ଆମ୍ବ ତୋଟାରେ ଯୁବକ, ନାବାଳିକାଙ୍କ ଝୁଲନ୍ତା ମୃତଦେହ

Get real time updates directly on you device, subscribe now.

ହିଞ୍ଜିଳିକାଟୁ, (ବି.ବି.ଆପ୍ର): ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ମର୍ଗତ ଖଣ୍ଡରା ଗ୍ରାମ ଘୋଡାହାଡ ନଦୀପଠା ନିକଟ ଆମ୍ବତୋଟାରୁ ରବିବାର ପୂର୍ବାହ୍ନରେ ଜଣେ ଯୁବକ ଓ ଜଣେ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତକ ଶେରଗଡ଼ ଥାନା ବାରସିଙ୍ଗ ଗ୍ରାମର ମୁନା ଗୌଡ଼ (୨୦) ଓ ନିକଟସ୍ଥ କୁମାରପାଣି ଗ୍ରାମର ବସୁମତି ସାସମଲ (୧୫) ବୋଲି ପୁଲିସ ସୂତ୍ରରୁ ପ୍ରକାଶ । ହିଞ୍ଜିଳି ଥାନାରେ କେସ୍ ନମ୍ବର ୧୨/୨୦୨୨ ଅପମୃତୁ୍ୟ ମାମଲା ରୁଜୁ କରି ଉଭୟଙ୍କ ମୃତଦେହକୁ ବ୍ୟବଚ୍ଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇଛି ପୁଲିସ । ଘଟଣାର ତଦନ୍ତ ଚାଲିଥିବା ଥାନା ଆଇଆଇସି ଅଭିମନୁ୍ୟ ଦାସ କହିଛନ୍ତି ।
ଆଇଆଇସିଙ୍କ ସୂଚନା ଅନୁଯାୟୀ, ଶନିବାର ମାଟ୍ରିକ ପରୀକ୍ଷା ଶେଷ ପରେ ବସୁମତି ଓ ମୁନା ବ୍ରହ୍ମପୁର ଯାଇଥିଲେ । ସମ୍ପର୍କୀୟମାନେ ବ୍ରହ୍ମପୁରରେ ପହଞ୍ଚି ସେମାନଙ୍କୁ ଠାବ କରି ଗାଳିଗୁଲଜ କରି ଗାଁକୁ ଫେରିଯିବାକୁ ତାଗିଦ କରିଥିଲେ । ତେବେ ରବିବାର ସକାଳେ ଖଣ୍ଡରା ଗ୍ରାମର କିଛି ବ୍ୟକ୍ତି ଆମ୍ବତୋଟାରେ ଉଭୟଙ୍କ ଝୁଲନ୍ତା ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ । ଆସିକା ଏସ୍ଡିପିଓ ଉମାଶଙ୍କର ସିଂ, ହିଞ୍ଜିଳି ଥାନା ଆଇଆଇସି ଅଭିମନୁ୍ୟ ଦାସ, ଏସ୍ଆଇ ସିଦ୍ଧାର୍ଥ ଜେନା, କମଳିନୀ ନାଇକ, ଏଏସ୍ଆଇ ରାଜନ୍ ବିଷୋୟୀ ସଦଳବଳେ ପହଞ୍ଚି ଘଟଣାର ସରଜମିନ ତଦନ୍ତ କରିଥିଲେ । ସାଇଣ୍ଟଫିକ ଟିମ୍ ମଧ୍ୟ ଆବଶ୍ୟକ ନମୁନା ସଂଗ୍ରହ କରିଥିଲା । ଉଭୟ ମୃତକଙ୍କ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ପୁଲିସ ଶବ ଜବତ କରିଥିଲା ।
ତେବେ ପାରିପାଶ୍ୱିର୍କ ସ୍ଥିତିରୁ ଏହା ଆତ୍ମହତ୍ୟା ନା ହତ୍ୟାକାଣ୍ଡ ବୋଲି ସନେ୍ଦହ ସୃଷ୍ଟି ହୋଇଛି । ବସୁମତିଙ୍କ ଝୁଲନ୍ତା ମୃତଦେହ ପ୍ରାୟ ଆଣ୍ଠୁ ପାଖରୁ ମାଟିକୁ ଲାଗି ରହିଛି । ଗୋଟିଏ ରଶିରେ ଦୁହେଁ ଝୁଲୁଥିବା ବେଳେ ଗଛର ଏକ ଅଳ୍ପ ଉଚ୍ଚ ଓ ଛୋଟିଆ ଗଣ୍ଡିରୁ ରଶି ଝୁଲୁଥିବାରୁ ପ୍ରଶ୍ନବାଚୀ ହୋଇଛି । ମୁନା ବାହାର ରାଜ୍ୟରେ କାମ କରୁଥିବା ବେଳେ ୧୫ ଦିନ ପୂର୍ବରୁ ଗାଁକୁ ଆସିଥିଲେ । ଗତ ୧ ବର୍ଷ ଧରି ଉଭୟଙ୍କ ମଧ୍ୟରେ ସମ୍ପର୍କ ଗଢ଼ି ଉଠିଥିବା ଶୁଣିବାକୁ ମିଳିଛି । କିନ୍ତୁ ଏହାକୁ ପରିବାର ଲୋକ ଗ୍ରହଣ ନକରିବାରୁ ଉଭୟ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ଗ୍ରହଣ କରିଥିବା ପ୍ରାରମ୍ଭିକ ତଦନ୍ତରୁ ସନେ୍ଦହ ହେଉଛି । ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ସତ୍ୟତା ଜଣାପଡିବ ବୋଲି ଆଇଆଇସି କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons