ଅମିତ ଆଚାର୍ଯ୍ୟ ହତ୍ୟା ମାମଲା :ଜଙ୍ଗଲରେ ଲୁଚିଥିଲେ, ୩ ଅଭିଯୁକ୍ତ ଗିରଫ

Get real time updates directly on you device, subscribe now.

ପୋଲସରା, (ବି.ବି.ନୁ୍ୟଜ): ପୋଲସରା ଥାନା ଅନ୍ତର୍ଗତ ମୁକ୍ତାମାଳାଦେଇ ଗ୍ରାମର ଅମିତ ଆଚାର୍ଯ୍ୟ ହତ୍ୟାକାଣ୍ଡରେ ସମ୍ପୃକ୍ତ ତିନି ଅଭିଯୁକ୍ତଙ୍କୁ ଆଜି ପୋଲସରା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲେ ତପନ ଆଚାର୍ଯ୍ୟ, ପପିନା ଗୌଡ଼ ଓ ରଞ୍ଜନ ବେହେରା । ସେମାନେ ମୁକ୍ତାମାଳାଦେଇପୁର ନିକଟସ୍ଥ ଜଙ୍ଗଲରେ ଲୁଚିଥିବା ଖବର ପାଇ ପୁଲିସ ଚଢ଼ଉ କରିଥିଲା । ଅଭିଯୁକ୍ତଙ୍କ ଠାରୁ ହତ୍ୟାକାଣ୍ଡରେ ବ୍ୟବହୃତ ଛୁରି ଜବତ କରିଛି । ଏ ସମ୍ପର୍କରେ ଗଞ୍ଜାମ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଠାକୁର ପ୍ରସାଦ ପାତ୍ର ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି । ଆଜି ପୋଲସରା ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପାତ୍ର କହିଛନ୍ତି ଯେ ଗତ ମାସ ୧୮ ତାରିଖ ରାତିରେ ପୋଲସରା ଥାନା ଅନ୍ତର୍ଗତ ମୁକ୍ତାମାଳାଦେଇପୁର ଗ୍ରାମର ଅମିତ କୁମାର ଆଚାର୍ଯ୍ୟ(୨୯) ବନ୍ଥପଲ୍ଲୀ ଗ୍ରାମରୁ ବାଇକ୍ରେ ନିଜ ଗ୍ରାମକୁ ଫେରିବା ସମୟରେ ବିଲ ମଝିରେ ଗଳା କାଟି ହତ୍ୟା କରାଯାଇଥିଲା । ଏ ସମ୍ପର୍କରେ ଅମିତଙ୍କ ବାପା ରାଜେନ୍ଦ୍ର ଆଚାର୍ଯ୍ୟ ତିନି ଜଣଙ୍କ ନାମରେ ଏତଲା ଦେଇଥିଲେ । ଥାନା କେସ୍ ୧୧୩/୨୦୨୨ରୁଜୁ କରି ତଦନ୍ତ ହୋଇଥିଲା । ପୋଲସରା ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପାତ୍ରଙ୍କ ସମେତ ପୁରୁଷୋତ୍ତମପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀ ସୂର୍ଯ୍ୟମଣି ପ୍ରଧାନ ଓ ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଳିକ ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons