ଇଞ୍ଜିନିୟର ଛାତ୍ରୀଙ୍କ ଅକାଳ ମୃତୁ୍ୟ

Get real time updates directly on you device, subscribe now.

ଗୋଚ୍ଛାପଡ଼ା,(ବି.ବି.ନୁ୍ୟଜ): ଚିକିତ୍ସାଧିନ ଅବସ୍ଥାରେ ଆଜି ଜଣେ ଇଞ୍ଜିନିୟରିଂ ଛାତ୍ରୀଙ୍କ ଅକାଳ ବିୟୋଗ ହୋଇଛି । ମୃତକ ଫିରିଙ୍ଗିଆ ବ୍ଲକ କେଳାପଡ଼ା ପଞ୍ଚାୟତର ଆଲୋକ ନାୟକଙ୍କ ଝିଅ ଆଲିସା (୧୯) ।
ଆଲୋକଙ୍କ କହିବା ଅନୁଯାୟୀ, ଝିଅ ଖୋର୍ଦ୍ଧା ଜିଲା ରଥପୁର ସ୍ଥିତ ଇଞ୍ଜିନିୟରିଂ କଲେଜରେ ପଢ଼ୁଥିଲେ । କରୋନା ସମୟରେ କଲେଜ ବନ୍ଦ ହେବାରୁ ସେ ଘରକୁ ଆସିଥିଲେ । ଜନ୍ମ ହେବାର ୫ ବର୍ଷ ପରେ ତାଙ୍କର ରକ୍ତହୀନତା(ସିକଲିଂ) ରୋଗରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା । ଆଲିସା ଏନେଇ ନିୟମିତ ବ୍ୟବଧାନରେ ଚିକିତ୍ସିତ ହେଉଥିଲେ । ଗତ କିଛି ଦିନ ହେବ ତାଙ୍କର ଦେହ ଅସୁସ୍ଥ ଥିଲା । ତାଙ୍କୁ ୨ ତାରିଖରେ ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ରକ୍ତହୀନତା ସହ ତାଙ୍କର ଜଣ୍ଡିସ ମଧ୍ୟ ରହିଥିଲା । ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତୁ୍ୟ ହୋଇଛି । ଆଲିସା ଜଣେ ମେଧାବୀ ଛାତ୍ରୀଭାବେ ପରିଚିତ ଥିଲେ । ତାଙ୍କ ବିୟୋଗ ଖବର ଜଣାପଡ଼ିବା ପରେ ଶୋକର ଛାୟା ଖେଳିଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons