ଆକ୍ସନଧର୍ମୀ ‘ଅରୁନ୍ଧତୀ’

Get real time updates directly on you device, subscribe now.

ନାମୀଦାମୀ ତାରକାଙ୍କ ସହ ପରଦାକୁ ଆସୁଛି ହାଇ ବଜେଟ୍ର ଆକ୍ସନ୍ଧର୍ମୀ ଓଡ଼ିଆ ଚଳଚ୍ଚିତ୍ର ‘ଅରୁନ୍ଧତୀ’ । ଏହାର ମୁଖ୍ୟ ନାୟକ ଭୂମିକାରେ ନବାଗତ ଆକ୍ସନ୍ଷ୍ଟାର୍ ରାଜବୀର ଏବଂ ନାୟିକା ଚରିତ୍ରରେ ଓଲିଉଡ ସୁନ୍ଦରୀ ଏଲିନା ଅଭିନୟ କରିଛନ୍ତି । ତା’ ସାଙ୍ଗକୁ ଯାତ୍ରା ମହାବଳ ସଞ୍ଜୟ ଭୋଳ ଏବଂ ହାସ୍ୟାଭିନେତା ନରି ପଣ୍ଡା ରହିଛନ୍ତି । ଯେଉଁଥିପାଇଁ ଚଳଚ୍ଚିତ୍ର ନିର୍ମାଣଠୁ ଫାଷ୍ଟ୍ଲୁକ୍ ରିଲିଜ୍ ପର୍ଯ୍ୟନ୍ତ ସବୁବେଳେ ସିନେମାକୁ ନେଇ ଚର୍ଚ୍ଚା ହୋଇଆସିଛି । ଏବେ ମୁକ୍ତିଲାଭ କରିବାକୁ ଯାଉଥିବାରୁ ତା’ ଉପରେ ସିନେପ୍ରେମୀଙ୍କ ନଜର ରହିଛି । ବହୁ ପୂର୍ବରୁ ଏହାର ପ୍ରସ୍ତୁତି ସରିଥିଲେ ମଧ୍ୟ କରୋନା କଟକଣାରେ ରିଲିଜ୍ର ସୁଯୋଗ ନଥିଲା । ତେଣୁ ଭଲ ତିଥି ବାର ଖୋଜୁଥିଲା ପ୍ରଯୋଜନା ସଂସ୍ଥା । ଏବେ ତାରିଖ ମିଳିଯିବା ପରେ ସଂସ୍ଥା ଆଗକୁ ବଢ଼ିଛି । ରଜନୀ ମୁଭିଜ୍ ନିବେଦିତ ଓ ଆର୍ଆର୍ ଇଭେଣ୍ଟ ପ୍ରଯୋଜିତ ଏହି ସିନେମାର ପ୍ରଯୋଜନା କରିଛନ୍ତି ରମେଶ ବାରିକ । ସହ ପ୍ରଯୋଜନାରେ ଅଜିତାଭ ମଲ୍ଲିକ ରହିଛନ୍ତି । ନିଦେ୍ର୍ଧଶନା ଦେଇଛନ୍ତି ରମେଶ ରାଉତ । ଗୀତକୁ ସଙ୍ଗୀତରେ ସଜାଇଛନ୍ତି ଅଭିଜିତ୍ ମଜୁମ୍ଦାର୍ । କୋରିଓଗ୍ରାଫି କରିଛନ୍ତି ଲୁବନ-ଟୁବୁନ ଏବଂ ଟୁନା-ଚନ୍ଦନ । ପ୍ରମୁଖ ଚରିତ୍ରଙ୍କୁ ଛାଡ଼ି ଅନ୍ୟାନ୍ୟ ଭୂମିକାରେ ପ୍ରଦୁ୍ୟମ୍ନ ଲେଙ୍କା, ଜୟା ସ୍ୱାମୀ ଓ ପ୍ରତିଭା ପଣ୍ଡା, ଜୀବନ ପଣ୍ଡା, ବବି ମିଶ୍ର, ମିଷ୍ଟର୍ ବଡିବିଲ୍ଡର୍ ରଶ୍ମୀରଞ୍ଜନ ସାହୁ ପ୍ରମୁଖ ଅଭିନୟ କରିଛନ୍ତି । ସିନେମାକୁ ନେଇ ନାୟକ ରାଜବୀର ଖୁସି ଏବଂ ଉତ୍ସାହିତ ଅଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons