ଅବହେଳିତ ସତୀଗୁଡ଼ା ଡ୍ୟାମ

Get real time updates directly on you device, subscribe now.

ମାଲକାନଗିରି,(ବି.ବି.ନୁ୍ୟଜ): ଜିଲ୍ଲାର ପ୍ରବେଶ ଦ୍ୱାରରେ ଥିବା ସତୀଗୁଡା ଡ୍ୟାମ ଅଞ୍ଚଳ ଅବହେଳିତ ହୋଇପଡିଛି । ଡ୍ୟାମ ଓ ଜଳଭଣ୍ଡାର ପ୍ରତି କାହାର ଦୃଷ୍ଟି ପଡୁନି । ଫଳରେ ଡ୍ୟାମ ଉପରରାସ୍ତା ଖାଲଖମାରେ ଭର୍ତ୍ତି ହୋଇଯାଇଛି । ପାଣି ଜମି ଏଗୁଡିକ କୃତ୍ରିମ ପୋଖରୀର ଭ୍ରମ ସୃଷ୍ଟି କରୁଛି । ଏଠାରେ ଲାଗିଥିବା ବିଦୁ୍ୟତ ଏଲଇଡି ବତୀଗୁଡିକ ଜଳୁନି । ସନ୍ଧ୍ୟାହେଲେ ଅଞ୍ଚଳରେ ଅନ୍ଧାର ରାଜୁତି କରୁଛି । ମରାମତି କାମ ନିମ୍ନମାନର ହେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।
ଅଞ୍ଚଳବାସୀ କହିଛନ୍ତି, ଡ୍ୟାମରାସ୍ତା ମରାମତି ଓ ଜଳଭଣ୍ଡାର ପୁନରୁଦ୍ଧାର ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି । ହେଲେ ନିମ୍ନମାନ କାମଯୋଗୁ ରାସ୍ତା ମରାମତି ଦୁଇରୁ ତିନିମାସ ଯାଉନି । ଜଳଭଣ୍ଡାର ମଧ୍ୟ ଦିନକୁ ଦିନ ପୋତିହେବାରେ ଲାଗିଛି । ରାସ୍ତାର ଦୁଇପାଶ୍ୱର୍ରେ ଲାଗିଥିବା ଏଲଇଡି ବତୀଗୁଡିକ ଦୀର୍ଘ ଦିନରୁ ଜଳୁନି । ଖୁଣ୍ଟରୁ ତାରସବୁ ଛିଣ୍ଡି ପଡିଛି । ନିର୍ଦ୍ଧିଷ୍ଟ କେତେଜଣ ଠିକାଦାର ଓ ଯନ୍ତ୍ରୀଙ୍କ ସଲାସୁତରାରେ କାମ ହେଉଥିବାରୁ ଏହି ସମସ୍ୟା ଦୂର ହୋଇପାରୁନି । ବିଭାଗୀୟ ଅଧିକାରୀ ମଧ୍ୟ ଏଥିପ୍ରତି ଗୁରୁତ୍ୱ ଦେଉନାହାନ୍ତି । ଏହି ଅବସ୍ଥା ଲାଗିରହିଲେ ଆଗାମୀ ଦିନରେ ଉଭୟ ଡ୍ୟାମ ଓ ଭଣ୍ଡାର ପ୍ରତି ବିପଦ ଆସିବ । ଭଣ୍ଡାର ପୋତି ହୋଇଯାଉଥିବାବେଳେ ଅନାବନା ଗଛରେ ଭର୍ତ୍ତି ହୋଇଯାଇଛି । ଜଳଭଣ୍ଡାର ପାଶ୍ୱର୍ବନ୍ଧ ଡାଇକ-୧, ଡାଇକ-୨ ର ମରାମତି ମଧ୍ୟ ନିମ୍ନମାନର କରାଯାଉଛି । ଅଧିକ ବର୍ଷାହେଲେ ଭଣ୍ଡାର ଜଳସ୍ତର ବୃଦ୍ଧି ପାଇ ପାଣି ଉଛୁଳୁଛି । ଆଖପାଖ ଚାଷଜମି ଏଥିରେ ପ୍ରଭାବିତ ହେଉଛି । ଡ୍ୟାମ ରାସ୍ତାଦେଇ ପ୍ରତିଦିନ ପର୍ଯ୍ୟଟକ ଭଣ୍ଡାର ନିକଟ ଇକୋ ପାର୍କ ବୁଲିବାକୁ ଆସୁଛନ୍ତି । ରାସ୍ତା ଖରାପ ଯୋଗୁ ନାକ ଟେକୁଛନ୍ତି । ସନ୍ଧ୍ୟା ହେଲେ ପର୍ଯ୍ୟଟକ ହଇରାଣ ହେଉଛନ୍ତି । ଏହାର ସୁଯୋଗ ନେଇ ଅସାମାଜିକ ଲୋକଙ୍କ ଦୌରାତ୍ମ୍ୟ ବଢୁଛି । ଡ୍ୟାମ ଉପରେ ବସି ଲୋକେ ମଦ ପିଇ କାଚ ବୋତଲ ସବୁ ଭାଙ୍ଗି ପକାଉଥିବା ଦେଖିବାକୁ ମିଳୁଛି । ପ୍ରଶାସନ ଏ ଦିଗରେ ଦୃଷ୍ଟିଦେଇ କାର୍ଯ୍ୟାନୁÂାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons