ଅଦେ୍ର୍ଧନ୍ଦୁ-ତମନ୍ନା ଯୋଡ଼ି

Get real time updates directly on you device, subscribe now.

ଓଡ଼ିଆ ଚଳଚ୍ଚିତ୍ର ‘ବ୍ଲାକ୍ମେଲ୍’ରେ ‘ପ୍ରେମର ରଙ୍ଗାଲି’ ଗୀତରେ ରଙ୍ଗୀନ କରିଥିବା ଓଲିଉଡର ଅଦେ୍ର୍ଧନ୍ଦୁ-ତମନ୍ନା ଯୋଡ଼ି ଏବେ “ଷÂ ରୁ ନଷ୍ଟ’ ନେଇ ପୁଣି ପରଦାରକୁ ଫେରୁଛନ୍ତି । ଜୀସାର୍ଥକ ନିବେଦିତ ଏହି ଚଳଚ୍ଚିତ୍ରଟି ନାୟକଙ୍କ ବାଳୁଙ୍ଗାମି ସହ ପାରିବାରିକ, ହାସ୍ୟରସାତ୍ମକ ବିଷୟ ଉପରେ ପର୍ଯ୍ୟବେସିତ ଏକ ହାଇଡ୍ରାମା କାହାଣୀ । ସିନେମାର ଶୀର୍ଷକ “ଷÂ ରୁ ନଷ୍ଟ’ ଥିଲା ବେଳେ ସୌଭାଗ୍ୟକୁ ଏହା ଅଭିନେତା ଅଦେ୍ର୍ଧନ୍ଦୁଙ୍କ ଷÂ ଚଳଚ୍ଚିତ୍ର । ସବୁବେଳେ ନୂଆ ନୂଆ କାହାଣୀ ଏବଂ ଚରିତ୍ରରେ ଅଭିନୟ କରି ଗୋଟିଏ ପରେ ଗୋଟିଏ ସୁନ୍ଦର ଓଡ଼ିଆ ଚଳଚ୍ଚିତ୍ର ଦେଇ ଚାଲିଥିବା ଉଭୟ ଅଦେ୍ର୍ଧନ୍ଦୁ ଓ ତମନ୍ନା ଏଥିର ବି କମାଲ କରିବେ ବୋଲି ଦର୍ଶକ ମହଲରେ ଖୁବ୍ ଚର୍ଚ୍ଚା । ଯୋଡ଼ିଙ୍କ ପ୍ରଥମ ପରି ଏହି ଦ୍ୱିତୀୟ ଚଳଚ୍ଚିତ୍ର ବି ହିଟ୍ ହେବ ନେଇ ସେମାନେ ଆଶାବାଦୀ । ଏହାର ସଂଳାପ ଦୀପକ କୁମାର ଲେଖିଥିଲା ବେଳେ ସଙ୍ଗୀତ ନିଦେ୍ର୍ଧଶନା ଦେଇଛନ୍ତି ଗୁଡଲି ରଥ । ନିଦେ୍ର୍ଧଶନା ଦେଇଛନ୍ତି ଚମ୍ପିଆନ ନିଦେ୍ର୍ଧଶକ କେ. ମୂରଲୀକ୍ରିଷ୍ଣା । କ୍ୟାମେରା ପରିଚାଳନାରେ ପ୍ରତାପ ରାଉତ, କ୍ରିଏଟିଭ୍ ନିଦେ୍ର୍ଧଶକ ଭାବେ ଅଶ୍ୱିନୀ ତ୍ରିପାଠୀ ଓ ସମ୍ପାଦନାରେ ରଞ୍ଜନ ଖଟେଇ ସହାୟତା କରିଛନ୍ତି । କୋରିଓଗ୍ରାଫି କରିଛନ୍ତି ସୁଧାକର ବସନ୍ତ, ସଜନ ମିଶ୍ର ଓ କବିର ପ୍ରସାଦ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons