ଆକ୍ରମଣ ମାମଲାରେ ଆଉ ଜଣେ ଗିରଫ

Get real time updates directly on you device, subscribe now.

ଜୟପୁର,(ବି.ବି.ବୁ୍ୟରୋ): ମଦ ଦୋକାନରେ ଭଙ୍ଗାରୁଜା ଏବଂ ସେଲସ୍ ବୟଙ୍କୁ ଆକ୍ରମଣ ମାମଲାରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି ଟାଉନ ପୁଲିସ । ସେ ହେଲା ସଉରାଗୁଡ଼ାର ରୋହିତ ପାଇକରାୟ(୧୯) । ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ ପଠାଇ ଦିଆଯାଇଥବା ଆଇଆଇସି ସଞ୍ଜୟ କୁମାର ମଣ୍ଡଳ କହିଛନ୍ତି ।
ପୁଲିସ ସୂଚନା ଅନୁଯାୟୀ, ଗତ ଫ୍ରେବୁୟାରୀ ୨୦ ସନ୍ଧ୍ୟାରେ ଏନଏଚ୍-୨୬ କଡ଼ ଖ୍ରୀଷ୍ଟିୟାନ ଶ୍ମଶାନ ନିକଟ ବିଦେଶୀ ମଦ ଦୋକାନ ନଂ-୧୨କୁ ୩ ଜଣ ଯୁବକ ଆସିଥିଲେ । ମଦ କିଣାକୁ ନେଇ ସେଲସ୍ ବୟ ଗଣେଶ ପ୍ରସାଦ ସାହୁ ଏବଂ ଯୁବକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଯୁବକମାନେ ଗାଳିଗୁଲଜ କରି ଚାଲିଯାଇଥିଲେ । କିଛି ସମୟ ପରେ ପହଞ୍ଚି ଖାଲି ମଦ ବୋତଲ ଦୋକାନକୁ ଲକ୍ଷ୍ୟ କରି ଫିଙ୍ଗିଥିଲେ । ଗଣେଶଙ୍କ ମୁଣ୍ଡରେ କାଚ ବାଜିବାରୁ ସେ ଗୁରୁତର ଆହତ ହୋଇଥିଲେ । ମାର୍ଚ୍ଚ ୯ରେ ସଉରାଗୁଡ଼ାର ଦେବେନ୍ଦ୍ର ସୌରା ଏବଂ ବିଟୁ ହୋତାଙ୍କୁ ଗିରଫ କରାଯାଇଥିଲା । ଆଜି ତୃତୀୟ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ଏସ୍ଆଇ ସିଦ୍ଧାନ୍ତକୁମାର ବେହେରା ମାମଲାର ତଦନ୍ତକାରୀ ଅଧିକାରୀ ଅଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons