ଏସଏଫଡିଆର କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

Get real time updates directly on you device, subscribe now.

ବାଲେଶ୍ୱର,(ବି.ବି.ନୁ୍ୟଜ):ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ସଲିଡ୍ ଫୁଏଲ ଡକ୍ଟେଡ୍ ରାମଜେଟ୍(ଏସ୍ଏଫଡିଆର) କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି । ଶୁକ୍ରବାର ପୂର୍ବାହ୍ନ ୧୦ଟା ବେଳେ ଆଇଟିଆର ୩ ନମ୍ବର ପ୍ୟାଡ୍ରୁ ବୋଷ୍ଟର ଖଞ୍ଜାଥିବା ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଥିଲା ।
ପରୀକ୍ଷଣ ସମୟରେ ସ୍ଥିରିକୃତ ସମସ୍ତ ଟ୍ରାଜେଟୋରୀକୁ ବୋଷ୍ଟର ଇଞ୍ଜିନ୍ ସଫଳତାର ସହିତ ସମ୍ପୁର୍ଣ୍ଣ କରିଥିବା ପ୍ରତିରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି । ଏହି ବୋଷ୍ଟର ସୁପରସୋନିକ୍ ବେଗ ଶବ୍ଦର ବେଗଠାରୁ ସାଢେ଼ ୪ଗୁଣ ଅଧିକ । ବାୟୁମଣ୍ଡଳର ୨୦ କିଲୋମିଟର ଉଚ୍ଚତା ମଧ୍ୟରେ ୩୫୦ କିଲୋମିଟର ଦୂରତା ପର୍ଯ୍ୟନ୍ତ ଏହା ଲକ୍ଷ୍ୟଭେଦ କରିପାରିବ । ବିଶେଷକରି ଶତ୍ରୁପକ୍ଷର ଆକାଶରୁ ଆକ୍ରମଣ କରାଯାଉଥିବା କ୍ଷେପଣାସ୍ତ୍ରକୁ ବହୁ ଦୂରତାରୁ ଚିହ୍ନଟ କରି ସୁପରସୋନିକ୍ ବେଗରେ ଧ୍ୱଂସ କରିବାର କ୍ଷମତା ଏହି ଇଞ୍ଜିନ୍ରେ ରହିଛି । ଡିଆରଡିଓ ଅଧୀନସ୍ଥ ହାଇଦ୍ରାବାଦର ଡିଆରଡିଏଲ, ଆରସିଆଇ, ଏଚ୍ଇଏମଆରଏଲରୁ ପ୍ରସ୍ତୁତ ବିଭିନ୍ନ ଯନ୍ତ୍ରାଂଶ ବ୍ୟବହୃତ ହୋଇଛି । ଏଥିରେ ଟେଲିମେଟ୍ରି, ରାଡାର, ଇଲେକ୍ଟ୍ରା ଅପ୍ଟିକାଲ ଟ୍ରାକିଙ୍ଗ ବ୍ୟବସ୍ଥା ଅଛି ।
ଏସ୍ଏଫଡିଆରର ସଫଳ ପରୀକ୍ଷଣ ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଡିଆରଡିଓର ସମସ୍ତ କର୍ମକର୍ତ୍ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ପ୍ରତିରକ୍ଷା ବିଭାଗରେ ଏହି ସଫଳତା ଏକ ମାଇଲ ଖମ୍ବ ହୋଇ ରହିବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons