ଉପକୂଳ ଖାଉଛି, ଗଣଅଣ୍ଡାଦାନ ପ୍ରତି ଆଶଙ୍କା

Get real time updates directly on you device, subscribe now.

ଛତ୍ରପୁର, (ବି.ବି.ନୁ୍ୟଜ): ଗଞ୍ଜାମ ଉପକୂଳରେ ପୁରୁଣା ବନ୍ଧ ଠାରୁ ପୋଡ଼ମପେଟା ପର୍ଯ୍ୟନ୍ତ ସମୁଦ୍ର ତଟ ଖାଇବାରେ ଲାଗିଛି । ସମୁଦ୍ର କୂଳରେ ଥିବା କାଜୁ ଏବଂ ଝାଉଁ ଜଙ୍ଗଲ କ୍ରମେ କ୍ଷୟ ହୋଇ ସମୁଦ୍ର ମଧ୍ୟରେ ବିଲୀନ ହେବାରେ ଲାଗିଛି । ପୂର୍ବରୁ ପୋତାଗଡ଼ ନିକଟରେ ମୁହାଣ ଥିବା ବେଳେ ଏବେ ୪ କିଲୋମିଟର ଦୂର ନୂଆ ପୋଡମପେଟା ନିକଟରେ ମୁହାଣ ଖୋଲିଛି । ଫଳରେ ଋଷିକୁଲ୍ୟା ବର୍ଷା ଜଳ ସିଧାସଳଖ ନିଷ୍କାସିତ ହୋଇପାରୁନି । ମୁହାଣ ସ୍ଥାନ ପରିବର୍ତ୍ତନ ହୋଇଥିବାରୁ ଜୁଆର ଆସିଲେ କ୍ରମଶଃ ଅଧିକ କୂଳ ଖାଇବାରେ ଲାଗିଛି । ବିଶେଷ କରି ପୁରୁଣାବନ୍ଧ ଠାରୁ ବଟେଶ୍ୱର ପୀଠ ପର୍ଯ୍ୟନ୍ତ ସମୁଦ୍ରତଟ କ୍ଷୟ ହେତୁ ଏପରି ସ୍ଥିତି ସୃଷ୍ଟି ହୋଇଛି ଯେ- ବିରଳ ସାମୁଦ୍ରିକ ଅଲିଭ ରିଡଲେ କଇଛଙ୍କ ଗଣଅଣ୍ଡାଦାନ ଅଞ୍ଚଳ ସଙ୍କୁଚିତ ହୋଇଯାଇଛି । ସେମାନେ ଏଣିକି ସମୂହ ଅଣ୍ଡାଦାନ କିପରି କରିବେ ତାହାକୁ ନେଇ ଆଶଙ୍କା ବ୍ୟକ୍ତ କରିଛନ୍ତି ପରିବେଶବିତ । ସେହିପରି ଉପକୂଳ ବାଲୁକାରାଶି ଉପରେ ମତ୍ସ୍ୟଜୀବୀମାନେ ଜାଲ ଶୁଖାଉଥିବା ସହ ଡଙ୍ଗା ରଖୁଥିଲେ । ଏବେ ସେମାନଙ୍କ ପାଇଁ ମଧ୍ୟ ସମସ୍ୟା ପୁଜିବା ଆଶଙ୍କା ଦେଖାଦେଇଛି ।
ଗଞ୍ଜାମର କଇଁଛ ସୁରକ୍ଷା ସମିତି ସମ୍ପାଦକ ରବୀନ୍ଦ୍ର ସାହୁ ମତ ଦେଇଛନ୍ତି ଯେ- ଏଭଳି ହେବା ଦ୍ୱାରା ଗଣଅଣ୍ଡାଦାନରେ ସମସ୍ୟା ଉପୁଜିବା ଆଶଙ୍କା ରହିଛି, ଯାହା ଚଳିତ ବର୍ଷ ଘଟିଛି । ସାମୂହିକ ଅଣ୍ଡାଦାନ ହୋଇପାରିନି । ମୁହାଣ ଯେଭଳି ଦୂରକୁ ଘୁଞ୍ଚିଛି ଓ କୂଳ କ୍ଷୟ ହେଉଛି ବାଲି ଜମା ହେବାରେ ସମସ୍ୟା ଅଧିକ ରହିବା ଆଶଙ୍କା କରାଯାଉଛି । ବ୍ରହ୍ମପୁର ଡିଏଫ୍ଓ ଅମ୍ଲାନ ନାୟକ କହିଛନ୍ତି ଯେ- ଏହା ପ୍ରକୃତିଗତ ପ୍ରକ୍ରିୟା । ୨୦୧୯ରେ ମଧ୍ୟ ଏଭଳି ହୋଇଥିଲା, ତେବେ ପୁଣି ବାଲି ଜମା ହୋଇଥିଲା । ଦେଖିବା କଥା, ଆଗାମୀ ଦିନରେ ପ୍ରକୃତି ଦ୍ୱାରା କଣ ଘଟୁଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons