ଆୟୋଜନ ହୋଇପାରିଲାନି ଶାନ୍ତି କମିଟି ବୈଠକ

Get real time updates directly on you device, subscribe now.

କେନ୍ଦ୍ରାପଡ଼ା,(ବି.ବି.ନୁ୍ୟଜ): କେନ୍ଦ୍ରାପଡ଼ା ବ୍ଲକ୍ ଅନ୍ତର୍ଗତ ଇନ୍ଦୁପୁର ପ୍ରସିଦ୍ଧ ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ହୋଇଉଠିଛି । କରୋନାଜନିତ କଟକଣା ଯୋଗୁଁ ମନରେ ପୂର୍ବବତ୍ ଉତ୍ସାହ ନଥିଲେ ବି ପରମ୍ପରା, ବିଧି ରକ୍ଷା କରିବାକୁ କମିଟି ସବୁ ପ୍ରସ୍ତୁତ ହୋଇସାରିଲେଣି । ଆଜି ସୋମବାର ବେଲ ବରଣୀ ଓ ଷÂୀ ପୂଜାରେ ମା’ଙ୍କ ପୂଜା ଆରମ୍ଭ ହୋଇଛି । ମହାମାରୀ କରୋନା ଯୋଗୁ କଟକଣା ମଧ୍ୟରେ ପାର୍ବଣ ମନାଇବାକୁ ସରକାର ନିଷ୍ପତ୍ତି ନେଇଥିଲେ ମଧ୍ୟ ଏଠାରେ ତାହାର ପାଳନ ହୋଇନଥିବା ଦେଖାଯାଇଛି । ମୂର୍ତ୍ତିି ୪ଫୁଟ ଉଚ୍ଚତା ମଧ୍ୟରେ କରାଯିବାକୁ ସ୍ଥିର ହୋଇଥିଲେ ବି ତାହାର ଖିଲାପ୍ କରାଯାଇଛି । ଅଧିକାଂଶ ମୂର୍ତ୍ତି ୪ ଫୁଟ୍ରୁ ଅଧିକ ଉଚ୍ଚରେ ଗଢ଼ା ଯାଇଛି । ସେହିପରି ଆଜି ଷÂୀ ପୂଜା ଆରମ୍ଭ ହେଉଥିଲେ ହେଁ ଅଦ୍ୟାବଧି ଶାନ୍ତି କମିଟି ବୈଠକ ଆୟୋଜନ ହୋଇପାରିଲା ନାହିଁ । ପ୍ରତିବର୍ଷ ପୂଜା ଶାନ୍ତିଶୃଙ୍ଖଳାର ସହ ପାଳନ କରିବା ନିମନ୍ତେ ପ୍ରସ୍ତୁତି ବୈଠକ ପୂଜାର କିଛିଦିନ ଆଗରୁ ଅନୁÂିତ ହୁଏ । ହେଲେ ଚଳିତ ବର୍ଷ ଅଦ୍ୟାବଧି ଶାନ୍ତି କମିଟି ବୈଠକ ଆୟୋଜନ ନେଇ କୌଣସି ଉଦ୍ୟମ ହୋଇପାରିଲା ନାହିଁ । ଅନ୍ୟତ୍ର ଦୁର୍ଗାପୂଜା କରାଯାଉଥିଲେ ବି ଇନ୍ଦୁପୁର ଦୁର୍ଗାପୂଜାର ନିଆରାପଣ ବାରି ହୋଇପଡେ଼ । ଅଞ୍ଚଳରେ ପାଳିତ ହୋଇଆସୁଥିବା ବିଭିନ୍ନ ପ୍ରକାର ପ୍ରଥା ପରମ୍ପରା ହିଁ ପୂଜାକୁ ସ୍ୱାତନ୍ତ୍ର୍ୟ କରିଛି । କେନ୍ଦ୍ରାପଡ଼ା ଜିଲ୍ଲା ଓ ଯାଜପୁର ଜିଲ୍ଲାର ସୀମାନ୍ତବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ଏଠାରେ ଉଭୟ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ସାମିଲ ହୋଇଥାନ୍ତି । ହେଲେ ଦୁଇ ବର୍ଷ ହେବ କରୋନାଜନିତ କଟକଣା ଯୋଗୁଁ ବହୁ ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନରୁ ବଞ୍ଚିତ ରହିଛନ୍ତି ।
ଇନ୍ଦୁପୁର ଦୁର୍ଗାପୂଜାରେ ଥାନପତିଙ୍କର ଭିନ୍ନ ପ୍ରଥା ରହିଛି । ଦୁର୍ଗା ପ୍ରତିମା(ମେଢ଼)ଙ୍କର ଓଜନ ପ୍ରାୟ ୧୦ରୁ ୧୫ କୁଇଣ୍ଟାଲ ପର୍ଯ୍ୟନ୍ତ ହୋଇଥାଏ । ଯାହାକୁ ଭସାଣି ସମୟରେ ଶ୍ରଦ୍ଧାଳୁମାନେ ଲୁହା ପାଇପ୍ ଯୋଗେ କାନ୍ଧରେ ବୋହି ନେଇଥାନ୍ତି । ଗାଁ ସାରା ପରିକ୍ରମା କରିବା ପରେ ମେଲଣ ପଡ଼ିଆରେ ପହଞ୍ଚିଥାନ୍ତି । ପରେ ଅନ୍ୟ ମେଢ଼ ଭସାଣି ଲାଗି ଯାତ୍ରା ଆରମ୍ଭ କରିଥାନ୍ତି । ବିସର୍ଜନ ପରେ ଥାନପତି ମେଢ଼ ବିରୂପା ନଦୀର ବାରୁଣୀ ଘାଟରେ ପାଣିରେ ପଡ଼ିିବା ପରେ ବିଧି ପାଳନ ପୂର୍ବକ କୁମାର ପୂର୍ଣ୍ଣିମା ଦିନ ମେଢ଼ ଉଠାଯାଇଥାଏ । ପାଣିରୁ ନେଇ ପୁଣି ପୀଠରେ ରଖାଯାଇଥାଏ । ଆଉ ଏକ ପ୍ରମୁଖ ଆକର୍ଷଣ ହେଲା ଏଠାକାର କାଳିକା ନାଚ । ନବମୀର ବିଳମ୍ବିତ ରାତ୍ରିରେ ଅନୁÂିତ କାଳିକା ନୃତ୍ୟ ଦେଖିବାକୁ ବହୁ ଦୂରଦୂରାନ୍ତରୁ ଲୋକ ଆସି ଏଠାରେ ଭିଡ଼ ଜମାଇଥାନ୍ତି । ଏତଦ୍ଭିନ୍ନ ଅଞ୍ଚଳର ଆରାଧ୍ୟ ଦେବୀ ମା’ ଚଣ୍ଡୀଦେବୀଙ୍କର ଦୁର୍ଗାପୂଜା ଅବସରରେ ସ୍ୱତନ୍ତ୍ର ଭାବେ ପୂଜା ନୀତି ପାଳନ କରାଯାଇଥାଏ । ଏଠାରେ ପୂଜାରେ ଆଉ ଏକ ଭିନ୍ନତା ହେଲା ଏଠାରେ ଇସ୍ଲାମ ସମ୍ପ୍ରଦାୟର ଲୋକେ ଉତ୍ସବରେ ସାମିଲ ହେବା । ପର୍ଶୁରାମ ପୂଜା କମିଟିର ମିର୍ଜା ମନାନ୍ ବେଗ୍ ଏବଂ ରାଧାକୃଷ୍ଣ କମିଟିର ମୋହନ ଚାଚା ଉତ୍ସବ ପରିଚାଳନାର ସମସ୍ତ ଦାୟିତ୍ୱ ବୁଝାବୁଝି କରିଥାନ୍ତି । ଚଳିତ ବର୍ଷ ଅକ୍ଟୋବର ୧୧ ତାରିଖ ଷÂୀ ଉତ୍ସବରୁ ଆରମ୍ଭ ହୋଇ ୧୫ ଦଶହରା ଯାଏ ୫ଦିନ ଧରି ମା’ଙ୍କର ପୂଜାର୍ଚ୍ଚନା ଚାଲିବ । ୧୬ ତାରିଖରେ ଭସାଣି ଉତ୍ସବ ଥିବା ବେଳେ ଏଥିରେ ୧୫ଟି ମେଢ଼ ସାମିଲ ହେବ । ତେବେ ଇନ୍ଦୁପୁର, ଧୂମାତ ସମେତ ଆଖପାଖ ପଞ୍ଚାୟତ ଅଞ୍ଚଳରେ ପ୍ରାୟ ୪୦ଟି ମେଢ଼ ମଣ୍ଡପରେ ପୂଜା ପାଇଆସୁଛନ୍ତି । କଟକଣା ଯୋଗୁଁ ପୂର୍ବବର୍ଷ ଭଳି ଏଥର ମଧ୍ୟ ବିନା ଶୋଭାଯାତ୍ରା ଭସାଣି ଉତ୍ସବ ଆୟୋଜିତ ହେବ । ଥାନପତି ପୂଜା କମିଟି ସମ୍ପାଦକ ନୀଳମାଧବ ପତିଙ୍କ କହିବା କଥା ମହାମାରୀ କରୋନା ଗଲା ଦୁଇ ବର୍ଷ ହେବ ପୂଜାକୁ ସମ୍ପୂର୍ଣ୍ଣ ଫିକା କରିଦେଇଛି । କରୋନା ପାଇଁ ହବିଳି ସାହି ଥାନପତି ଦୁର୍ଗାଙ୍କ ସବୁଠାରୁ ପୁରୁଣା ପ୍ରଥା ଅନୁଯାୟୀ ମା’ ଦୁର୍ଗା ମେଲଣ ପଡ଼ିଆକୁ ଗଲା ବେଳେ ଶ୍ରଦ୍ଧାଳୁମାନେ କାନ୍ଧରେ ବୋହି ନେଇଥାଆନ୍ତି । କିନ୍ତୁ କରୋନା ତାହା ବି ବନ୍ଦ କରିଦେଇଛି । ମୂର୍ତ୍ତି ଉଚ୍ଚତା ୪ ଫୁଟ୍ରୁ ଅଧିକ ବୃଦ୍ଧି ସମ୍ପର୍କରେ କମିଟି କର୍ମକର୍ତ୍ତାଙ୍କ କହିବା କଥା ଯେ, ସରକାରୀ ସ୍ତରରେ ନିଷ୍ପତ୍ତି ହେବା ପୂର୍ବରୁ ଆମେ ମୂର୍ତ୍ତି ନିମାଣ କାମ ଆରମ୍ଭ କରିସାରିଥିଲୁ । ମୂର୍ତ୍ତି ଉଚ୍ଚତା ୪ଫୁଟ୍ରୁ କମ୍ ରହିବା କାରଣରୁ ମା’ଙ୍କର ସାଜ, ଅଳଙ୍କାର ବ୍ୟବହାର ହୋଇପାରୁନାହିଁ । ଏଥିପାଇଁ ଆମକୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons