ଅନ୍ତର୍ଜାତୀୟ ଡ୍ରଗ୍ସ ବ୍ୟବସାୟରେ ଆର୍ୟନ!

Get real time updates directly on you device, subscribe now.

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହରୁଖ ଖାନ୍ଙ୍କ ପୁଅ ଆର୍ୟନ ଖାନ୍ ଡ୍ରଗ୍ସ ମାମଲାରେ ଛନ୍ଦି ହୋଇପଡ଼ିଛନ୍ତି । ମୁମ୍ବାଇରୁ ଗୋଆ ଯାଉଥିବା କୋର୍ଡିଲିଆ ଇମ୍ପେ୍ରସ ଜାହାଜ ମଧ୍ୟରେ (ଡ୍ରଗ୍ସ ପାର୍ଟି)ରେଭ୍ ପାର୍ଟି କରୁଥିବା ସମୟରେ ନାର୍କୋଟିକ୍ସ କଣ୍ଟେ୍ରାଲ ବୁ୍ୟରୋ(ଏନ୍ସିବି) ଆର୍ୟନଙ୍କ ସମେତ ୮ ଜଣଙ୍କୁ ଗିରଫ କରିଛି । ମୁମ୍ବାଇର ଏସ୍ପ୍ଲାନେଡ୍ କୋର୍ଟ ଆର୍ୟନଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି । କୋର୍ଟ ତାଙ୍କ ସହ ସମସ୍ତ ଅଭିଯୁକ୍ତଙ୍କୁ ଅକ୍ଟୋବର ୭ ଯାଏଁ ଏନ୍ସିବି ହେପାଜତକୁ ପଠାଇଛନ୍ତି । ଏହି ମାମଲାରେ ଅନ୍ତର୍ଜାତୀୟ ଡ୍ରଗ୍ସ ଲିଙ୍କ୍ ଥିବା ଏନ୍ସିବି ସନେ୍ଦହ କରୁଛି । ଏପରିକି ଆର୍ୟନ ଅନ୍ତର୍ଜାତୀୟ ଡ୍ରଗ୍ସ ବ୍ୟବସାୟରେ ସାମିଲ ଥିବା ମଧ୍ୟ ସନେ୍ଦହ କରାଯାଉଛି ।
ଗିରଫ ପରେ ଏନ୍ସିବି ଆର୍ୟନଙ୍କର ଫୋନ୍ ଜବତ କରିଥିଲା । ଆର୍ୟନଙ୍କ ଫୋନ୍ରୁ ଏନ୍ସିବି ହାତରେ ଅନେକ ପ୍ରମାଣ ଲାଗିଛି । ଆର୍ୟନ ଫୋନରେ ଡ୍ରଗ୍ସ ବ୍ୟବସାୟୀଙ୍କ ସହ ଆପତ୍ତିଜନକ କଥା ହେଉଥିଲେ । କେତେକ ଅଜଣା ବ୍ୟକ୍ତିଙ୍କ ସହ ମଧ୍ୟ ଆର୍ୟନ ଡ୍ରଗ୍ସ ସମ୍ପର୍କିତ ଆଲୋଚନା କରିଛନ୍ତି । ଏଥିମଧ୍ୟରୁ କିଛି ଚାଟିଂ ଜୁଲାଇ ୨୧ର ହୋଇଥିବା ବେଳେ ଅନ୍ୟ କିଛି ଚାଟିଂ ଖୁବ ପୁରୁଣା ହୋଇଥିବା ଜଣାପଡ଼ିଛି । ଆର୍ୟନ ହ୍ୱାଟ୍ସଆପ୍ ଚାଟ୍ରେ ସାଙ୍କେତିକ ଶବ୍ଦ(କୋଡ୍ ୱାର୍ଡ) ବ୍ୟବହାର କରି ମଧ୍ୟ ଚାଟିଂ କରିଛନ୍ତି । ଏହି କୋଡ୍ ୱାର୍ଡର ଖୁଲାସା ପାଇଁ ଆର୍ୟନଙ୍କୁ ଅଧିକ ଜେରା କରାଯିବାର ଆବଶ୍ୟକତା ରହିଥିବା ଏନ୍ସିବି କହିଛି । ଆର୍ୟନଙ୍କ ଫୋନ୍ରୁ କେତେକ ଆପତ୍ତିଜନକ ଫଟୋ ମଧ୍ୟ ମିଳିଛି । ଏହି ଫଟୋ ଏବଂ ଚାଟିଂରୁ ଏନ୍ସିବି ଅନ୍ତର୍ଜାତୀୟ ଡ୍ରଗ୍ସ ବ୍ୟବସାୟର ପର୍ଦ୍ଧାଫାଶ କରିପାରେ । ଆର୍ୟନଙ୍କ ହ୍ୱାଟ୍ସଆପ୍ ଚାଟ୍ରେ ଆର୍ଥିକ କାରାବାର ସମ୍ପର୍କିତ କେତେକ ତଥ୍ୟ ମଧ୍ୟ ମିଳିଛି । ବ୍ୟାଙ୍କ କାରବାର ପାଇଁ ଆର୍ୟନ କିଛି ଅଜଣା ବ୍ୟକ୍ତିଙ୍କୁ ଟଙ୍କା ମାଗିଥିବା ଏନ୍ସିବି ପ୍ରକାଶ କରିଛି ।
ସୋମବାର ଏନ୍ସିବିର ଜେରା ସମୟରେ ଆର୍ୟନ ଲଗାତର ଭାବେ କାନ୍ଦୁଥିଲେ । ସେ ତାଙ୍କ ପିତାଙ୍କ ସହିତ ଦୁଇ ମିନିଟ୍ କଥା ହୋଇଥିଲେ । ସେ ପାଖାପାଖି ୪ ବର୍ଷ ହେବ ଡ୍ରଗ୍ସ ସେବନ କରୁଛନ୍ତି । ଏପରିକି ବ୍ରିଟେନ,ଦୁବାଇ ଏବଂ ଅନ୍ୟ ଦେଶମାନଙ୍କରେ ରହଣୀ ସମୟରେ ଆର୍ୟନ ସେଠାରେ ମଧ୍ୟ ଡ୍ରଗ୍ସ ସେବନ କରୁଥିଲେ ବୋଲି ଏନ୍ସିବି ଅଧିକାରୀଙ୍କ ସମ୍ମୁଖରେ ସ୍ୱୀକାର କରିଛନ୍ତି । ଜାହାଜକୁ ଡ୍ରଗ୍ସ ଯୋଗାଣ ପଛରେ କୌଣସି ହାଇ-ପ୍ରୋଫାଇଲ ଡ୍ରଗ୍ସ ବ୍ୟବସାୟୀଙ୍କର ସଂପୃକ୍ତି ଥିବା ଏନ୍ସିବି ସନେ୍ଦହ କରୁଛି । ଉକ୍ତ ବ୍ୟବସାୟୀ ଜାହାଜ ମଧ୍ୟରେ ପାଖାପାଖି ୨୫ ଜଣଙ୍କୁ ଡ୍ରଗ୍ସ ପଠାଇଥିଲେ । ଏଥିନିମନ୍ତେ ବିଟ୍ କଏନ୍ ଯୋଗେ ଆର୍ଥିକ କାରାବାର ହେଉଥିଲା । ଖୁବ୍ଶୀଘ୍ର ଏନେଇ ଅନ୍ୟ କିଛି ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯାଇପାରେ ।
ଆର୍ୟନଙ୍କ ଓକିଲ ସତୀଶ ମାନଶିନେ୍ଦ ସୋମବାର କୋର୍ଟରେ ଯୁକ୍ତି ବାଢ଼ିଥିଲେ ଯେ, ଆର୍ୟନଙ୍କ ନିକଟରୁ କୌଣସି ଡ୍ରଗ୍ସ ମିଳିନାହିଁ । ସେ ରେଭ୍ ପାର୍ଟିରେ ସାମିଲ ହେବାକୁ କୌଣସି ଟଙ୍କା ଦେଇନାହାନ୍ତି । କେବଳ ସାଙ୍ଗମାନଙ୍କ ନିମନ୍ତ୍ରଣକ୍ରମେ ସେଠାକୁ ଯାଇଥିଲେ । ଏଣୁ ତାଙ୍କୁ ଜାମିନ ପ୍ରଦାନ କରାଯିବା ଆବଶ୍ୟକ । ଆର୍ୟନ ଜାହଜ ମଧ୍ୟରେ ଡ୍ରଗ୍ସ ବ୍ୟବସାୟ କରୁଥିବା ନେଇ ଏନ୍ସିବି କରୁଥିବା ସନେ୍ଦହ ଉପରେ ସ୍ପଷ୍ଟିକରଣ ରଖି ମାନଶିନେ୍ଦ କହିଥିଲେ, ଆର୍ୟନ ଚାହିଁଲେ ସମ୍ପୂର୍ଣ୍ଣ ଜାହଜ କିଣି ପାରିବ । ଏଣୁ ଜାହଜରେ ଡ୍ରଗ୍ସ ବ୍ୟବସାୟ କରିବାର କୌଣସି ଆବଶ୍ୟକତା ତାଙ୍କୁ ନାହିଁ ।
ଅନ୍ୟପକ୍ଷରେ ଏନ୍ସିବି ସୋମବାର ପୁଣିଥରେ କୋର୍ଡିଲିଆ ଇମ୍ପେ୍ରସ ଜାହାଜରେ ଚଢ଼ାଉ କରି ଜାହଜ ପରିଚାଳନା ଟିମ୍ର ୬ ଜଣ ସଦସ୍ୟଙ୍କୁ ହେପାଜତକୁ ନେଇଛି । ଆର୍ୟନଙ୍କ ହ୍ୱାଟ୍ସଆପ୍ ଚାଟିଂରୁ ଏନ୍ସିବି ଏମାନଙ୍କ ସମ୍ପର୍କରେ ଜାଣିବାକୁ ପାଇଥିଲା । ଆର୍ୟନଙ୍କ ସମେତ ତାଙ୍କର ବାଲ୍ୟବନ୍ଧୁ ଅର୍ବାଜ୍ ମର୍ଚ୍ଚାଣ୍ଟ, ମୁନ୍ମୁନ୍ ଧମେଚା, ଇସମୀତ ସିଂହ, ମୋହକ ଜସୱାଲ, ଗୋମିତ ଚୋପ୍ରା, ନୂପୁର ସରିକା ଏବଂ ଭିକ୍ରାନ୍ତ ଛୋକରଙ୍କୁ ମଧ୍ୟ ଏନ୍ସିବି ଗିରଫ କରିଛି । ଅର୍ବାଜ୍ ମର୍ଚ୍ଚାଣ୍ଟଙ୍କ ନିକଟରୁ ୬ ଗ୍ରାମ୍ ଚରସ ଜବତ ହୋଇଥିବା ବେଳେ ମୁନ୍ମୁନ୍ ଧମେଚାଙ୍କଠାରୁ ୫ ଗ୍ରାମ ଜବତ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons