ଅଲିଭ ରିଡଲେ କଇଁଛଙ୍କ ଗଣଅଣ୍ଡାଦାନ ଆରମ୍ଭ

Get real time updates directly on you device, subscribe now.

ଗଞ୍ଜାମ,(ବି.ବି.ନୁ୍ୟଜ): ୠଷିକୂଲ୍ୟା ମୁହାଣରେ ଅଲିଭ ରିଡ୍ଲେ କଇଁଛଙ୍କ ଗଣ ଅଣ୍ଡାଦାନ ଆରମ୍ଭ ହୋଇଛି । ପାଗ ଅନୁକୂଳ ଓ ଦକ୍ଷିଣା ପବନ ବୋହୁ ଥିବାରୁ ଗତକାଲି ଭୋର୍ ୪ଟାରୁ ସକାଳ ୮ଟା ମଧ୍ୟରେ ଋଷିକୂଲ୍ୟା ନଦୀ ମୁହାଣ ଗୋଖରକୁଦା ଏବଂ ପୋଡ଼ମପେଟା ମଧ୍ୟରେ ଅଲିଭ ରିଡଲେ କଇଁଛ ୪୦ ହଜାର ୫୩୩ଟି ଅଣ୍ଡାଦାନ କରିଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ଡିଏଫଓ ଅମ୍ଲାନ ନାୟକ । ଅଣ୍ଡାଦାନ ସମୟରେ କଇଁଚଙ୍କୁ ସୁରକ୍ଷା ଯୋଗାଇ ଦେବା ନିମନ୍ତେ ୧୧ଟି କ୍ୟାମ୍ପ କରାଯାଇଛି । ଖଲିକୋଟ ରେଞ୍ଜରେ ୬ଟି ଓ ବ୍ରହ୍ମପୁର ରେଞ୍ଜରେ ୫ଟି କ୍ୟାମ୍ପ ହୋଇଛି ।
ପାଗ ଅନୁକୂଳ ନଥିବାରୁ ଗଣ ଅଣ୍ଡାଦାନ ବିଳମ୍ବ ହୋଇଛି । ବର୍ତ୍ତମାନ ଦକ୍ଷିଣା ପବନ ପ୍ରବାହିତ ହେଉଥିବାରୁ ଅଲିଭ ରିଡଲେ କଇଁଛଙ୍କ ଗଣଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ଋଷିକୁଲ୍ୟ ନଦୀ ମୁହାଣ ନିକଟ ଗୋଖରକୁଦା ଠାରୁ ବଟେଶ୍ୱର ନିକଟ ପୋଡ଼ମପେଟା ପର୍ଯ୍ୟନ୍ତ ବେଳାଭୂମିରେ ଗଣଅଣ୍ଡାଦାନ ହୋଇଥାଏ । ବର୍ତ୍ତମାନ ଋଷୁକୂଲ୍ୟା ନଦୀ ପୋଡ଼ାମପେଟା ପର୍ଯ୍ୟନ୍ତ ଲମ୍ବିି ସେଠାରେ ମୁହାଣ ସୃଷ୍ଟି ହୋଇଛି । ଯାହାଫଳରେ ଏବେ ନୂଆ ଆଇଲ୍ୟାଣ୍ଡ ସୃଷ୍ଟି ହୋଇଛି । ଅଗସ୍ତି ନୂଅାଁଗାରୁ ପୋଡ଼ାମପେଟା ୫ କିମି ବିସ୍ତୀର୍ଣ୍ଣ ଆଇଲ୍ୟାଣ୍ଡ ରହିଛି । ଏପଟେ ପୋଡ଼ାମପେଟାରୁ ସିଦ୍ଧାର୍ଥ ନଗର ପର୍ଯ୍ୟନ୍ତ ୩ କିମି ବେଳାଭୂମିକୁ ମଧ୍ୟ ଅନୁକୂଳ ପରିବେଶରେ ରଖାଯାଇଛି । ଯେଉଁଠି ଅଣ୍ଡାଦାନ ହେଲେ କିଛି ସମସ୍ୟା ରହିବ ନାହିଁ ବୋଲି କହିଛନ୍ତି ବ୍ରହ୍ମପୁର ଡିଏଫଓ ଅମ୍ଲାନ ନାୟକ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons