ଆନ୍ଧ୍ର ଚାଷୀଙ୍କ କବ୍ଜାରେ ଗୋଚର ଜମି!

Get real time updates directly on you device, subscribe now.

ଜୟପୁର,(ଦେବଦତ୍ତ ପାଣିଙ୍କଠାରୁ): ଗୋଚର ଜମିକୁ ନେଇ କଙ୍ଗା ପଞ୍ଚାୟତରେ ଉତ୍ତେଜନା । ଚାରଣ ଭୂମିରେ ଲେମନ ଗ୍ରାସ ଚାଷ କରାଯାଉଥିବାର ରାଉଲିଗୁଡା ଓ ଗୁଞ୍ଜିଗୁଡାରେ ଦେଖାଦେଇଛି ତୀବ୍ର ଅସନ୍ତୋଷ । ଉତ୍ତେଜନା ପ୍ରକାଶ ପାଇବା ପରେ ରାଜସ୍ୱ ନିରୀକ୍ଷକ ଓ କର୍ମଚାରୀ ସେଠାରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛନ୍ତି । ଜମିର ମାପଚୁପ କରିଛନ୍ତି । ୫୦ ସେଣ୍ଟ ଜାଗାରେ ଲେମନଗ୍ରାସ ଚାଷ କରାଯାଇଥିବା ଜଣାପଡିଛି । ତୁରନ୍ତ ଚାଷ ବନ୍ଦ କରିବାକୁ ରାଜସ୍ୱ ନିରୀକ୍ଷକ ନିଦେ୍ର୍ଧଶ ଦେଇଛନ୍ତି ।
ରାଉଲିଗୁଡାର ଜଗବନ୍ଧୁ ହରିଜନ, ରାମ ନାୟକ, ପରମାନନ୍ଦ ଗାଦବା, ତୁଳା ପୂଜାରୀ, ରତ୍ନାକର ଅମାନତ୍ୟ, ରଘୁନାଥ ଗାଦବା, ତ୍ରିଲୋଚନ ଆମାନତ୍ୟ, ଗୋପାଳ ଅମାନତ୍ୟ, ପଦ୍ମନ ଅମାନତ୍ୟ ପ୍ରମୁଖ କହିଛନ୍ତି, ରାଉଲିଗୁଡା ଓ ଗୁଞ୍ଜିଗୁଡା ମଝିରେ ରହିଛି ଏହି ଗୋଚର ଜମି । ଏଠାରେ ଉଭୟ ଗାଁର ଗୋରୁ ଚରୁଥିଲେ । ଲୋକଙ୍କ ସରଳତାର ସୁଯୋଗ ନେଇ ଆନ୍ଧ୍ରରୁ ଆସିଥିବା କେତେକ ଲୋକ ସେଠାରେ ଲେମନଗ୍ରାସ ଚାଷ କରିଛନ୍ତି । ଗୁଞ୍ଜିଗୁଡାର କେତେକ ବ୍ୟକ୍ତିଙ୍କୁ ଧରି ସେମାନେ ଏଥିରେ ସଫଳ ହୋଇଛନ୍ତି । ଏହା ଗୋଚର ଜମି କହିବା ପରେ ବି ସେମାନେ କାହା କଥା ଶୁଣୁନାହାନ୍ତି । ଏ ସମ୍ପର୍କରେ କଙ୍ଗା ଆର୍ଆଇଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହାର ଠିକ୍ରେ ତଦନ୍ତ କରାଯାଇନି । ମାତ୍ର ୫୦ ସେଣ୍ଟ ଜମି ଜବରଦଖଲ ବୋଲି ରାଜସ୍ୱ ନିରୀକ୍ଷକ କହୁଛନ୍ତି । ପୁଣିଥରେ ଏହାର ମାପଚୁପ ନହେଲେ ସେମାନେ ଆନେ୍ଦାଳନ କରିବାକୁ ବାଧ୍ୟ ହେବେ ।
ଏ ସମ୍ପର୍କରେ ଆର୍ଆଇ ସୁଦାମ ସାସମଲ୍ କହିଛନ୍ତି, ଗ୍ରାମବାସୀଙ୍କ ଅଭିଯୋଗ ପରେ ଏହାର ସରଜମିନ ତଦନ୍ତ କରାଯାଇଥିଲା । ଗୋଚର ଜମିରୁ ୫୦ ସେଣ୍ଟରେ ଲେମନଗ୍ରାସ କରାଯାଇଥିବା ଜଣାପଡିଥିଲା । ତୁରନ୍ତ ଏଥିରୁ ନିବୃତ୍ତ ରହିବାକୁ ଚାଷୀଙ୍କୁ କୁହାଯାଇଛି । ନିଦେ୍ର୍ଧଶ କାର୍ଯ୍ୟକାରୀ ନହେଲେ ଆଇନ ଅନୁସାରେ କାର୍ଯ୍ୟାନୁÂାନ ନିଆଯିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons