ଓଡ଼ିଶା ଦଳରେ ଅଂଶୁମାନ

Get real time updates directly on you device, subscribe now.

ଭୁବନେଶ୍ୱର: ହଂକଂ ଦଳରୁ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ ଓଡ଼ିଆ ପୁଅ ଅଂଶୁମାନ ରଥ । ସେ ଏକାଧାରରେ ଜଣେ ବ୍ୟାଟ୍ସମ୍ୟାନ, ବୋଲର ଓ ୱିକେଟ୍ କିପର । ହଂକଂ ଦଳ ଛାଡ଼ି ସେ ଓଡ଼ିଶା ଫେରି ଆସିଥିଲେ । ଓଡ଼ିଶା ଦଳରୁ ପ୍ରତିନିଧିତ୍ୱ କରି ବିସିସିଆଇ ଘରୋଇ ଟୁର୍ଣ୍ଣାମେଣ୍ଟ ଖେଳିବା ତାଙ୍କର ସ୍ୱପ୍ନ ଥିଲା । ଆଉ ଏହି ସ୍ୱପ୍ନ ତାଙ୍କର ପୂରଣ ହେବାକୁ ଯାଉଛି । ଆଗାମୀ ବିସିସିଆଇ ସୟଦ ମୁସ୍ତାକ ଅଲ୍ଲୀ ଟି-ଟ୍ୱେଣ୍ଟି ଟୁର୍ଣ୍ଣାମେଣ୍ଟ ପାଇଁ ତାଙ୍କୁ ଓଡ଼ିଶା ଦଳରେ ୱିକେଟକିପର ଭାବେ ସାମିଲ କରାଯାଇଛି ।
ଏବେ ଅଂଶମାନଙ୍କୁ ମାତ୍ର ୨୩ ବର୍ଷ । ଯଦି ସେ ବିସିସିଆଇର ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ କରନ୍ତି ତେବେ ଆଇପିଏଲ୍ ଖେଳିବାର ସୁଯୋଗ ପାଇପାରନ୍ତି । ଏମିତି ବି ଆସନ୍ତା ବର୍ଷ ଠାରୁ ଦୁଇଟି ନୂଆ ଦଳ ଆଇପିଏଲରେ ସାମିଲ ହେବ । ତେଣୁ ନୂଆ ଖେଳାଳିଙ୍କର ମଧ୍ୟ ଆବଶ୍ୟକତା ରହିଛି । ଘରୋଇ କ୍ରିକେଟରେ ଯେଉଁମାନେ ଭଲ ପ୍ରଦର୍ଶନ କରିବେ ସେମାନଙ୍କ ଉପରେ ଫ୍ରାଞ୍ଚାଇଜମାନଙ୍କର ନିଜର ରହିବ ।
ହଂକଂ ଦଳରୁ ୨୦୧୪ ଅଂଶୁମାନ ପିଏନ୍ଜି ବିପକ୍ଷରେ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ । ଶେଷ ମ୍ୟାଚ୍ ସେ ୨୦୧୮ରେ ଭାରତ ବିପକ୍ଷରେ ଖେଳିଥିଲେ । ଏହାପରେ ସେ ହଂକଂ ଛାଡ଼ି ଓଡ଼ିଶା ବାହୁଡ଼ି ଆସିଥିଲେ । କ୍ୟାରିୟରରେ ସେ ୧୮ଟି ଦିନିକିଆ ଖେଳି ୮୨୮ ରନ୍ କରିଥିଲେ । ଯେଉଁଥିରେ ଗୋଟିଏ ଶତକ ଓ ୭ଟି ଅର୍ଦ୍ଧଶତକ ରହିଛି । ସେହିପରି ୨୦ଟି ଟି-ଟ୍ୱେଣ୍ଟି ଖେଳି ୩୨୧ ରନ୍ କରିଛନ୍ତି । ଦିନିକିଆରେ ୧୪ ଓ ଟି-ଟ୍ୱେଣ୍ଟିରେ ୫ଟି ୱିକେଟ୍ ହାସଲ କରିବାରେ ମଧ୍ୟ ସେ ସଫଳ ରହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons