ଅବକାରୀ ଚଢଉ:୮ ଶହ ଲିଟର ପୋଚ ନଷ୍ଟ

Get real time updates directly on you device, subscribe now.

ଜୟପୁର,(ବି.ବି.ବୁ୍ୟରୋ): ବାରିଣୀପୁଟ ପଞ୍ଚାୟତ ମାଳିଗୁଡ଼ାରେ ରବିବାର ଅବକାରୀ ଚଢଉ ହୋଇଛି । ବେଆଇନ ମଦ ରନ୍ଧା ଚାଲିଥିବାବେଳେ ଘଟଣାସ୍ଥଳରୁ ୮୦୦ ଲିଟର ପୋଚ ଜବତ କରାଯାଇ ନଷ୍ଟ କରାଯାଇଛି । ରନ୍ଧାରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ ହୋଇଛି । ପୋଚର ଦାମ ୪୦ ହଜାର ଟଙ୍କା ହେବ ବୋଲି ଅବକାରୀ ଏଏସ୍ଆଇ ଏମ. ଲକ୍ଷ୍ମଣ ରାଓ କହିଛନ୍ତି । ମାମଲାରେ କାହାରିକୁ ଗିରଫ କରାଯାଇନି । ଶ୍ରୀ ରାଓଙ୍କ ନେତୃତ୍ୱରେ ଏକ ଟିମ୍ ପାଟ୍ରୋଲିଂରେ ଯାଇଥିଲେ । ମାଳିଗୁଡ଼ା ନିକଟ ପାହାଡ଼ରେ ମଦ ରନ୍ଧା ହେଉଥିବା ପୂର୍ବରୁ ଖବର ମିଳିଥିଲା । ପୁଲିସକୁ ଦେଖି ମଦ ପ୍ରସ୍ତୁତକାରୀ ଚମ୍ପଟ ମାରିଥିଲେ । ମହଜୁଦ୍ ଥିବା ପୋଚ, ପ୍ଲାଷ୍ଟିକ ଡ୍ରମ ଆଦିକୁ ଜବତ କରାଯାଇଥିଲା । ଏ ସମ୍ପର୍କରେ ଥାନାରେ ଏକ ମାମଲା ରୁଜୁ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons