ଆରଏମସି ଇନ୍ସପେକ୍ଟରଙ୍କ ଘରେ ଭିଜିଲାନ୍ସ

Get real time updates directly on you device, subscribe now.

ସୁନ୍ଦରଗଡ଼,(ବି.ବି.ବୁ୍ୟରୋ): ନିୟନ୍ତ୍ରିତ ବଜାର କମିଟି (ଆରଏମ୍ସି) ସର୍ଗିପାଲିର ସମ୍ପାଦକ ତଥା ଇନ୍ସପେକ୍ଟର ବନମାଳୀ ନାଏକଙ୍କ ଘରେ ଭିଜିଲାନ୍ସ ଛାନ୍ ଭିନ୍ କରିଛି । ଚଢ଼ାଉ ବେଳେ ତାଙ୍କ ପାଖରେ ୨.୭୧ କୋଟି ଟଙ୍କାର ଆୟ ବର୍ହିଭୁତ ସମ୍ପତ୍ତି ଥିବା ଭିଜିଲାନ୍ସ ଆକଳନ କରୁଛି । ୨ଟି ୩ ମହଲା ବିଲ୍ଡିଂ ଗଢ଼ିଥିବା ସହ ୪ଟି ପ୍ଲଟ କିଣିଥିବା ଭିଜିଲାନ୍ସ କହିଛି ।
କେନ୍ଦୁପଡ଼ାସ୍ଥିତ ବାସଭବନ ସହ ୫ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକକାଳୀନ ଚଢ଼ାଉ ହୋଇଥିଲା । ଭିଜିଲାନ୍ସ ସୂଚନା ଦେଇଛି, ବନମାଳୀଙ୍କ ବାସଭବନରୁ ନଗଦ ୨ ଲକ୍ଷ ୯୮ ହଜାର ଟଙ୍କା ଜବତ କରାଯାଇଥିଲା । ଘରୁ ଜବତ ୨୧୭ ଗ୍ରାମର ରୁପା ଓ ୬୮୨ ଗ୍ରାମର ସୁନା ଗହଣା ଯାହାର ମୂଲ୍ୟ ୧୦ ଲକ୍ଷ ୩୪ ହଜାର ଟଙ୍କା ବୋଲି ଆକଳନ କରାଯାଇଛି । ଘରୁ ୧୪ ଲକ୍ଷ ଟଙ୍କାର ଆସବାପତ୍ର ମିଳିଛି । ତାଙ୍କ ନାଁରେ ୬୨.୨୭ ଲକ୍ଷ ଟଙ୍କାର ଫିr ଡିପୋଜିଟ ଓ ଇନ୍ସୁରାନ୍ସ ପଲିସି ରହିଛି । କେନ୍ଦୁପଡ଼ାରେ ପ୍ଲଟ ନମ୍ବର ୭୩୮/୪୦୫୫ରେ ଦୁଇଟି ତିନି ମହଲା ବିଶିÂ ବିଲ୍ଡିଂ ରହିଛି । ୬୬୦୦ ବର୍ଗଫୁଟ ବିଶିÂ ଅତ୍ୟାଧୁନିକ ବିଲ୍ଡିଂର ମୂଲ୍ୟ ୧ କୋଟି ୧୧ ଲକ୍ଷ ହୋଇଥିବା ବେଳେ ୪ ହଜାର ବର୍ଗଫୁଟରେ ନିର୍ମିତ କୋଠାର ମୂଲ୍ୟ ୪୭.୯୦ ଲକ୍ଷ ହେବ । କୁକରିଡ଼ିହିରେ ଥିବା ପୈତୃକ ଘରର ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ । ସୁନ୍ଦରଗଡ଼ ହେମଗିରି ଥାନା ଛତାବରରେ ପ୍ଲଟ ନମ୍ବର ୩୯୭/୧୯୦୫, ସୁନ୍ଦରଗଡ଼ ଟାଉନର ପତ୍ରାପାଲି ଠାରେ ପ୍ଲଟ୍ ନମ୍ବର ୨୧୫୭, ଦର୍ଲିପାଲି ଠାରେ ପ୍ଲଟ୍ ନମ୍ବର ୨୬୧୬ ଓ କେନ୍ଦୁପଡ଼ାରେ ୭୩୮/୪୦୫୫ ପ୍ଲଟ ସମ୍ପାଦକ ବନମାଳୀଙ୍କ ନାଁରେ ରହିଛି । ଏହି ୪ଟି ପ୍ଲଟ୍ର ମୂଲ୍ୟ ଆକଳନ ଚାଲିଛି ।
ସୁନ୍ଦରଗଡ଼ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ୫ ଜଣ ଡିଏସ୍ପିଙ୍କ ନେତୃତ୍ୱରେ ଭିଜିଲାନ୍ସର ଏକ ଟିମ୍ ଆରଏମ୍ସି ସମ୍ପାଦକଙ୍କ ନିଜସ୍ୱ ବାସଭବନ କେନ୍ଦୁପଡ଼ା ସହ ୫ଟି ସ୍ଥାନରେ ସକାଳୁ ଚଢ଼ାଉ କରିଥିଲା । ଚଢ଼ାଉରେ ୫ ଜଣ ଡିଏସ୍ପି, ୭ ଜଣ ଇନ୍ସପେକ୍ଟର, ୪ ଜଣ ଏସ୍ଆଇଙ୍କ ସହ କର୍ମଚାରୀମାନେ ରହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons