ଅଧ୍ୟାପକଙ୍କ ବିରୋଧରେ ମାମଲା

Get real time updates directly on you device, subscribe now.

କୋରାପୁଟ,(ସତ୍ୟ ନାରାୟଣ ସାହୁଙ୍କଠାରୁ): ଫୁ୍ୟଜନ କ୍ଲାସେସ୍ ନାମକ ଯୁକ୍ତ-୨ ଘରୋଇ ଶିକ୍ଷାନୁÂାନରେ ୫ ଜଣ ଛାତ୍ରଙ୍କୁ ନିର୍ଯାତନା । ଏଭଳି ଅଭିଯୋଗ ପରେ ଅଧ୍ୟାପକ ରାଜେଶ ସିଂଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ତାଙ୍କୁ ନୋଟିସ୍ ଦିଆଯାଇ ଛଡ଼ାଯାଇଛି । ଛାତ୍ରମାନଙ୍କ ଡାକ୍ତରୀ ପରୀକ୍ଷା କରାଯାଇଛି । ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ପୁଲିସ୍ କହିଛି ।
ଥାନା ଆଇଆଇସି ସମର୍ପିତା ସ୍ୱାଇଁ କହିଛନ୍ତି, ଅନୁÂାନର ଅଧ୍ୟାପକ ଶ୍ରୀ ସିଂ କୌଣସି କାରଣରୁ ସୋମବାର ୫ ଜଣ ଛାତ୍ରଙ୍କୁ ଚାପୁଡ଼ା ମାରିବା ସହ ଗାଳିଗୁଲଜ କରିଥିଲେ । ସିଗାରେଟରେ ନିଅାଁ ଲଗାଇ ଚେଙ୍କ ଦେବାର ଭୟ ଦେଖାଇଥିଲେ । ହଷ୍ଟେଲ ପଛପଟକୁ ଏବଂ ଆଇଆର୍ବିଏନ ଆଡ଼କୁ କାର୍ରେ ନେଇ ଛାତ୍ରମାନଙ୍କୁ ଏଭଳି ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତି କରି ଅଧ୍ୟାପକଙ୍କ ନାଁରେ ମାମଲା ରୁଜୁ କରାଯାଇ ତଦନ୍ତ ଚାଲୁ ରହିଛି ।
ଅନ୍ୟଏକ ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି, ଅଧ୍ୟାପକ ଓ ତାଙ୍କ ପନôୀ ଏହି ଅନୁÂାନରେ ଶିକ୍ଷାଦାନ କରି ଆସୁଛନ୍ତି । ପନôୀଙ୍କ ପାଠପଢ଼ାକୁ କୁଆଡେ ଛାତ୍ରମାନେ ପସନ୍ଦ କରୁନଥିଲେ । ତାଙ୍କ ପାଠପଢ଼ା ଉପରେ ଆପତ୍ତି ଉଠାଇଥିଲେ । ଏଥିରେ ଅଧ୍ୟାପକ ଜଣଙ୍କ କ୍ରୋଧିତ ହୋଇ ଛାତ୍ରମାନଙ୍କୁ ମାଡ଼ ମାରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons