ଅନ୍ତର୍ଜାତୀୟ ଭ୍ରମଣ ସହଜ ହେଉ

Get real time updates directly on you device, subscribe now.

ୱାଶିଂଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଅନ୍ତର୍ଜାତୀୟ କୋଭିଡ-୧୯ ସମ୍ମିଳନୀକୁ ଭର୍ଚୁଆଲ୍ ମାଧ୍ୟମରେ ସମ୍ବୋଧନ କରିଛନ୍ତି । ସେ କହିଛନ୍ତି, ବର୍ତ୍ତମାନ ଅନ୍ତର୍ଜାତୀୟ ଭ୍ରମଣକୁ ସହଜ କରାଯିବାର ସମୟ ଆସିଛି । ଏଥିପାଇଁ ଦେଶଗୁଡ଼ିକ ଆପୋସ ଆଲୋଚନା କରି ପରସ୍ପରର ଟିକା ପ୍ରମାଣପତ୍ରକୁ ମଞ୍ଜୁରି ଦେବା ଉଚିତ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ବୟାନ ଏଭଳି ସମୟରେ ଆସିଛି, ଯେବେ କି ବ୍ରିଟେନ୍ ସରକାର ଭାରତୀୟଙ୍କ ଟିକା ପ୍ରମାଣପତ୍ରକୁ ଗ୍ରହଣ କରିବାକୁ ମନାକରିଦେଇଛି । ଗୋଟିଏ ପଟେ ଏହା ଭାରତର ଚାପରେ କୋଭିସିଲ୍ଡ ଟିକାକୁ ମାନ୍ୟତା ଦେଇଛି । କିନ୍ତୁ ଦେଶବାସୀଙ୍କ ଟିକା ପ୍ରମାଣପତ୍ରକୁ ଗ୍ରହଣ କରୁନାହିଁ । ଫଳରେ ଭାରତୀୟଙ୍କ ସମସ୍ୟା ବଢ଼ିଛି । ସେମାନଙ୍କୁ ବ୍ରିଟେନ୍ରେ ପହଞ୍ଚିବା ପରେ କ୍ୱାରେଣ୍ଟାଇନ୍ ରହିବାକୁ ପଡ଼ିବ ।
ସମ୍ମିଳନୀରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଏବେ ବି ଅନେକ ଦେଶରେ କୋଭିଡ ଟିକାକରଣ ଆଖିଦୃଶିଆ ହୋଇପାରି ନାହିଁ । ଏହି ଦୃଷ୍ଟିରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ଟିକା ଦାନ ଦୁଇଗୁଣା କରିବା ନିଷ୍ପତ୍ତି ପ୍ରଶଂସାଯୋଗ୍ୟ । ଟିକା ଉତ୍ପାଦନ ପାଇଁ କଞ୍ଚାମାଲ ଯୋଗାଣରେ ଯେମିତି ବାଧା ସୃଷ୍ଟି ନ ହୁଏ, ତାହାକୁ ସୁନିଶ୍ଚିତ ପାଇଁ ମୋଦି ଦେଶଗୁଡ଼ିକୁ ଆହ୍ୱାନ ଦେଇଛନ୍ତି । ମୋଦି ଆହୁରି କହିଛନ୍ତି, ଭାରତ ସବୁବେଳେ ମାନବତାକୁ ଏକ ପରିବାର ଭାବେ ଦେଖିଆସିଛି । ଭାରତର ଫାର୍ମା ଉଦ୍ୟୋଗଗୁଡ଼ିକ ସ୍ୱଳ୍ପ ଦରରେ ନିଦାନ ଉପକରଣ, ଔଷଧ, ମେଡିକାଲ ଉପକରଣ ଏବଂ ପିପିଇ କିଟ୍ ଆଦି ଉତ୍ପାଦନ କରୁଛନ୍ତି । ଏହାଦ୍ୱାରା ଅନେକ ବିକାଶଶୀଳ ଦେଶକୁ ଶସ୍ତା ବିକଳ୍ପ ମିଳିପାରୁଛି । ଭାରତ ଏବେ ବିଶ୍ୱର ସର୍ବବୃହତ୍ ଟିକାକରଣ ଅଭିଯାନ ଜାରି ରଖିଛି । ନିକଟରେ ଗୋଟିଏ ଦିନରେ ୨.୫ କୋଟି ଟିକା ଡୋଜ୍ ଲୋକଙ୍କୁ ଦିଆଯାଇଥିଲା । ଦେଶର ୨୦ କୋଟିରୁ ଅଧିକ ଲୋକଙ୍କର ସମ୍ପୂର୍ଣ୍ଣ ଟିକାକରଣ ହୋଇସାରିଲାଣି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons