ଏକଲବ୍ୟ ସ୍କୁଲ ସ୍ଥାନ ପରିବର୍ତ୍ତନ ପାଇଁ ଦାବିପତ୍ର

Get real time updates directly on you device, subscribe now.

କୁନ୍ଦୁରା,୩୦ା୪(ଆପ୍ର): ପ୍ରତିÂା ହେବାକୁ ଥିବା ଏକଲବ୍ୟ ବିଦ୍ୟାଳୟ ରାଣୀଗୁଡ଼ା ବଦଳରେ କୁନ୍ଦୁରାରେ ସ୍ଥାପନ ଲାଗି ସ୍ଥାନୀୟ ଜନସାଧାରଣ ଏବଂ ଲୋକ ପ୍ରତିନିଧି ଦାବି କରିଛନ୍ତି । ସ୍କୁଲର ସ୍ଥାନ ପରିବର୍ତ୍ତନ ଲାଗି କେନ୍ଦ୍ର ଆଦିବାସୀ ବ୍ୟାପାର ଏବଂ ଜଳ ଶକ୍ତି ବିଭାଗ ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ମନ୍ତ୍ରୀ ଶ୍ରୀ ଟୁଡ଼ୁଙ୍କ କୁନ୍ଦୁରା ବ୍ଲକ ଗସ୍ତ ଏବଂ ଏକଲବ୍ୟ ବିଦ୍ୟାଳୟ ଭୂମି ପୂଜନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସ୍ଥାନୀୟ ଡ଼ଙ୍ଗରପାଉଁସୀ ଛକରେ ଜନପ୍ରତିନିଧି ମନ୍ତ୍ରୀଙ୍କୁ ସମ୍ବର୍ନ୍ଧନା ଦେବା ବେଳେ କହିଛନ୍ତି ବିଦ୍ୟାଳୟ ରାଣୀଗୁଡାରେ ହେବା ଦ୍ୱାରା ଦୀଗାପୁର, ଘୁମର, ମସିଗାଁ, ଗୁଣ୍ଡାଳ, ଲିମା, ଆସନା, କେରମେଟି ପଞ୍ଚାୟତର ଦୂରତା ୨୫ କିମିରୁ ଅଧିକ ହେବ । ଏଠାକୁ ରାସ୍ତାଘାଟ ଏବଂ ବସ ଚଳାଚଳ ସୁବିଧା ନାହିଁ । ରାଣୀଗୁଡ଼ାରୁ କୁନ୍ଦୁରାର ଦୂରତା ୧୨ କିଲୋମିଟର । ତେଣୁ ବ୍ଲକ ସଦର ମହକୁମାରେ ବିଦ୍ୟାଳୟ ହେଲେ ସମସ୍ତେ ଉପକୃତ ହେବେ । ଦାବିପତ୍ର ପ୍ରଦାନ ବେଳେ ଫୁପୁଗାଁ ଡଙ୍ଗରପାଉଁସୀ, ଆସନା, କେରମେଟି, ବପାଣୁଆଗୁଡା ଏବଂ କୁନ୍ଦୁରା ସରପଞ୍ଚ, ସମିତିସଭ୍ୟ, ଜନସାଧାରଣ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons