ଓଡିଶା ଉଠା ଜଳସେଚନ ନିଗମ ଉପଦେଷ୍ଟା ଭାବେ ପ୍ରମୋଦ କୁମାର ପାଢୀଙ୍କ ଯୋଗଦାନ

Get real time updates directly on you device, subscribe now.

ଭୁବନେଶ୍ୱର : ଓଡିଶା ଉଠା ଜଳ ସେଚନ ନିଗମର ଉପଦେଷ୍ଟା ଭାବେ ଶ୍ରୀ ପ୍ରମୋଦ କୁମାର ପାଢୀ ଆଜି କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଶ୍ରୀ ପାଢୀ ଯୋଗଦାନ ସମୟରେ ଓଏଲଆଇସିର ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀ ଓ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ବାଲେଶ୍ୱର ନାଥ ସାହୁ, ନିଗମର ବିତ୍ତ ଉପଦେଷ୍ଟା ନିର୍ଝରିଣୀ ସାମନ୍ତସିଂହାର, ସ୍ୱତନ୍ତ୍ର ଅଧିକାରୀ ପଦ୍ମଜା ଦାସ ଓ ନିଗମର ଅନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ନବରଙ୍ଗପୁର ସାଂସଦ ଶ୍ରୀ ରମେଶ ମାଝି, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ନବରଙ୍ଗପୁର ବିଧାୟକ ଶ୍ରୀ ସଦାଶିବ ପ୍ରଧାନୀ, ଝରିଗାଁ ବିଧାୟକ ଶ୍ରୀ ପ୍ରକାଶ ମାଝି, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ଶ୍ରୀ ପ୍ରଦୀପ ମାଝି, କେସିସିବିର ସଭାପତି ଶ୍ରୀ ଈଶ୍ୱର ପାଣିଗ୍ରାହୀ, ଉମରକୋଟର ପୂର୍ବତନ ବିଧାୟକ ଶ୍ରୀ ସୁବାସ ଗଣ୍ଡ, ମାଲକାନଗିରି ଏବଂ ନବରଙ୍ଗପୁର ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଏବଂ ଅନ୍ୟ ଶୁଭେଚ୍ଛୁମାନଙ୍କ ଗହଣରେ ଶ୍ରୀ ପାଢୀ କାର୍ଯ୍ୟରେ ଯୋଗଦାନ କରିଥିଲେ । ନୂଆ କରି ନିଗମର ଉପଦେଷ୍ଟା ଭାବେ ଯୋଗଦାନ କରିଥିବା ଶ୍ରୀ ପାଢୀଙ୍କୁ ସମସ୍ତେ ଶୁଭେଚ୍ଛା ଜଣାଇଥିଲେ । ଏହି ପରିପ୍ରେକ୍ଷୀରେ ନିଗମର ଉପଦେଷ୍ଟା ଭାବେ ଯୋଗଦେଇ ଶ୍ରୀ ପାଢୀ କରିଛନ୍ତି ଯେ, ରାଜ୍ୟରେ କୃଷିର ଉନ୍ନତି ଓ କୃଷକଙ୍କ ଆର୍ଥିକ ବିକାଶ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓଡିଶା ଉଠା ଜଳସେଚନ ନିଗମ ଠାରୁ ଯେଉଁ ଆଶା ରଖିଛନ୍ତି, ତାହାକୁ ପୂରଣ କରିବା ଦିଗରେ ତାଙ୍କର ପ୍ରୟାସ ଜାରି ରହିବ ।

ଓଏଲଆଇସି ଅଧ୍ୟକ୍ଷ, ନିଗମର ଅଧିକାରୀ ଓ ଯନ୍ତ୍ରୀମାନଙ୍କ ସହିତ ଟିମ୍ ଓ୍ୱାର୍କ (ସମ୍ମିଳିତ ପ୍ରଚେଷ୍ଟା)ର ସହ କାର୍ଯ୍ୟ କରି ନିଗମର କାର୍ଯ୍ୟରେ ରୂପାନ୍ତରୀକରଣ ଆଣିବେ ବୋଲି ଶ୍ରୀ ପାଢୀ ପ୍ରକାଶ କରିଥିଲେ ।ପ୍ରକାଶ ଥାଉକି, ମାନ୍ୟବର ମୁଖ୍ୟମନ୍ତ୍ରୀ ନୂଆବର୍ଷ ପୂର୍ବରୁ ବିଭିନ୍ନ ବିଭାଗ,କର୍ପୋରେସନ ,ପରିଷଦ, ମେଡିକାଲ କଲେଜ ଓ ହସ୍ପିଟାଲ ସରକାରଙ୍କ ବିଭିନ୍ନ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଉପଦେଷ୍ଟା ନିଯୁକ୍ତି ପାଇଁ ଘୋଷଣା କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons