ଆଗେଇଛି ସୁସ୍ଥ, ସୁଖୀ ଓଡ଼ିଶା

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): କୋଭିଡ୍ ସତ୍ତେ୍ୱ ରାଜ୍ୟ ଅର୍ଥନୀତି ଦଉଡୁଛି । ଖଣି, ଅବକାରୀ ରାଜସ୍ୱ ଆଦାୟ ବଢ଼ିଛି । ଗାଁଠୁ ସହର ସବୁ ଲୋକଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ଘର, ପାନୀୟ ଜଳ ଓ ଜୀବିକାକୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଛି । ଗମନାଗମନ ପାଇଁ ରାସ୍ତା, ସେତୁ, ବନ୍ଦର ନିର୍ମାଣ କାର୍ଯ୍ୟ ଆଗେଇଛି । ଚାଷୀଙ୍କ ପାଇଁ କାଳିଆ ଯୋଜନା, ମହିଳାଙ୍କ ନିମନ୍ତ ମିଶନ ଶକ୍ତି ପ୍ରଭାବୀ ହୋଇଛି । ୫-ଟିରେ ହାଇସ୍କୁଲ ରୂପାନ୍ତରଣ ଚାଲିଛି । ‘ମୋ ସରକାର’ରେ ପ୍ରଶାସନ ଅଧିକ ସ୍ୱଚ୍ଛ ଓ ଉତ୍ତରଦାୟୀ ହୋଇଛି । ଏକ ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା ଗଠନ ହୋଇଛି ଓ ସେ ଦିଗରେ ରାଜ୍ୟ ସରକାର ଆହୁରି କାର୍ଯ୍ୟ କରୁଛନ୍ତି ବୋଲି ଆଜି ବିଧାନସଭାରେ କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ।
ରାଜ୍ୟପାଳଙ୍କ ଅଭିଭାଷଣରୁ ଆଜିଠୁ ଷୋଡ଼ଶ ବିଧାନସଭାର ସ୍ୱଳ୍ପକାଳୀନ ଅଧିବେଶନ ଆରମ୍ଭ ହୋଇଛି । ପ୍ରାରମ୍ଭରେ ସହିଦ, ଦିବଙ୍ଗତ ସଦସ୍ୟ ଓ କୋଭିଡ୍ ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ପ୍ରଫେସର ଗଣେଶୀ ଲାଲ । କୋଭିଡ୍ ସମୟରେ ରାଜ୍ୟ ଅର୍ଥନୀତିକୁ ସନ୍ତୁଳିତ ଓ ଗତିଶୀଳ କରିବା ପାଇଁ କାର୍ଯ୍ୟ କରୁଥିବା ସମସ୍ତ ସରକାରୀ ଅଧିକାରୀଙ୍କୁ ପ୍ରଶଂସା କରିଥିଲେ । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ୧୫ରୁ ଅଧିକ ବୃହତ ଯୋଜନା କାର୍ଯ୍ୟକାରୀ ହେଉଛି ବୋଲି ସେ ସୂଚନା ଦେଇଛନ୍ତି । ସମସ୍ତଙ୍କୁ ବିନା ଖର୍ଚ୍ଚରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୯୬ ଲକ୍ଷ ପରିବାରକୁ ସ୍ମାର୍ଟ ହେଲଥ୍ କାର୍ଡ ଦିଆଯାଇଛି । ଏଥିରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ରହିଛି । ମହିଳାମାନଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ସାରା ଦେଶରେ ପ୍ରଥମ । ଡାକ୍ତରୀ ଶିକ୍ଷାର ଉନ୍ନତି ପାଇଁ କ୍ୟାପିଟାଲ୍ ହସପିଟାଲରେ ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚୁ୍ୟଟ୍, କେନ୍ଦୁଝର ଓ ସୁନ୍ଦରଗଡ଼ରେ ଦୁଇଟି ମେଡିକାଲ କଲେଜ ନିର୍ମାଣ କାର୍ଯ୍ୟ ଚାଲିଛି । ପୁରୀ ମେଡିକାଲ କଲେଜରେ ୨୦୨୧-୨୨ ବର୍ଷରୁ ନାମଲେଖା ଆରମ୍ଭ ହୋଇଛି । ୨୫୦୮ ଡାକ୍ତର, ୫୭୧୯ ପାରା ସ୍ୱାସ୍ଥ୍ୟକର୍ମୀ ପଦବି ସୃଷ୍ଟି କରି ସ୍ୱାସ୍ଥ୍ୟସେବାକୁ ରାଜ୍ୟ ସରକାର ଅଗ୍ରାଧିକାର ଦେଉଛନ୍ତି । ରାଜ୍ୟରେ ୫ କୋଟିରୁ ଅଧିକ କୋଭିଡ୍ ଟିକା ପ୍ରଦାନ କରାଯାଇଛି ।
ସେହିପରି ରାଜ୍ୟପାଳ କହିଛନ୍ତି ଯେ ରାଜ୍ୟ ବଜେଟରେ ପୁଂଜି ଲଗାଣ ଓ ଭିତ୍ତିଭୂମି ଉନ୍ନୟନ ଉପରେ ଗୁରୁତ୍ୱ ଦିଆଯାଉଥିବାରୁ ଅର୍ଥନୀତିର ଉତ୍ପାଦକତା ବଢ଼ିଛି । ୨୦୨୧-୨୨ ବଜେଟ୍ ଆକଳନରେ ୨୫,୭୮୮ କୋଟି ଟଙ୍କା ପୁଂଜି ବ୍ୟୟବରାଦ କରାଯାଇଛି ଯାହା କି ରାଜ୍ୟ ଘରୋଇ ଉତ୍ପାଦର ୪ ପ୍ରତିଶତ । ସେହିପରି ରାଜ୍ୟରେ ଖଣି ରାଜସ୍ୱ ଆଶାତୀତ ବଢ଼ିଛି । ଗତ ୫ ବର୍ଷରେ ୪୬,୩୪୭ କୋଟି ଖଣି ରାଜସ୍ୱ ସଂଗ୍ରହ ହୋଇଥିଲା । ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ମାତ୍ର ୯ ମାସରେ ୩୧,୦୪୯ କୋଟି ଆଦାୟ ହୋଇଛି, ଯାହା କି ସର୍ବକାଳୀନ ରେକର୍ଡ । ଲଘୁ ଖଣିଜ ପଦାର୍ଥରୁ ବାର୍ଷିକ ୧୩୦୦ କୋଟି ରାଜସ୍ୱ ଆଦାୟ ଲକ୍ଷ୍ୟରୁ ୪୪୮ କୋଟି ଆଦାୟ କରାଯାଇଛି । ସେହିପରି ୫୫୦୦ କୋଟି ଅବକାରୀ ରାଜସ୍ୱ ଆଦାୟ ଲକ୍ଷ୍ୟ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ୩୬୫୩ କୋଟି ସଂଗ୍ରହ କରାଯାଇଛି । ମୋଟାମୋଟି ଭାବେ ୨୦୨୧ ଡିସେମ୍ବର ସୁଦ୍ଧା ପୂର୍ବ ବର୍ଷ ତୁଳନାରେ ୮୪ଧ ଅଧିକ ଅର୍ଥାତ ୬୨,୭୮୮ କୋଟି ଟଙ୍କା ରାଜସ୍ୱ ସଂଗ୍ରହ କରିବାରେ ସରକାର ସଫଳ ହୋଇଛନ୍ତି ।
ରାଜ୍ୟପାଳ କହିଛନ୍ତି ଯେ ଗତ ଡିସେମ୍ବର ସୁଦ୍ଧା ବିଭିନ୍ନ ଯୋଜନାରେ ୧୭୧ଟି ସେତୁ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି । ୮୧୫ କିଲୋମିଟର ରାସ୍ତାର ଉନ୍ନତି, ୮୬୮ କିଲୋମିଟର ଗ୍ରାମୀଣ ରାସ୍ତା ନିର୍ମାଣ ଶେଷ ହୋଇଛି । ଆସନ୍ତା କିଛି ବର୍ଷ ମଧ୍ୟରେ ୩୦ଟି ଜିଲ୍ଲାକୁ ରେଳପଥ ସଂଯୋଗୀକରଣ ଲକ୍ଷ୍ୟ ରଖାଯାଇଛି । ଅଣପ୍ରମୁଖ ବନ୍ଦର ବିକାଶ ନିମନ୍ତେ ୧୪ଟି ସ୍ଥାନ ଚିହ୍ନଟ ସରିଛି । ଧାମରା ଓ ଗୋପାଳପୁରରେ ବନ୍ଦର କାର୍ଯ୍ୟକ୍ଷମ ହୋଇଛି । ସୁବର୍ଣ୍ଣରେଖା ଓ ଅସ୍ତରଙ୍ଗରେ ନିର୍ମାଣ କାର୍ଯ୍ୟ ଚାଲିଛି । ସେହିପରି ଭଦ୍ରକ ଜିଲ୍ଲା କାଣୀନାଳୀରୁ କେନ୍ଦ୍ରାପଡାର ତାଳଚୁଆ, ବାଲୁଗାଁରୁ କୃଷ୍ଣପ୍ରସାଦ ପର୍ଯ୍ୟନ୍ତ ଜଳ ପରିବହନ ପ୍ରକଳ୍ପ ସାଗରମାଳା ପ୍ରକଳ୍ପରେ ଅନ୍ତର୍ଭୁକ୍ତ ହୋଇଛି । ବିମାନସେବା କ୍ଷେତ୍ରରେ ରାଜ୍ୟ ଯଥେଷ୍ଟ ଅଗ୍ରଗତି କରିଛି । ଭୁବନେଶ୍ୱର, ଝାରସୁଗୁଡା ପରେ ପୁରୀରେ ନୂଆ ବିମାନ ବନ୍ଦର ନିର୍ମାଣ ପାଇଁ ପଦକ୍ଷପ ଗ୍ରହଣ କରାଯାଉଛି । ରାଜ୍ୟରେ ଗୁଣାତ୍ମକ ବିଦୁ୍ୟତ୍ ଯୋଗାଣ ପାଇଁ ପୁଂଜି ବିନିଯୋଗ ସହ ଓଡ଼ିଶା ଆଜି ବିଦୁ୍ୟତ୍ ବଳକା ରାଜ୍ୟରେ ପରିଣତ ହୋଇଛି ।
ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାର ସଫଳତା ବର୍ଣ୍ଣନା କରି ରାଜ୍ୟପାଳ କହିଲେ ୨୦୨୦-୨୧ରେ ୨୧ କୋଟି ଶ୍ରମ ଦିବସ ସୃଷ୍ଟି ହୋଇଥିଲା । ୩୭ ଲକ୍ଷ ପରିବାରର ୬୨ ଲକ୍ଷ ଲୋକଙ୍କୁ ରୋଜଗାର ଦିଆଯାଇଥିଲା । ଗତ ଡିସେମ୍ବର ସୁଦ୍ଧା ୩୨ ଲକ୍ଷ ପରିବାରର ୫୧ ଲକ୍ଷ ଲୋକଙ୍କ ପାଇଁ ୧୭ କୋଟି ଶ୍ରମ ଦିବସ ସୃଷ୍ଟି କରିବାରେ ରାଜ୍ୟ ସରକାର ସକ୍ଷମ ହୋଇଛନ୍ତି । ସେହିପରି ସହରାଞ୍ଚଳରେ ମୁକ୍ତା ଯୋଜନାରେ ୨୬ ଲକ୍ଷ ଶ୍ରମଦିବସ ସୃଷ୍ଟି ହୋଇଛି । ଦାଦନ ଶ୍ରମିକ ପ୍ରବଣ ୨୦ଟି ବ୍ଲକର ୪୭୭ ପଞ୍ଚାୟତରେ ସ୍ୱତନ୍ତ୍ର ପ୍ୟାକେଜ୍ କାର୍ଯ୍ୟକାରୀ ହେଉଛି ।
ଶିଳ୍ପ କ୍ଷେତ୍ରରେ ସଫଳତାକୁ ଉଲ୍ଲେଖ କରି ରାଜ୍ୟପାଳ କହିଲେ ଯେ ୨୪,୩୪୧ କୋଟି ପୁଂଜି ବିନିଯୋଗରେ ରାଜ୍ୟରେ ପ୍ରାୟ ୫ ଲକ୍ଷ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପ୍ରତିÂା କରାଯାଇଛି । ୧୫୦ଟି ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟକୁ ପ୍ରୋତ୍ସାହିତ କରିବାକୁ ୯୭ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ରାୟଗଡାରେ ମେଗା ଫୁଡ୍ ପାର୍କ ଓ ଡେରାସରେ ସାମୁଦ୍ରିକ ଖାଦ୍ୟ ପାର୍କ ନିର୍ମାଣ ଶେଷ ହେବାକୁ ଯାଉଛି । ରାଜ୍ୟରେ ବିିଭିନ୍ନ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ୮୩୦ କୋଟିର ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ।
କୃଷି ଓ କୃଷକଙ୍କ ଆୟ ବୃଦ୍ଧିକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବା ଉଲ୍ଲେଖ କରି ରାଜ୍ୟପାଳ କହିଲେ ରାଜ୍ୟରେ ମିଲେଟ୍ ମିଶନର ଶୁଭାରମ୍ଭ ହୋଇଛି । ପ୍ରଥମ ଥର ପାଇଁ ଗତ ଅକ୍ଟୋବରରେ ଓଡ଼ିଶା ଏଗ୍ରି କନକ୍ଲେଭ-୨୦୨୧ ଆୟୋଜିତ ହୋଇଥିଲା । ଉଭୟ ଖରିଫ୍ ଓ ରବି ଋତୁରେ ‘କାଳିଆ’ ଯୋଜନାରେ ଚାଷୀମାନଙ୍କୁ ସହାୟତା ଦିଆଯାଉଛି । ୨୦୨୦-୨୧ରେ ୫୪ ଲକ୍ଷ ଚାଷୀଙ୍କୁ ଏଥିରେ ଆର୍ଥିକ ସହାୟତା ଦିଆଯାଇଥିଲା । ୨୦୨୧ ଡିସେମ୍ବର ସୁଦ୍ଧା ୫୭ ଲକ୍ଷ ଚାଷୀଙ୍କୁ ଏହି ସହାୟତା ଦିଆଯାଇଛି । ଧାନ ସଂଗ୍ରହ କ୍ଷେତ୍ରରେ ଓଡ଼ିଶା ଦେଶର ଶୀର୍ଷ ରାଜ୍ୟ ଭିତରେ ସ୍ଥାନ ପାଇଛି । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ୩୦୬ଟି ଉଦ୍ୟୋଗକୁ ୨୫ କୋଟି ଟଙ୍କା ସହାୟତା ରାଶି ଦିଆଯାଇଛି । ଚାଷୀମାନଙ୍କୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମାତ୍ର ଦୁଇ ପ୍ରତିଶତ ସୁଧ ହାରରେ ଦିଆଯାଉଛି । ବର୍ତ୍ତମାନ ସୁଦ୍ଧା ୮୮,୫୮୯ ସେଚକୂପ ଚାଷୀମାନଙ୍କୁ ହସ୍ତାନ୍ତର କରାଯାଇଛି ଓ ୧୩୬ ମେଗା ଲିଫ୍ଟ ସ୍ଥାପିତ ହୋଇଛି ।
ସେହିପରି ରାଜ୍ୟ ଖାଦ୍ୟ ସୁରକ୍ଷା ମିଶନରେ ୩ କୋଟି ୨୬ ଲକ୍ଷ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରାଯାଇପାରିଛି । କୋଭିଡ୍ ସମୟରେ ପିଡିଏସ୍ କାର୍ଡଧାରୀ ପରିବାରକୁ ୧୦୦୦ ଟଙ୍କା ଲେଖାଁ ସହାୟତା ଦିଆଯାଇଥିଲା । ଦ୍ୱିତୀୟ ଲହର ସମୟରେ ୯୬୦ କୋଟି ଖର୍ଚ୍ଚ ହୋଇ ହଜାରେ ଟଙ୍କାର ଜୀବିକା ସହାୟତା ମିଳିଛି । ୨୦୨୪ ସୁଦ୍ଧା ରାଜ୍ୟର ସମସ୍ତ ଗ୍ରାମୀଣ ପରିବାରକୁ ପାଇପ୍ ପାନୀୟ ଜଳ ଯୋଗାଣ ପାଇଁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି । ଚଳିତ ୨୦୨୨ରେ ରାଜ୍ୟର ସମସ୍ତ ୧୧୪ ସହରରେ ଶତ ପ୍ରତିଶତ ଘରକୁ ପାଇପ୍ ଜଳ ସଂଯୋଗ ଲକ୍ଷ୍ୟ ରହିଛି ।
ସହରାଞ୍ଚଳରେ ବସ୍ତି ବାସିନ୍ଦାଙ୍କ ପାଇଁ ଜାଗା ମିଶନ ଆରମ୍ଭ ହୋଇଛି । ୨୯୭୪ ବସ୍ତିକୁ ବିଜୁ ଆଦର୍ଶ କଲୋନୀରେ ପରିଣତ କରାଯାଇଛି । ୧ ଲକ୍ଷ ୭୦ ହଜାର ପରିବାରକୁ ଭୂମି ଅଧିକାର ପ୍ରମାଣପତ୍ର ଦିଆଯାଇଛି । ୮ଟି ସହର ବସ୍ତିଶୂନ୍ୟ ମାନ୍ୟତା ପାଇଛି । ଗ୍ରାମାଞ୍ଚଳରେ ୨୦୧୪-୧୫ ପରଠାରୁ ୩୧,୦୫୦ କୋଟି ଟଙ୍କା ବ୍ୟୟରେ ୩୧ ଲକ୍ଷ ପକ୍କା ଘର ନିର୍ମାଣ ଶେଷ ହୋଇଛି । ସେହିପରି ପକ୍କା ଘର ମରାମତି ପାଇଁ ୩ ହଜାର ଟଙ୍କା ଲେଖାଁ ଦିଆଯାଇଛି ।
ମିଶନ ଶକ୍ତିର ସଫଳତା ବଖାଣି ରାଜ୍ୟପାଳ କହିଲେ ଯେ ଏଥରେ ୬ ଲକ୍ଷ ସ୍ୱୟଂ ସହାୟକ ଦଳ ଗଠନ କରାଯାଇ ୭୦ ଲକ୍ଷ ମହିଳାଙ୍କୁ ସାମିଲ କରାଯାଇଛି । ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବିନା ସୁଧରେ ପ୍ରଦାନ କରାଯାଇଛି । ୨୦୨୦-୨୧ ବର୍ଷରେ ସୁଧ ରିହାତି ବାବଦରେ ୧୨୬ କୋଟି ଦିଆଯାଇଛି ଓ ୧.୮୬ ଲକ୍ଷ ମହିଳା ଗୋÂୀ ଉପକୃତ ହୋଇଛନ୍ତି । ମହିଳା ଗୋÂୀଗୁଡିକୁ ବିଭିନ୍ନ ସରକାରୀ କାର୍ଯ୍ୟରେ ନିୟୋଜିତ କରାଯାଇ ଆତ୍ମନିର୍ଭର କରାଯାଉଛି ।
ରାଜ୍ୟ ସରକାରଙ୍କ ମୋ ସ୍କୁଲ ଯୋଜନା ସମଗ୍ର ଦେଶରେ ଏକ ଉଦାହରଣ ବୋଲି ରାଜ୍ୟପାଳ ବର୍ଣ୍ଣନା କରିଛନ୍ତି । ୩୧୪ ବ୍ଲକରେ ୬୬୪୭ ଉଚ୍ଚ ବିଦ୍ୟାଳୟକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି । ୫-ଟି ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମରେ ୧୦୭୬ଟିର ରୂପାନ୍ତରଣ ସରିଛି । ଦ୍ୱିତୀୟ ପର୍ଯ୍ୟାୟରେ ୩୩୬୫ଟି ହାଇସ୍କୁଲର ରୂପାନ୍ତରଣ ହେବ ।
୨୦୨୧ରେ ରାଜ୍ୟରେ ଆଇନ ଶୃଙ୍ଖଳା ପରସ୍ଥିତି ଶାନ୍ତିପୂର୍ଣ୍ଣ ଥିବା ରାଜ୍ୟପାଳ କହିଛନ୍ତି । ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଜିଲ୍ଲା ସଂଖ୍ୟା ୨୧ରୁ କମି ୧୦ରେ ପହଞ୍ଚିଛି । ୫ ବର୍ଷରେ ଆରକ୍ଷୀ ବାହିନୀରେ ୪୨୦୫ ପଦବି ସୃଷ୍ଟି କରାଯାଇଛି । ୨୯ଟି ନୂତନ ଥାନା, ୫ଟି ଫାଣ୍ଡି ପ୍ରତିÂା ହୋଇଛି ।
‘ମୋ ସରକାର’ ଓ ୫-ଟି ମାଧ୍ୟମରେ ରାଜ୍ୟରେ ଜନସେବା ପ୍ରଦାନର ରୂପରେଖ ବଦଳିଛି । ବିପର୍ଯ୍ୟୟ ମୁକାବିଲାରେ ରାଜ୍ୟ ସରକାର ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ହୋଇଛନ୍ତି । କ୍ରୀଡା ଭିତ୍ତିଭୂମି ନିର୍ମାଣ ଓ ହକିକୁ ପ୍ରୋତ୍ସାହନ ସାରା ଦେଶରେ ଚହଳ ପକାଇଛି । ଏହା ବ୍ୟତୀତ ସହରାଞ୍ଚଳ ବର୍ଜ୍ୟବସ୍ତୁ ପରିଚାଳନା, ମମତା ଯୋଜନା, ଅନାଥ ପିଲାଙ୍କ ପାଇଁ ଆଶୀର୍ବାଦ ଯୋଜନା, ଆଦର୍ଶ ବିଦ୍ୟାଳୟ, ମୋ କଲେଜ ଯୋଜନା, ଓଡ଼ିଆ ବିଶ୍ୱବିଦ୍ୟାଳୟ ସ୍ଥାପନ, ଜଙ୍ଗଲରେ ଅଭିବୃଦ୍ଧି ଆସି ସଫଳତା ବଖାଣିଥିଲେ ରାଜ୍ୟପାଳ । ବିଭିନ୍ନ କ୍ଷେତ୍ରରେ ଅନେକ ଆହ୍ୱାନ ଭିତରେ ବିକାଶ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ଓ ପ୍ରସ୍ତୁତ ବୋଲି କହି ରାଜ୍ୟପାଳ ଅଭିଭାଷଣ ଶେଷ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons