(ଜଗତସିଂହପୁର ରୁ ରାକେଶ କୁମାର ରାୟ ଙ୍କ ରିପୋର୍ଟ ) : ଜଗତସିଂପୁର ଜିଲ୍ଲା ଚିକିତ୍ସାଳୟ ଠାରେ ଆଜି ଜିଲ୍ଲା ସ୍ତରୀୟ ଡେଙ୍ଗୁ ନିରାକରଣ ମାସ ପାଳିତ ହୋଇଯାଇଛି l ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡ଼ଃ ଶତ୍ରୁଘ୍ନ ଦାଶ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ବୈଠକ ରେ ଡେଙ୍ଗୁ ରୋଗ ର ଲକ୍ଷଣ ଓ ପ୍ରତିକାର ଦିଗରେ ଆଲୋକପାତ କରିଥିଲେ । ଜିଲ୍ଲା ସ୍ତରୀୟ ବୈଠକ ରେ ପୌର ନିର୍ବାହୀ ଅଧିକାରିଣୀ କଳ୍ପିତା ଜେନା ପୌରାଞ୍ଚଳ ରେ ମଶା ବଂଶ ଦମନ , ବର୍ଜ୍ୟ ବସ୍ତୁ ସଫେଇ , ନାଳ ନର୍ଦ୍ଦମା ସଫେଇ ଓ ଜନ ସଚେତନା ଉପରେ ଗୁରୁତ୍ୱାରୋପ କରିଥିଲେ l ଭରପାପ୍ତ ଜିଲ୍ଲା ପ୍ରକଳ୍ପ ପରିଚାଳକ (ଜାତୀୟ ସ୍ୱାସ୍ଥ୍ୟ ମିଶନ)ଶ୍ରୀ ନୀଳମାଧବ ରଥ, ଅତିରିକ୍ତ ଜିଲ୍ଲା ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଶ୍ରୀମତୀ ସଚଳl ମହାନ୍ତି, ଶ୍ରୀ ଅସିତ୍ କୁମାର ଦାଶ ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ପ୍ରଦାନ କରିଥିଲେ l ଆଶା କର୍ମୀ , ଅନ୍ୟାନ୍ୟ ସ୍ଵାସ୍ଥ୍ୟ ଅଧିକାରୀ, ନର୍ସିଂ ବିଦ୍ୟାଳୟ ଛାତ୍ର ଛାତ୍ରୀ , ଶିକ୍ଷକ ଯୋଗ ଦେଇଥିଲା ବେଳେ ଜିଲ୍ଲା ଭେକ୍ଟର ବାହିତ ରୋଗ ପରାମର୍ଶଦାତା ଶ୍ରୀ ଅସିତ୍ କୁମାର ଦାଶ ସଭା ପରିଚାଳନା କରିଥିଲେ । ଶେଷ ରେ ଶ୍ରୀ ସତ୍ୟ ରଞ୍ଜନ ସାହୁ, ଭେକ୍ଟର ବାହିତ ରୋଗ ପରିଦର୍ଶକ ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed, but trackbacks and pingbacks are open.