ଏମଆଇ ଡିଭିଜନ୍ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ

Get real time updates directly on you device, subscribe now.

ଭଞ୍ଜନଗର,(ବି.ବି.ନୁ୍ୟଜ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ଭଞ୍ଜନଗର କ୍ଷୁଦ୍ର ଜଳସେଚନ (ଏମ୍ଆଇ) ଡିଭିଜନ ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳ । ଭଞ୍ଜନଗର ଇରିଗେସନ କଲୋନୀ ଠାରେ ଥିବା ଯନ୍ତ୍ରୀଙ୍କ ବାସଭବନ, ଅଫିସ୍, ଖଲିକୋଟ ପୈତୃକ ବାସଭବନ ଓ ଭୁବନେଶ୍ୱର ଖଣ୍ଡଗିରିରେ ଥିବା ବଡ଼ ଅଟାଳିକା ଆଦି ୬ଟି ସ୍ଥାନରେ ଏକକାଳୀନ ଚଢ଼ଉ କରାଯାଇଛି ।
ଭଞ୍ଜନଗର କ୍ଷୁଦ୍ର ଜଳସେଚନ ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱରଙ୍କ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଲଙ୍ଗଳେଶ୍ୱର ପୈତୃକ ବାସଭନରେ ଭୋର ୫ଟାରୁ ଚଢ଼ଉ ଆରମ୍ଭ ହୋଇଥିଲା । ଭିଜିଲାନ୍ସ ବିଭାଗ ତରଫରୁ ଚଢ଼ଉ ହୋଇଥିବା ଏହି ଟିମରେ ୪ ଜଣ ଇନ୍ସପେକ୍ଟରଙ୍କ ସମେତ ୨ ଜଣ କନ୍ଷ୍ଟେବଳ ସାମିଲ ହୋଇଥିଲେ । ପ୍ରାୟ ୭ ଘଣ୍ଟା ଧରି ଚାଲିଥିବା ଏହି ଚଢ଼ଉରେ ଦୁଇ ଜଣ ସରକାରୀ ସାକ୍ଷୀ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons