ଏସସିବି ନବକଳେବର :୪ ,୪୭୪ କୋଟିର ପ୍ରକଳ୍ପକୁ ଅନୁମୋଦନ

Get real time updates directly on you device, subscribe now.

କଟକ,(ବି.ବି.ବୁ୍ୟରୋ): ଏସ୍ସିବି ମେଡିକାଲ୍ କଲେଜ୍ ଏବଂ ହସ୍ପିଟାଲକୁ ‘ବିଶ୍ୱସ୍ତରୀୟ’ ତଥା ‘ଏମ୍ସ୍ ପ୍ଲସ୍’ ପ୍ରତିÂାନ ଭାବେ ଗଢ଼ିତୋଳିବା ପାଇଁ ରାଜ୍ୟ ସରକାର ଯେଉଁ ବୃହତ୍ ପ୍ରକଳ୍ପର ନକ୍ସା ତିଆରି କରିଥିଲେ, ତାହାର ବ୍ୟୟବରାଦ୍ ପ୍ରଶାସନିକ ଅନୁମୋଦନ ଲାଭ କରିଛି । ରାଜ୍ୟର ଏହି ସର୍ବବୃହତ ପ୍ରକଳ୍ପ ନିର୍ମାଣ ପାଇଁ ପ୍ରାଥମିକ ପର୍ଯ୍ୟାୟରେ ୪ ହଜାର ୪୭୪ କୋଟି ୪୯ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ପ୍ରକଳ୍ପ ବ୍ୟୟ ବିଧିବଦ୍ଧ ଭାବେ ସ୍ୱାସ୍ଥ୍ୟ ବିଭାଗର ପ୍ରଶାସନିକ ଅନୁମୋଦନ ଲାଭ କରିବା ପରେ କାମ ଏବେ ଦ୍ରୁତ ଗତିରେ ଆଗେଇ ଚାଲିବ ବୋଲି ଆଶା ପ୍ରକାଶ ପାଇଛି ।
ଅନୁମୋଦିତ ଅର୍ଥ ଖର୍ଚ୍ଚକୁ ୪ ଭାଗରେ ଯଥା ଏ, ବି, ସି ଓ ଡି କାଟାଗୋରୀରେ ବିଭକ୍ତ କରାଯାଇଛି । ପ୍ରଥମ ଭାଗ ତଥା ପ୍ରକଳ୍ପର ସିଂହ ଭାଗ ରୋଗୀଙ୍କ ଚିକିତ୍ସା ଲାଗି ଡାକ୍ତରଖାନା ଭିତ୍ତିଭୂମି ନିର୍ମାଣରେ ଖର୍ଚ୍ଚ କରାଯିବ । ଡାକ୍ତରଖାନାର କୋଠାବାଡ଼ି (ସିଭିଲ୍ ୱାର୍କ) ସମେତ ଇଲେକ୍ଟ୍ରିକାଲ୍ କାର୍ଯ୍ୟ, ଅଗ୍ନି ନିରାପତ୍ତା, ପିଇବା ପାଣି ଯୋଗାଣ ଆଦି ପ୍ରକଳ୍ପ ନିର୍ମାଣ ଲାଗି ୨୬ ଶହ କୋଟିରୁ ଅଧିକ ଟଙ୍କା ବିନିଯୋଗ ହେବ । ସେହିପରି ଡାକ୍ତର, ଡାକ୍ତରଖାନା କର୍ମଚାରୀଙ୍କ କ୍ୱାର୍ଟର୍ସ, ହଷ୍ଟେଲ୍ ନିର୍ମାଣ ଲାଗି ୮ ଶହ କୋଟି ୮୮ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହେବ । ଏସ୍ସିବିର ଆଭ୍ୟନ୍ତରୀଣ ପୁନରୁଦ୍ଧାର ଏବଂ ସ୍ଥାନାନ୍ତର ପ୍ରକ୍ରିୟାରେ ଉଚ୍ଛେଦ ହୋଇଥିବା ପ୍ରକଳ୍ପଗୁଡ଼ିକର ନିର୍ମାଣ ଲାଗି ୧୩୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ । ଅନ୍ୟପକ୍ଷରେ ଏସ୍ସିବି ସମ୍ପ୍ରସାରଣ ବ୍ୟବସ୍ଥାରେ ପୁନଃନିର୍ମାଣ କାର୍ଯ୍ୟ ଲାଗି ୧୪ କୋଟି ୨୬ ଲକ୍ଷ ଟଙ୍କାରୁ ଅଧିକ ବିନିଯୋଗ ହେବ । ଏହିସବୁ ପ୍ରକଳ୍ପ ମଧ୍ୟରୁ ଏବେ ଏସ୍ସିବିରେ କିଛି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଯାଇଥିବା ଦେଖିବାକୁ ମିଳିଛି ।
ଡାକ୍ତରଖାନାର ଭିତ୍ତିଭୂମି ନିର୍ମାଣ ଲାଗି ୨୬ ଶହ କୋଟି ୩୬ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ବ୍ୟୟ ବରାଦ କରାଯାଇଛି । ଏଥିରେ ନୂତନ କୋଠା ନିର୍ମାଣ ଲାଗି (ସିଭିଲ୍ ୱାର୍କ) ୧୨ ଶହ କୋଟିରୁ ଅଧିକ ଟଙ୍କା ବିନିଯୋଗ ହେବ । ସେହିପରି ଇଲେକ୍ଟ୍ରିକାଲ କାର୍ଯ୍ୟ ଲାଗି ୧ ହଜାର କୋଟି ୯୨ ଲକ୍ଷ, ଜଳ ଯୋଗାଣ କାର୍ଯ୍ୟ ଲାଗି ୭ କୋଟି, ଅଗ୍ନି ନିରାପତ୍ତା ଲାଗି ୫୩ କୋଟି ୭୯ ଲକ୍ଷ ଟଙ୍କା ସହ ଲିଫ୍ଟ ଏବଂ ଅନ୍ୟାନ୍ୟ କାର୍ଯ୍ୟ ସହ ୨୩ ଶହ କୋଟିରୁ ଅଧିକ ଅର୍ଥ ବିନିଯୋଗ ହେବ ବୋଲି ପ୍ରଶାସନିକ ଅନୁମୋଦନ ଲାଭ କରିଛି । ଡାକ୍ତରଖାନା କର୍ମଚାରୀଙ୍କ ଲାଗି ସରକାରୀ କ୍ୱାର୍ଟର୍ସ ଓ ମେଡିକାଲ ଛାତ୍ରଛାତ୍ରୀଙ୍କ ହଷ୍ଟେଲ୍ ନିର୍ମାଣ ଲାଗି ୮ ଶହ ୮୮କୋଟିରୁ ଅଧିକ ବିନିଯୋଗ କରାଯିବ । ଏଥିରେ କୋଠାବାଡ଼ି କାର୍ଯ୍ୟ ଲାଗି ୫ ଶହ କୋଟି ଖର୍ଚ୍ଚ ଲାଗି ବ୍ୟୟ ବରାଦ ରହିଛି । ସେହିପରି ବିଦୁ୍ୟତ୍ ସଂଯୋଗ, ଜଳ ଯୋଗାଣ ବ୍ୟବସ୍ଥା, ଅଗ୍ନି ନିରାପତ୍ତା, ଲିଫ୍ଟ ଆଦି ବ୍ୟବସ୍ଥା ଲାଗି ଉକ୍ତ ବ୍ୟୟ ଅଟକଳରେ ବ୍ୟବସ୍ଥା ରହିଛି ।
ସେହିପରି ତୃତୀୟ ଭାଗ ଯୋଜନାରେ ୧୩୦ କୋଟିରୁ ଅଧିକ ଅର୍ଥ ବିନିଯୋଗ ପାଇଁ ବ୍ୟବସ୍ଥା ରହିଛି । ଏଥିରେ ଏସ୍ସିବିର ଆଭ୍ୟନ୍ତରୀଣ ଉନ୍ନୟନ ଯୋଜନାରେ ୬ କୋଟି ୯୨ ଲକ୍ଷ ଟଙ୍କା ଖର୍ଚ୍ଚ ହେବାକୁ ଆକଳନ କରାଯାଇଥିବା ବେଳେ ଏସ୍ସିବି ଓ ବୋସ୍ ଖେଳ ପଡ଼ିଆ ୧୨ କୋଟି ଖର୍ଚ୍ଚ ହେବ । ମହାନଦୀ ପଠାରେ ଡାକ୍ତରଖାନାକୁ ଆସୁଥିବା କାର୍ ପାର୍କିଂ ସ୍ଥଳ ନିର୍ମାଣ ପାଇଁ ୧୯ କୋଟି ୩୬ ଲକ୍ଷ, ୬୦୦ ଲୋକ ରହିବା ଲାଗି ଧର୍ମଶାଳା ଲାଗି ୧୦ କୋଟି, ସେହିପରି ୫୦୦ ଶଯ୍ୟା ବିଶିଷ୍ଟ ଅନ୍ୟଏକ ନୂତନ ଧର୍ମଶାଳା ଲାଗି ୩୬ କୋଟି, ବୋସ୍ ଗେଷ୍ଟ ହାଉସ୍ ଲାଗି ୨ କୋଟି ୫୦ ଲକ୍ଷ ଟଙ୍କା, ବିହନ ନିଗମ କୋଠା ନିର୍ମାଣ ଲାଗି ୯ କୋଟି ୩୧ ଲକ୍ଷ, ଉଠା ଜଳ ସେଚନ କ୍ୱାର୍ଟର୍ସ ଲାଗି ୨ କୋଟି ୬୩ ଲକ୍ଷ, ରିଲିଫ୍ କମିସନଙ୍କ କୋଠା ନିର୍ମାଣ ବାବଦରେ ୩ କୋଟି ୩୫ ଲକ୍ଷ, ଚମଡ଼ା ନିଗମ କୋଠା ନିର୍ମାଣ ଲାଗି ୭ କୋଟି ୭୨ ଲକ୍ଷ, ଟେକ୍ସଟାଇଲ୍ ଉପନିଦେ୍ର୍ଧଶକଙ୍କ କାର୍ଯ୍ୟାଳୟ ନିର୍ମାଣ ବାବଦ ୨ କୋଟି ୭୯ ଲକ୍ଷ, ବୋସ୍ ଗେଷ୍ଟ ହାଉସ୍କୁ ପୁନରୁଦ୍ଧାର କରି ରେଡକ୍ରସ୍ ରକ୍ତ ଭଣ୍ଡାର ନିର୍ମାଣ ଲାଗି ୧ କୋଟି ୫୨ ଲକ୍ଷ, ଫୁଟ୍ ଓଭର୍ ବ୍ରିଜ୍ ନିର୍ମାଣ ଲାଗି ୨ କୋଟି ୩୩ ଲକ୍ଷ, ବର୍ଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟ୍ ଲାଗି ୨ କୋଟି ୮୪ ଲକ୍ଷ ଏବଂ ଆହାର କେନ୍ଦ୍ର ପାଇଁ ପାଖାପାଖି ୪୧ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ବ୍ୟୟ ଅଟକଳ ରହିଛି ।
ଚତୁର୍ଥ ଭାଗ ପୁନଃନିର୍ମାଣ କାର୍ଯ୍ୟକ୍ରମରେ ପାଇପ୍ ସ୍ଥାନାନ୍ତର, ସ୍ୱେରେଜ୍ ଲାଇନ୍, ଡ୍ରେନ୍ ଏବଂ ଟାଙ୍କି ଆଦି ନିର୍ମାଣ କାର୍ଯ୍ୟରେ ୪ କୋଟି ୫୩ ଲକ୍ଷ ଟଙ୍କା ବିନିଯୋଗ ହେବ । ବୃକ୍ଷରୋପଣରେ ୯୦ ଲକ୍ଷ ୬୨ ହଜାର ଟଙ୍କା, ଗଛ କଟା ପାଇଁ ୧୮ ଲକ୍ଷ ୧୬ ହଜାର ଟଙ୍କା ଖର୍ଚ୍ଚ ହେବ । ସେହିପରି ଏସ୍ସିବି ଏବଂ କ୍ୟାନସର ହସ୍ପିଟାଲ୍କୁ ସଂଯୋଗ କରିଥିବା ବିଦୁ୍ୟତ୍ ସରବରାହ ଲାଗି ୧୧ କେଭି ଲାଇନ୍ ଏବଂ ୧୧କେଭି ସବ୍ଷ୍ଟେସନ୍ ସହ ଫ୍ରିଡର ସ୍ଥାନାନ୍ତର ଲାଗି ୧ କୋଟି ୧୪ ଲକ୍ଷ ଟଙ୍କା, ତଳେ ବିଛାଯାଇଥିବା ୩୩ କେଭି ତାର ବିରୂପା ରେସିଡେନ୍ସି ନିକଟକୁ ସ୍ଥାନାନ୍ତର ଲାଗି ୨ କୋଟି ୮୨ ଲକ୍ଷ , ୧୧ କେଭି ତାର ଏବଂ ସବ୍ଷ୍ଟେନସ ଆଦି ଖର୍ଚ୍ଚ ପାଇଁ ୪ ଲକ୍ଷ ଟଙ୍କା, ଏସ୍ସିବି କ୍ୟାମ୍ପସର ମାଟି ତଳେ ବିଛା ହୋଇଥିବା ବିଜୁଳି ତାର ସ୍ଥାନାନ୍ତର ପାଇଁ ୧ କୋଟି ଟଙ୍କା, ଉଠା ଜଳସେଚନ ନିଗମ କୋଠା ନିର୍ମାଣ ଲାଗି ୭୩ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons