ଆର୍ୟନଙ୍କ ନାଁରେ ଲାଗିପାରେ ଜାମିନ ବିହୀନ ଦଫା

Get real time updates directly on you device, subscribe now.

ମୁମ୍ବାଇ: କୋର୍ଡିଲିଆ ଜାହାଜରେ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହୋଇଥିବା ବଲିଉଡ ସୁପରଷ୍ଟାର ଶାହରୁଖ ଖାନ୍ଙ୍କ ପୁଅ ଆର୍ୟନ ଖାନ୍ଙ୍କ ଜାମିନ ଆବେଦନ ଶୁଣାଣି ସ୍ଥଗିତ ରହିଛି । ବୁଧବାର ସେସନ୍ସ କୋର୍ଟରେ ଆର୍ୟନଙ୍କ ଜାମିନ ଆବେଦନର ଶୁଣାଣି ହୋଇଥିଲା । କୋର୍ଟ ମଧ୍ୟରେ ଏନ୍ସିବି ଅଧିକାରୀ ଏବଂ ଆର୍ୟନଙ୍କ ଓକିଲ ମଧ୍ୟରେ ଅନେକ ସମୟ ପର୍ଯ୍ୟନ୍ତ ତର୍କ ହେବା ପରେ କୋର୍ଟ ଶୁଣାଣି ସ୍ଥଗିତ ରଖିଥିଲେ । ଗୁରୁବାର ଦିନ ୧୨ଟାରେ ଏନେଇ ପରବର୍ତ୍ତୀ ଶୁଣାଣି କରାଯିବ । ଆର୍ୟନ ଅନ୍ତର୍ଜାତୀୟ ଡ୍ରଗ୍ସ କାରବାର ସହ ଜଡ଼ିତ ଥିବା ତଥା ଅନ୍ୟକୁ ଡ୍ରଗ୍ସ ନେବା ପାଇଁ ଉସ୍କାଇଥିବା କାରଣରୁ ତାଙ୍କ ବିରୋଧରେ ଜାମିନ ବିହୀନ ଏନ୍ଡିପିଏସ୍ ଧାରା ଲାଗୁ କରାଯାଇପାରେ ବୋଲି ଏନ୍ସିବି କୋର୍ଟରେ ପ୍ରକାଶ କରିଛି । ଯଦି ତାଙ୍କ ବିରୋଧରେ ଏହି ଧାରା ଲାଗୁ କରାଯାଏ ତେବ ତାଙ୍କୁ ଜାମିନ ମିଳିବା କଷ୍ଟ କର ହୋଇପଡ଼ିବ ।
ଆର୍ୟନଙ୍କୁ ଜାମିନ ମିଳିଲେ ମାମଲାର ତଦନ୍ତ ପ୍ରଭାବିତ ହେବ ବୋଲି ଏନ୍ସିବି କୋର୍ଟରେ ଯୁକ୍ତି ବାଢଥିଲା । କହିଥିଲା, ଆର୍ୟନ ଗତ କିଛିବର୍ଷ ହେବ ଡ୍ରଗ୍ସ ନେବା ସହ ଅନ୍ତର୍ଜାତୀୟ ଡ୍ରଗ୍ସ ବ୍ୟବସାୟରେ ସାମିଲ ଥିବା ଲୋକଙ୍କ ସହ ଯୋଗାଯୋଗରେ ଅଛନ୍ତି । ବିଦେଶର କିଛି ବ୍ୟକ୍ତିଙ୍କ ସହ ସେ ଆର୍ଥିକ କାରାବାର ଜାରି ରଖିଥିଲେ । ତାଙ୍କ ହ୍ୱାଟ୍ସଆପ ଚାଟିଂ ଏବଂ ମୋବାଇଲରୁ ମିଳିଥିବା ଫଟୋରୁ ଏହା ସ୍ପଷ୍ଟ ଯେ ସେ ଏବଂ ଅନ୍ୟ ଅଭିଯୁକ୍ତ ବେଆଇନ ଡ୍ରଗ୍ସ ଚେନ୍ ସହ ଜଡ଼ିତ ଥିଲେ । ବୃହତ ପରିମାଣର ଡ୍ରଗ୍ସ ବାବଦରେ ସେ ବିଦେଶୀମାନଙ୍କ ସହ କଥା ହେଉଥିଲେ । ସେ ନିଜେ ଡ୍ରଗ୍ସ ନେବା ସହ ଅନ୍ୟଙ୍କୁ ଡ୍ରଗ୍ସ ନେବାକୁ ଉତ୍ସାହିତ କରୁଥିଲେ । ଗୋÂୀ ଭାବେ ଏହି ଡ୍ରଗ୍ସ ନେଣଦେଣ ଚାଲୁଥିବାରୁ ଜଣେ ଅଭିଯୁକ୍ତ ଜାମିନରେ ବାହାରିଲେ ମଧ୍ୟ ତଦନ୍ତ ପ୍ରଭାବିତ ହେବ । ଅର୍ବାଜ ମର୍ଚ୍ଚାଣ୍ଟଙ୍କ ନିକଟରୁ ମିଳିଥିବା ୬ ଗ୍ରାମ ଚରସ ଆର୍ୟନଙ୍କ ବ୍ୟବହାର ନିମନ୍ତେ ଥିଲା । ଏଣୁ ପାର୍ଟିରେ ଆର୍ୟନଙ୍କ ପାଖରୁ ଡ୍ରଗ୍ସ ମିଳିନାହିଁ କିମ୍ବା ସେ ଡ୍ରଗ୍ସ ବାବଦରେ ଜାଣିନଥିଲେ ଏକଥା କୁହାଯାଇପାରିବନି । ଏଣୁ ଆର୍ୟନଙ୍କ ବିରୋଧରେ ଧାରା ୩୭(ବେଆଇନ କାର୍ଯ୍ୟ ପାଇଁ ଷଡ଼ଯନ୍ତ୍ର କରିବା ଓ ଅନ୍ୟକୁ ଉସ୍କାଇବା) ଲାଗୁ କରାଯିବ । ଏହି ଧାରା ଅଧୀନରେ ତାଙ୍କୁ ଜାମିନ ମିଳିପାରିବ ନାହିଁ ।
ଅନ୍ୟପକ୍ଷରେ ଆର୍ୟନ ଜଣେ ଅତିଥି ଭାବେ ପାର୍ଟିକୁ ଯାଇଥିବାରୁ ଏବଂ ତାଙ୍କ ନିକଟରୁ କୌଣସି ଡ୍ରଗ୍ସ ମିଳିନଥିବାରୁ ହ୍ୱାଟ୍ସଆପ୍ ଚାଟ୍ ଆଧାରରେ ତାଙ୍କୁ ଦୋଷାରୋପ କରାଯାଇପାରିବ ନାହିଁ ବୋଲି ଆର୍ୟନଙ୍କ ଓକିଲ କୋର୍ଟରେ ଯୁକ୍ତି ବାଢ଼ିଥିଲେ । ଅଭିଯୁକ୍ତ କୌଣସି ଡ୍ରଗ୍ସ କାରବାରରେ ସଂପୃକ୍ତ ନଥିବାରୁ ତାଙ୍କୁ ଏଥିପାଇଁ କ୍ଷମା କରାଯାଇପାରିବ । ଅନ୍ୟପକ୍ଷରେ ଘଟଣା ଦିନ ଏନ୍ସିବି ମାତ୍ର ୩ ଜଣଙ୍କୁ ଗିରଫ କରିଥିଲା । ପରେ ଅନ୍ୟମାନଙ୍କୁ ଗିରଫ କରାଯାଇଥିଲା । ଏଣୁ ଏହାକୁ ଷଡ଼ଯନ୍ତ୍ର କୁହାଯାଇପାରିବ ନାହିଁ ବୋଲି ଆର୍ୟନଙ୍କ ଓକିଲ କହିଥିଲେ । ଉଲ୍ଲେଖଯୋଗ୍ୟ, ପୂର୍ବରୁ ସତୀତ ମାନସିନେ୍ଦ ଆର୍ୟନଙ୍କ ପାଇଁ ମାମଲା ଲଢୁଥିଲେ । କିନ୍ତୁ ବର୍ତ୍ତମାନ ଶାହରୁଖ ବରିÂ ଆଇନଜୀବି ଅମିତ ଦେସାଇଙ୍କୁ ଏହି ମାମଲା ହସ୍ତାନ୍ତର କରିଛନ୍ତି । ଆର୍ୟନଙ୍କ ଜାମିନ ଶୁଣାଣି ସ୍ଥଗିତ ରହିବା ପରେ ସଲମାନ ଖାନ ‘ମନ୍ନତ ବଙ୍ଗଳା’ରେ ପହଞ୍ଚି ଶାହରୁଖଙ୍କୁ ଭେଟିଛନ୍ତି । ଆର୍ୟନଙ୍କ ଗିରଫଦାରୀ ପରେ ମଧ୍ୟ ସଲମାନ ମନ୍ନତରେ ପହଞ୍ଚି ଶାହରୁଖଙ୍କୁ ଭେଟିଥିଲେ ।
ସୂଚନାଥାଉକି, ମୁମ୍ବାଇରୁ ଗୋଆ ଯାଉଥିବା କୋର୍ଡିଲିଆ ଜାହଜରେ ରେଭ୍ ପାର୍ଟି(ଡ୍ରଗ୍ସ ପାର୍ଟି) ଚାଲୁଥିବା ସମୟରେ ଏନ୍ସିବି ସେଠାରେ ଚଢ଼ାଉ କରିଥିଲା । ଆର୍ୟନ ଖାନ୍ଙ୍କ ନିକଟରୁ ଏନ୍ସିବିକୁ କୌଣସି ଡ୍ରଗ୍ସ ମିଳିନଥିଲେ ମଧ୍ୟ ତାଙ୍କ ସହ ଥିବା ବନ୍ଧୁ ଅର୍ବାଜ ମର୍ଚ୍ଚାଣ୍ଟ ଓ ପ୍ରତୀକ ଗାୱାଙ୍କ ନିକଟରୁ ଡ୍ରଗ୍ସ ସମେତ ଅନ୍ୟାନ୍ୟ ନିଶା ସାମଗ୍ରୀ ଜବତ କରାଯାଇଛି । ଏମାନେ ସମସ୍ତେ ଏକାସାଙ୍ଗରେ ଗୋଟିଏ ଗାଡ଼ିରେ ବସି ମୁମ୍ବାଇର ମନ୍ନତ ବଙ୍ଗଳାରୁ ଜାହାଜ ପର୍ଯ୍ୟନ୍ତ ଯାଇଥିଲେ । ଆର୍ୟନ ଗତ ୪ ବର୍ଷ ହେବ ଡ୍ରଗ୍ସ ନେଉଥିବା ମଧ୍ୟ ଏନ୍ସିବି ସମ୍ମୁଖରେ ସ୍ୱୀକାର କରିଛନ୍ତି । ଏହି ମାମଲାରେ ଅନ୍ୟ ୩ ଅଭିଯୁକ୍ତ ମୋହକ ଜାୟସୱାଲ, ଅଜୀତ କୁମାର ଏବଂ ନୂପୁର ସତିଜାଙ୍କ ଜାମିନ ଆବେଦନର ଶୁଣାଣି ଆସନ୍ତା ଅକ୍ଟୋବର ୨୦ରେ ହେବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons