବ ବେହେରା, ବୋରିଗୁମ୍ମା ଥାନା ଆଇଆଇସି କ୍ଷୀରେଶ୍ୱର ସାହୁ, ଏସ୍ଆଇ ରଞ୍ଜିତ ମହାପାତ୍ର, ଏସ୍ଆଇ ଚନ୍ଦ୍ରପ୍ରଭା ମହାନ୍ତି, ଯୁଧିÂିର ମୁଦୁଲି ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି । ସୂଚନାଥାଉକି, ବାସନ୍ତୀ ତାଙ୍କ ଶାଶୂ ଓ ୫ ବର୍ଷର ପିଲା ସହ ଘରେ ରହୁଥିବା ବେଳେ ସ୍ୱାମୀ ଦାଦନ ଖଟିବାକୁ ୨ ମାସ ତଳେ କେରଳ ଯାଇଛନ୍ତି । ଏଭଳି ପରିସ୍ଥିତିରେ ବାସନ୍ତୀଙ୍କୁ ହତ୍ୟା କରାଯାଇଥିବାରୁ ତୁରନ୍ତ ତାଙ୍କ ପରିବାରକୁ ରାଜ୍ୟ ସରକାର ଆର୍ଥିକ ସହାୟତା ଯୋଗାଇ ଦେବାକୁ ନିବେଦନ କରାଯାଇଛି । ଏଥିସହ ଅଭିଯୁକ୍ତ ବିରୋଧରେ ଦୃଢ କାର୍ଯ୍ୟାନୁÂାନ ଲାଗି ଦାବି ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons