ଏସପି ଅଫିସ୍ ଆଗରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ

Get real time updates directly on you device, subscribe now.

ଢେଙ୍କାନାଳ,(ବି.ବି.ନୁ୍ୟଜ): ଢେଙ୍କାନାଳ ଏସ୍ପି ଅଫିସ୍ ସମ୍ମୁଖରେ ବୁଧବାର ମହିଳା ଶରୀରରେ ପେଟ୍ରୋଲ୍ ଢାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି । ଉପସ୍ଥିତ ସୁରକ୍ଷାକର୍ମୀ ଓ ମହିଳା ପୁଲିସ କର୍ମଚାରୀ ତାଙ୍କୁ ଠିକଣା ସମୟରେ କାବୁ କରି ଏଭଳି କାର୍ଯ୍ୟରୁ ନିବୃତ୍ତ କରାଇବାରେ ସଫଳ ହୋଇଥିଲେ । ମହିଳା ଜଣଙ୍କ ହିନେ୍ଦାଳ ବ୍ଲକ୍ ବାଲିମି ଥାନା ଅନ୍ତର୍ଗତ ଦୁଦୁରକୋଟ ଗ୍ରାମର ଶୈଳବାଳା ସାମଲ ବୋଲି ଜଣାଯାଇଛି । ପୁଲିସ କନଷ୍ଟେବଳ ସ୍ୱାମୀଙ୍କ ନିର୍ଯାତନା ଅସହ୍ୟ ହୋଇପଡ଼ିଥିବା ବେଳେ ପୁଲିସ ତାଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଉନଥିବାରୁ ସେ ଏଭଳି ପନ୍ଥା ଗ୍ରହଣ କରିଥିଲେ ବୋଲି ପ୍ରକାଶ କରିଛନ୍ତି ।
ଶୈଳବାଳାଙ୍କ ଅଭିଯୋଗ ଅନୁସାରେ, ୧୨ ବର୍ଷ ପୂର୍ବେ ସେ ପୁଲିସ ବିଭାଗରେ କନେଷ୍ଟବଳ ଭାବେ କାର୍ଯ୍ୟରତ ପବିତ୍ର ନାୟକଙ୍କୁ ବିବାହ କରିଥିଲେ । ବିବାହର ପାଞ୍ଚ ବର୍ଷ ପର୍ଯ୍ୟନ୍ତ ସବୁକିଛି ଠିକଠାକ୍ ଥିଲା । ଏହାପରେ ଶୈଳବାଳାଙ୍କ ଉପରେ ଆରମ୍ଭ ହୋଇଥିଲା ଅକଥନୀୟ ଅତ୍ୟାଚାର । ଅଧିକ ଯୌତୁକ ଦାବି କରି ଶୈଳବାଳାଙ୍କୁ ନିର୍ଯାତନା ଦିଆଯାଉଥିଲା । ଏ ସମ୍ପର୍କରେ ଶୈଳବାଳା ଥାନାରେ ଅଭିଯୋଗ କରିଥିବା ବେଳେ ପବିତ୍ର ପୁଲିସ ବିଭାଗରେ କାର୍ଯ୍ୟ କରୁଥିବାରୁ ତାଙ୍କ ଅଭିଯୋଗକୁ ଗୁରୁତ୍ୱ ଦିଆଗଲାନି । ନିର୍ଯାତନାରେ ଅତିÂ ହୋଇ ବାଧ୍ୟ ହୋଇ ଶୈଳବାଳା ବାପଘର ବରସାହିକୁ ଯାଇ ଫୁଲ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିଲେ । ଇତି ମଧ୍ୟରେ ପବିତ୍ରଙ୍କ ଦ୍ୱିତୀୟ ବିବାହକୁ ଶୈଳବାଳା ବିରୋଧ କରିଥିବା ବେଳେ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ମିଳିଥିଲା । ଏ ନେଇ ବାଲିମୀ ଥାନାରେ ଅଭିଯୋଗ କରିଛନ୍ତି ଶୈଳବାଳା, ବରିÂ ପୁଲିସ ଅଧିକାରୀଙ୍କୁ ଭେଟି ଘଟଣା ସମ୍ପର୍କରେ ଅବଗତ କରାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଗଲାନି । ଗତ ୬ ବର୍ଷ ଧରି ସେ ନିର୍ଯାତିତା ହେବା ସହ ଅନେକ ସଂଘର୍ଷ କରି ଜୀବନ ଜିଁଇଛନ୍ତି । ତାଙ୍କୁ ନ୍ୟାୟ ମିଳୁନଥିବାରୁ ସେ ବାଧ୍ୟ ହୋଇ ଆତ୍ମାହୁତି ଉଦ୍ୟମ କରିଥିଲେ ବୋଲି ଶୈଳବାଳା କହିଛନ୍ତି ।
ଏ ସମ୍ପର୍କରେ ଶୈଳବାଳାଙ୍କ ସ୍ୱାମୀ ପବିତ୍ରଙ୍କ ସହ ଯୋଗାଯୋଗ ଉଦ୍ୟମ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇନଥିଲା । ଅନ୍ୟପକ୍ଷରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶିଶୁରଞ୍ଜନ ମହାପାତ୍ର କହିଛନ୍ତି, ମହିଳାଙ୍କ ଅଭିଯୋଗ ହସ୍ତଗତ ହୋଇଛି । ଏହି ଘଟଣାର ତଦନ୍ତ ନିଦେ୍ର୍ଧଶ ଦିଆଯାଇଛି । ତଦନ୍ତ କରାଯାଇ ଦୋଷୀ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ବୋଲି ଶ୍ରୀ ମହାପାତ୍ର ପ୍ରକାଶ କରିଛନ୍ତି । ସନ୍ଧ୍ୟାରେ ବରିÂ ପୁଲିସ ଅଧିକାରୀଙ୍କ ନିଦେ୍ର୍ଧଶକ୍ରମେ ଟାଉନ୍ ଥାନା ଅଧିକାରୀ ରଜେନ୍ଦ୍ର ମହାପାତ୍ର ଶୈଳବାଳା ସ୍ୱାମୀ ରିଜର୍ଭ ପୁଲିସ କନେଷ୍ଟବଳ ପବିତ୍ରଙ୍କୁ ଥାନାକୁ ଡାକି ଆଲୋଚନା କରିଛନ୍ତି । ଅଦାଲତରେ ଉଭୟଙ୍କ ପାରିବାରିକ ସମ୍ପର୍କକୁ ନେଇ ଏକ ମାମଲା ବିଚାରାଧୀନ ରହିଛି । ଅଦାଲତର ଫଇସଲା ଆସିବା ପର୍ଯ୍ୟନ୍ତ ପ୍ରତିମାସରେ ଶୈଳବାଳାଙ୍କୁ ଚଳିବା ବାବଦରେ ୬ ହଜାର ଟଙ୍କା ଅର୍ଥ ପ୍ରଦାନ କରିବେ ପବିତ୍ର ସମ୍ମତି ପ୍ରକାଶ କରିଥିବା ଥାନାଧିକାରୀ ଶ୍ରୀ ମହାପାତ୍ର ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons