ଆନ୍ତର୍ଜାତିକ ଓଡ଼ିଶୀ ନୃତ୍ୟ ମହୋତ୍ସବର ତୃତୀୟ ଦିବସ

Get real time updates directly on you device, subscribe now.

ଭୁବନେଶ୍ୱର : ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧିନସ୍ଥ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ଆନୁକୂଲ୍ୟରେ ଡିସେମ୍ବର ୨୬ ରୁ ୩୦ ତାରିଖ ପର୍ଯ୍ୟନ୍ତ ରବୀନ୍ଦ୍ର ମଣ୍ଡପ ଠାରେ ଆୟୋଜିତ ଆନ୍ତର୍ଜାତିକ ଓଡ଼ିଶୀ ନୃତ୍ୟ ମହୋତ୍ସବର ତୃତୀୟ ଦିବସରେ ଓଡିଶା ସମେତ ଦେଶର ବିଭିନ୍ନ ରାଜ୍ୟରୁ ଓଡିଶୀ ନୃତ୍ୟ ଶିଳ୍ପୀମାନେ ଯୋଗଦେଇ ନୃତ୍ୟ ପରିବେଷଣ କରିଥିଲେ । ପୂର୍ବାହ୍ନ ଅଧିବେଶନରେ କୋଲକାତାରୁ ଯୋଗଦେଇଥିବା ନୃତ୍ୟଶିଳ୍ପୀମାନେ ଦଳଗତ ଓଡିଶୀ ନୃତ୍ୟ ପରିବେଷଣରେ “ଭାବଶ୍ରୀଙ୍ଗାର” ପରିବେଷଣ କରିଥିଲେ । ସେହିପରି ନୃତ୍ୟପୁରୀ ଡ୍ୟାନ୍ସ ଏକାଡେମୀ, ହାଇଦରାବାଦର ନୃତ୍ୟ ଶିଳ୍ପୀ ଏବଂ ଏକାମ୍ର ସ୍କୁଲ ଅଫ୍ ଡ୍ୟାନ୍ସ ଆଣ୍ଡ ମ୍ୟୁଜିକ, ଭୁବନେଶ୍ୱରର ନୃତ୍ୟ ଶିଳ୍ପୀମାନେ ନିଜ ନିଜ କ୍ରମରେ ଦଳଗତ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ । ତାଳଚେରରୁ ଅନନ୍ୟା ଅଭିଲିପ୍ସା ଦାସ, ଭୁବନେଶ୍ୱରରୁ ଇଶାନୀ ମିଶ୍ର,ଶୁଭଶ୍ରୀ ଶୁଭସ୍ମିତା ମହାପାତ୍ର, ଶୁଭାଙ୍ଗୀ ସଂଜୀବନୀ ପ୍ରଧାନ, ସ୍ୱାତୀ ସୋନାଲିକା ପଣ୍ଡା, ଦୀପକ କୁମାର ନନ୍ଦୀ, କୋଲକାତାରୁ ଶୀର୍ଷା ବାନାର୍ଜୀ ଏବଂ ସୌଭିକ୍ ମୋଦକ ଏକକ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ । ଆଜିର ପ୍ରଥମ ଅଧିବେଶନରେ ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଯୁଗ୍ମ ଶାସନ ସଚିବ ଶ୍ରୀମତୀ ଅତସୀ ଦାସ,ଅର୍ଥ ପରାମର୍ଶଦାତା ପଦ୍ମଜ୍ୟୋତି ସାହୁ,ଗୁରୁ ଶ୍ରୀ ଭରତ ଚରଣ ଗିରି,ଗୁରୁ ଶ୍ରୀମତୀ ଜ୍ୟୋତି ରାଉତ, ଶ୍ରୀ କେଦାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ l ପ୍ରଦୀପ ପ୍ରଜ୍ବଳନ ପୂର୍ବକ ତୃତୀୟ ଦିବସ ପ୍ରଥମ ଅଧିବେଶନର ଶୁଭାରମ୍ଭ ପରେ ଓଡ଼ିଶୀ ନୃତ୍ୟଶିଳ୍ପୀମାନେ ନୃତ୍ୟ ପରିବେଷଣ କରିଥିଲେ l ନୃତ୍ୟ ପରିବେଷଣ କରିଥିବା ସମସ୍ତ ନୃତ୍ୟଶିଳ୍ପୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l

ସେହିପରି ଆଜି ଅପରାହ୍ଣ ଅଧିବେଶନରେ ବର୍ଦ୍ଧମାନ ପ୍ରତିଭା ସାଂସ୍କୃତିକ କେନ୍ଦ୍ର(ପଶ୍ଚିମବଙ୍ଗ)ର ଶିଳ୍ପୀମାନେ ଦଳଗତ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ । ତି. ତୁଲିକା ରେଡ୍ଡି,ଭୁବନେଶ୍ୱର, ଦିପ୍ରୀମୟୀ ସାହୁ(ବ୍ରହ୍ମପୁର),ଦେବାଂଶୀ ନିକିତା ଚୌଧୁରୀ,ଭୁବନେଶ୍ୱର ଏକକ ଓଡିଶୀ ନୃତ୍ୟ ପରିବେଷଣ କରିଥିବା ବେଳେ ସୂଜାତା ଅଗ୍ରଓ୍ୱାଲ ଏବଂ ସସ୍ମିତା ବେହେରାଙ୍କ ଦ୍ୱାରା ଓଡିଶୀ ଯୁଗଳବନ୍ଦୀ ପରିବେଷଣ କରାଯାଇଥିଲା । ପ୍ରଦକ୍ଷିଣା, ଭୁବନେଶ୍ୱର ଏବଂ ନୃତ୍ୟାଙ୍ଗନା ଅନୁଷ୍ଠାନର ନୃତ୍ୟ ଶିଳ୍ପୀମାନେ ନିଜ ନିଜ କ୍ରମରେ ଦଳଗତ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ । ଗୁରୁ ଲିନା ନନ୍ଦ ଓ ଗୁରୁ କେଶବ ରାଉତ ଶିଳ୍ପୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
ସେହିପରି ସାଂଧ୍ୟ ଅଧିବେଶନରେ ଚପଳା ମିଶ୍ର-ଭୁବନେଶ୍ୱର, ମଧୁଲିତା ମହାପାତ୍ର-ବେଙ୍ଗାଲୁରୁ, ଶିବନାରାୟଣ ବାନାର୍ଜୀ(କୋଲକାତା),ସସ୍ମିତା ପଣ୍ଡା-କଟକ, ସାଓନ୍ଲି ବୋରାଳ ନନ୍ଦୀ(କୋଲକାତା), ମନୋଜ କୁମାର ପ୍ରଧାନ, ପୁରୀ ଏକକ ଓଡିଶୀ ନୃତ୍ୟ ପରିବେଷଣ କରିଥିବା ବେଳେ ବୃନ୍ଦାବନରୁ ଯୋଗଦେଇଖିବା ବିଷ୍ଣୁପ୍ରିୟା ଗୋସ୍ୱାମୀ ଓ ସୋଫିଆ କୁହାରେନୋକ ଏବଂ ଭୁବନେଶ୍ୱରରୁ ସ୍ୱାଗତିକା ପତ୍ରୀ ଓ ଜ୍ୟୋତ୍ସ୍ନାରାଣୀ ପାରମାଣିକ ଦ୍ୱେତ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ । ପରିଶେଷରେ ସଂକଳ୍ପ ନୃତ୍ୟାୟନ (କୋଲକାତା)ର ନୃତ୍ୟ ଶିଳ୍ପୀମାନେ ଦଳଗତ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ । ଆଜିର ସାଂଧ୍ୟ ଅଧିବେଶନରେ ଅତିଥି ଭାବେ ଗୁରୁ ସୁଜାତା ମହାପାତ୍ର, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଯୁଗ୍ମ ନିର୍ଦ୍ଦେଶକ ତଥା ଗୁରୁ କେଳୁଚରଣ ଓଡିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ, ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଅନୂଜା ମିଶ୍ର, ଓଡିଶା ଲଳିତ କଳା ଏକାଡେମୀର ଗୁରୁ ଶ୍ରୀ ପଂଚାନନ ସାମଲ, ଗୁରୁ କ୍ଷୀରୋଦ ପଟ୍ଟନାୟକ, ସଂଗୀତ ଗୁରୁ ବିଜୟ କୁମାର ଜେନା ପ୍ରମୁଖ ଯୋଗଦେଇ ଶିଳ୍ପୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଆଜି ଶିଳ୍ପୀମାନଙ୍କର ଦ୍ୱାରା ପରିବେଷିତ ସମସ୍ତ ନୃତ୍ୟ ଅତ୍ୟନ୍ତ ଉଚ୍ଚକୋଟୀର ରହିଥିଲା । ଦିବସବ୍ୟାପି ଆଜିର କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ଦର୍ଶକ ତଥା ଜନସାଧାରଣ ଯୋଗଦେଇ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons