ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ୪ ପ୍ରସ୍ତାବ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ସୀମାବର୍ତ୍ତୀ ଜିଲ୍ଲା କୋରାପୁଟ ଏବଂ ଗଜପତିରେ ଗାଁକୁ ନେଇ ସୃଷ୍ଟି ହୋଇଥିବା ବିବାଦର ଆପୋସ ସମାଧାନ ପାଇଁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ୍ ଜଗନ ମୋହନ ରେ‡ୀଙ୍କୁ ପତ୍ର ଲେଖି ବ୍ୟକ୍ତିଗତ ହସ୍ତକ୍ଷେପ ପାଇଁ ଅନୁରୋଧ କରିଛନ୍ତି । ଓଡ଼ିଶାବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଆନ୍ଧ୍ର ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଓ ଉଭୟ ରାଜ୍ୟର ମୁଖ୍ୟ ଶାସନ ସଚିବ କିମ୍ବା ଉନ୍ନୟନ କମିଶନରଙ୍କ ସ୍ତରରେ ଯୁଗ୍ମ କାର୍ଯ୍ୟକାରୀ କମିଟି ଗଠନ କରିବା ସହ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀ ପ୍ରଧାନ ମୋଟ ୪ଟି ପ୍ରସ୍ତାବ ଦେଇଛନ୍ତି ।
ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି, କୋରାପୁଟ ପଟ୍ଟାଙ୍ଗୀ ବ୍ଲକ କୋଟିଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ୨୦ଟି ଗାଁରୁ ଆରମ୍ଭ ହୋଇଥିବା ବିବାଦ ଏବେ ସୀମାବର୍ତ୍ତୀ ଅଞ୍ଚଳ ଗଜପତି ଜିଲ୍ଲାକୁ ମଧ୍ୟ ବ୍ୟାପିଛି । ଏହାଦ୍ୱାରା ଆନ୍ତରାଜ୍ୟ ସୀମା ବିବାଦ ସୃଷ୍ଟି ହେଉଛି ଯାହା ଗଭୀର ଚିନ୍ତାଜନକ । ଏସବୁ ବିବାଦ ଦ୍ୱାରା ଆନ୍ଧ୍ର ଏବଂ ଓଡ଼ିଶାର ସୀମାବର୍ତ୍ତୀ ଗାଁର ସୁରକ୍ଷା ଏବଂ ଅଞ୍ଚଳବାସୀଙ୍କ ବିକାଶମୂଳକ ଆକାଂକ୍ଷାରେ କ୍ଷତି ପହଞ୍ଚାଉଛି । ଏହି ସୀମା ବିବାଦର ସମାଧାନ ସମୟସାପେକ୍ଷ ଏବଂ ଏହାକୁ ସମାଧାନ କରିବା ପାଇଁ ଉଚ୍ଚ ସ୍ତରରେ ପରିପକ୍ୱ ରାଜନୈତିକ ବ୍ୟକ୍ତିବିଶେଷଙ୍କ ହସ୍ତକ୍ଷେପ ଓ ସହଯୋଗର ଆବଶ୍ୟକତା ରହିଛି । ତୃଣମୂଳ ସ୍ତରରେ ସୃଷ୍ଟି ହୋଇଥିବା ବିବାଦୀୟ ପରିସ୍ଥିତିକୁ ଦୃଷ୍ଟିରେ ରଖି କଥାବାର୍ତ୍ତା ମାଧ୍ୟମରେ ଏକ ସୌହାର୍ଦ୍ଧ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି କରିବାକୁ ଶ୍ରୀ ପ୍ରଧାନ ଗୁରୁତ୍ୱ ଦେଇଛନ୍ତି ।
ଏହି ପୃÂଭୂମିରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓଡ଼ିଶାର ସ୍ୱାର୍ଥ ନିମନ୍ତେ ଦ୍ୱିପାକ୍ଷିକ ଆଲୋଚନା ପାଇଁ ଏହି ଅନୁକୂଳ ବାତାବରଣ ସୃଷ୍ଟି ପାଇଁ ୪ଟି ପ୍ରସ୍ତାବ ଦେଇଛନ୍ତି । ପ୍ରଥମତଃ ବିବାଦୀୟ ଗ୍ରାମଗୁଡ଼ିକରୁ ସଶସ୍ତ୍ର ସୁରକ୍ଷା ବଳକୁ ଅପସାରଣ କରାଯାଉ । ସ୍ଥାନୀୟ ଜନପ୍ରତିନିଧି ଏବଂ ସରକାରୀ ଅଧିକାରୀଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାକୁ ପ୍ରତ୍ୟାହାର କରାଯାଉ । ଦ୍ୱିତୀୟତଃ ଗ୍ରାମାଞ୍ଚଳର ଭିତ୍ତିଭୂମି, ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ମୌଳିକ ସୁବିଧାକୁ ବାଦ୍ ଦେଇ ନୂତନ ଢାଞ୍ଚାଗତ ନିର୍ମାଣକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଉ । ତୃତୀୟତଃ ଏହି ବିବାଦରେ ଆଗାମୀ ଦିନର ରୋଡ୍ମ୍ୟାପ ପାଇଁ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା କରାଯାଉ । ଚତୁର୍ଥତଃ ଉଭୟ ରାଜ୍ୟର ମୁଖ୍ୟ ଶାସନ ସଚିବ କିମ୍ବା ଉନ୍ନୟନ କମିଶନରଙ୍କ ସ୍ତରରେ ଜଏଣ୍ଟ ଓାର୍କିଂ କମିଟି ବା ଯୁଗ୍ମ କାର୍ଯ୍ୟକାରୀ କମିଟି ଗଠନ କରାଯାଉ ବୋଲି ଶ୍ରୀ ପ୍ରଧାନ ପ୍ରସ୍ତାବ ଦେଇଛନ୍ତି ।
କୋରାପୁଟ ଏବଂ ଗଜପତି ଲୋକଙ୍କର ଦୁର୍ଦ୍ଧଶା ଏବଂ ଚିନ୍ତାକୁ ନେଇ ଜଣେ ଓଡ଼ିଆ ଭାବେ ଶ୍ରୀ ପ୍ରଧାନ ଦୁଃଖିତ ବୋଲି ପତ୍ରରେ ଉଲ୍ଲେଖ କରିଛନ୍ତି । ଆପୋଷ ସମାଧାନ ପାଇଁ ଦ୍ୱିପାକ୍ଷିକ ଆଲୋଚନା ଓ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ବ୍ୟକ୍ତିଗତ ସ୍ତରରେ କେନ୍ଦ୍ର ସରକାରଙ୍କ ତରଫରୁ ସମର୍ଥନ ଦେବା ନେଇ ଶ୍ରୀ ପ୍ରଧାନ ପ୍ରତିଶ୍ରୁତି ଦେଇଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି, ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ଐତିହାସିକ ଦୃଷ୍ଟିରୁ ବିକାଶମୁଖୀ ଆହ୍ୱାନ ଏବଂ କଲ୍ୟାଣକାରୀ କାର୍ଯ୍ୟକ୍ରମରେ ସମାନ ଭାବେ ଅଂଶୀଦାର । ଉଭୟ ରାଜ୍ୟ ପୂର୍ବଘାଟିରେ ଥିବା ପାହାଡ଼ିଆ ଅଞ୍ଚଳରେ ଲୋକଙ୍କ ଜୀବନକୁ ସୁଗମ କରିବା ପାଇଁ ସଂଯୋଗ ସ୍ଥାପନ, ବିକାଶମୂଳକ କାର୍ଯ୍ୟକୁ ସୁନିଶ୍ଚିତ କରିବା ସହ ଭିତ୍ତିଭୂମିର ବିକାଶ ପାଇଁ ଅନେକ ପଦକ୍ଷେପ ନେଉଛନ୍ତି । ଏହି ବିକାଶମୂଳକ ପଦକ୍ଷେପଗୁଡ଼ିକ ବାମପନ୍ଥୀ ଉଗ୍ରବାଦୀ ଦ୍ୱାରା ଉପୁଜିଥିବା ସମସ୍ୟାକୁ ସମାଧାନ କରିବା ଦିଗରେ ଫଳପ୍ରଦ ସାବ୍ୟସ୍ତ ହୋଇଛି ।
ସୀମାବର୍ତ୍ତୀ ଗ୍ରାମାଞ୍ଚଳରେ ଶାନ୍ତି ଫେରାଇବା ଏବଂ ବାମପନ୍ଥୀ ଉଗ୍ରବାଦୀ ଉପଦ୍ରବକୁ ଦମନ କରିବା ପାଇଁ ପ୍ରଶାସନ, ପୁଲିସ ଓ ସୁରକ୍ଷା ବଳ, ରାଜନେତା ଏକଜୁଟ୍ ହୋଇ କାମ କରୁଛନ୍ତି । କିନ୍ତୁ ଏହା ଦୁର୍ଭାଗ୍ୟ ଯେ, ସାମ୍ପ୍ରତିକ ପରିସ୍ଥିତିରେ ଆନ୍ତଃରାଜ୍ୟ ସୀମାକୁ ନେଇ ଏକ ବିବାଦ ସୃଷ୍ଟି ହେବା ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ଏସବୁ ବିବାଦ ଦ୍ୱାରା ଏହି ଅଞ୍ଚଳରେ ଅନେକ ବର୍ଷ ଧରି ହୋଇଥିବା ବିକାଶମୂଳକ କାର୍ଯ୍ୟ ଦିଗହରା ହେବାର ସମ୍ଭାବନା ରହିଛି । ଏହି ପରିସ୍ଥିତି ଉଭୟ ରାଜ୍ୟର ସାମାଜିକ, ରାଜନୈତିକ ଏବଂ ଅର୍ଥନୈତିକ ସ୍ୱାର୍ଥ ଉପରେ ମଧ୍ୟ କୁପ୍ରଭାବ ପକାଇ ଲୋକଙ୍କ ଆସ୍ଥା ହରାଇବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଓଡ଼ିଶାର ଲୋକଙ୍କ ସାମାଜିକ, ଆର୍ଥିକ ସ୍ୱାର୍ଥ ସହ ସାଲିସ୍ ନକରିବାକୁ ସେ ଗୁରୁତ୍ୱ ଦେଇଛନ୍ତି । ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏହି ମାମଲାରେ ଏକ ଅନୁକୂଳ ଓ ପରସ୍ପର ସହମତ ଉପରେ ଏକ ଚୁକ୍ତି ଉପରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେ‡ୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ପାଇଁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons