ଇ.ବିବେକ ରେଡ୍ଡି ବ୍ରହ୍ମପୁର ଡେପୁଟି ମେୟର

Get real time updates directly on you device, subscribe now.

ବ୍ରହ୍ମପୁର, (ବି.ବି.ବୁ୍ୟରୋ): ବ୍ରହ୍ମପୁର ମହାନଗର ନିଗମ ଡେପୁଟି ମେୟର ହୋଇଛନ୍ତି ବିଜେଡି କର୍ପୋରେଟର ଇ.ବିବେକ ରେଡ୍ଡି । ଖେଳ ପଡିଆରୁ ରାଜନୀତିରେ ପ୍ରବେଶ କରିଛନ୍ତି ବିବେକ । ସେ ଜଣେ ଭଲ ବାସ୍କେଲବଲ୍ ଖେଳାଳି । ଆଜି ନବନିର୍ବାଚିତ ପ୍ରତିନିଧିମାନେ ଶପଥ ନେବା ପରେ ଡେପୁଟି ମେୟର ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।
ମହାନଗରରେ ବିଜେଡିର ୩୦ଜଣ, ବିଜେପିରୁ ୭ଜଣ, ସ୍ୱାାଧୀନରେ ୪ଜଣ ଓ ଜଣେ କଂଗ୍ରେସ କର୍ପୋରଟର ନିର୍ବାଚିତ ହୋଇଇଛନ୍ତି । ବିଜେପି ୨୧ ନମ୍ବର ୱାର୍ଡ କର୍ପୋରେଟର ଡି.କରୁଣାକରଙ୍କୁ ଡେପୁଟୀ ମେୟର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜେଡି ନାମ ସସପେନ୍ସ୍ ଥିଲା । ଆଜି କର୍ପୋରେସନ୍ ସମ୍ମିଳନୀ କକ୍ଷରେ ବିଜେଡି ସୁପ୍ରିମୋଙ୍କ ପକ୍ଷରୁ ଆସିଥିବା ଲଫାପାକୁ ଜିଲ୍ଲା ସଭାପତି ଡା.ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ସମସ୍ତଙ୍କ ଉପସ୍ଥିତିରେ ଖୋଲିଥିଲେ । ଡେପୁଟି ମେୟର ପ୍ରାର୍ଥୀ ଭାବେ ୪୨ନଂ ୱାର୍ଡ କର୍ପୋରେଟର ଇ.ବିବେକ ରେଡ୍ଡିଙ୍କ ନାମ ରହିଥିଲା । ବିଜେଡି ଇ.ବିବେକ ରେଡ୍ଡିଙ୍କୁ ପ୍ରାର୍ଥୀ କରିବା ପରେ ନିର୍ବାଚନ ଆରମ୍ଭ ହୋଇଥିଲା । ବିଜେପି ଡେପୁଟୀ ମେୟର ପ୍ରାର୍ଥୀଙ୍କ ପାଇଁ କର୍ପୋରେଟର ପ୍ରଦୀପ କୁମାର ଶତପଥି ଓ ଅନିତା ବେହେରାଙ୍କ ପାଇଁ ପ୍ରସ୍ତାବକ ଓ ସମର୍ଥକ ଥିଲେ । ବିଜେଡି ଡେପୁଟି ମେୟର ପ୍ରାର୍ଥୀଙ୍କ ପାଇଁ ସଂଜୀତ କୁମାର ପାଣିଗ୍ରାହୀ ଓ ଅଶ୍ୱିନୀ କୁମାର ପଟ୍ଟନାୟକ ପ୍ରସ୍ତାବକ ଏବଂ ଆର.ପାବନୀ ଓ ବି.ପୁଷ୍ପାବତୀ ସମର୍ଥକ ଥିଲେ ।
ନିର୍ବାଚନ ଅଧିକାରୀ ପୌର ପ୍ରଶାସନ ନିଦେ୍ର୍ଧଶକ ସଂଗ୍ରାମଜିତ୍ ନାୟକଙ୍କ ନିକଟରେ ନାମାଙ୍କନ ଦାଖଲ ହୋଇଥିଲା । ପରେ ପୂର୍ବରୁ ନିର୍ଦ୍ଧାରିତ ସମୟ ପ୍ରକାରେ ଭୋଟ ଆରମ୍ଭ ହୋଇଥିଲା । ବିଜେଡି ନିଜର ୩୦ଜଣ କର୍ପୋରେଟରଙ୍କ ଭୋଟ ନେଇଥିଲା । ଏହାସହିତ ୩ଜଣ ସ୍ୱାଧୀନ ଓ ଜଣେ କଂଗ୍ରେସ କର୍ପୋରେଟର ବିଜେଡିକୁ ଭୋଟ ଦେଇଥିଲେ । ଜଣେ ସ୍ୱାଧୀନ ପ୍ରାର୍ଥୀ ଭୋଟ ଦେଇନଥିଲେ । ବିଜେପି ଦଳର ୭ଜଣ କର୍ପୋରେଟରଙ୍କ ଭୋଟ ପାଇଥିଲା । ବିଜେଡି ପାଇଁ ରାଜନୈତିକ ଏଜେଣ୍ଟ ଜିଲ୍ଲା ସଭାପତି ଡା.ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଥିଲେ । ବିଜେପି ପାଇଁ ରାଜନୈତିକ ଏଜେଣ୍ଟ ଥିଲେ ପୂର୍ବତନ ଜିଲ୍ଲା ସଭାପତି କାହ୍ନୁ ଚରଣ ପତି । ବିଜେଡି ମୋଟ ୩୪ଟି ଭୋଟ ପାଇଥିବା ବେଳେ ବିଜେପି ୭ଟି ଭୋଟ ପାଇଥିଲା । ଇ.ବିବେକ ରେଡ୍ଡିଙ୍କୁ ଡେପୁଟି ମେୟର ଭାବେ ଘୋଷଣା କରାଯାଇଥିଲା । କମିଶନର ଡ.ସିଦେ୍ଧଶ୍ୱର ବଳିରାମ ବୋନ୍ଦର, ଡେପୁଟି କମିଶନର ଅଦୈତ୍ୟ କୁମାର ସ୍ୱାଇଁ ଉପସ୍ଥିତ ଥିଲେ ।
ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଗୋପବନ୍ଧୁ ଦାସ, ବିଜେଡି ଯୁବ ସଂଗଠକ ଏ.ସନ୍ତୋଷ କୁମାର ପାତ୍ର, ଆର୍.ମୁରଲି ମୋହନ, ଉଦୟନାଥ ବେହେରାଙ୍କ ସହ ବହୁ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ । ବିବେକଙ୍କୁ ଦଳୀୟ ନେତା ମାନେ ପାଛୋଟି ନେଇଥିଲେ । ବିଧାୟକ ବିକ୍ରମ କୁମାର ପଣ୍ଡା କହିଛନ୍ତି, ମୁଖ୍ୟମନ୍ତ୍ରୀ ଜଣେ ଯୁବକଙ୍କୁ ସହରରେ ଡେପୁଟି ମେୟର କରିଛନ୍ତି । ଯୁବ ଶକ୍ତିକୁ ଆଗକୁ ନେବାକୁ ମୁଖ୍ୟମନ୍ତ୍ରୀ ଦୃଷ୍ଟି ଦେଇଛନ୍ତି । ସମସ୍ତ ଦଳୀୟ ନେତା ମାନେ ଏହି ନିଷ୍ପତ୍ତିକୁ ସମ୍ମାନ ଜଣାଇଛନ୍ତି । ଡେପୁଟି ମେୟର ଭାବେ ନିର୍ବାଚିତ ହେବା ପରେ ଇ.ବିବେକ ରେଡ୍ଡି କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଲକ୍ଷ୍ୟ ନେଇ ଏହି ଦାୟିତ୍ୱ ଦେଇଛନ୍ତି ନିଶ୍ଚିତ ଭାବେ ତାହା ପୂରଣ କରିବ । ବିକାଶ ଧାରାକୁ ଆଗକୁ ନେବାକୁ ଗୁଣ୍ଡୁଚି ମୂଷା ଭଳି କାମ କରିବି ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons