ଓଲଟିଲା ଗଞ୍ଜେଇ ଭ୍ୟାନ୍, ଡ୍ରାଇଭର ଗିରଫ

Get real time updates directly on you device, subscribe now.

ଭଞ୍ଜନଗର,(ଗୋବିନ୍ଦ ଚନ୍ଦ୍ର ଗୌଡ଼ଙ୍କଠାରୁ): ସିନେମା ଷ୍ଟାଇଲରେ ଚାଲିଥିବା ଗୋଡ଼ାଗୋଡ଼ି । ପ୍ରାୟ ଏକ ଘଣ୍ଟାର ଛକାପ‚ା ପରେ ଗଞ୍ଜେଇ ଭର୍ତ୍ତି ପିକ୍ଅପ୍ ଭ୍ୟାନ୍କୁ ଜବତ କରିଛି ଅବକାରୀ ବିଭାଗ । ଏଭଳି ଘଟଣା ବୁଧବାର ଭଞ୍ଜନଗର ଥାନା ଗୁଜୁରାଳି ଠାରେ ଘଟିଛି । ଜିଲ୍ଲା ଅବକାରୀ ବିଭାଗ ଷ୍ଟ୍ରାଇକିଂ ଫୋର୍ସ ରାସ୍ତାକଡକୁ ଓଲଟି ପଡିଥିବା ଗଞ୍ଜେଇ ଭ୍ୟାନ୍କୁ ଜବତ କରିବାସହ ୨ କ୍ୱିଣ୍ଟାଲ ୬୫ କିଲୋ ଗଞ୍ଜେଇ ଜବତ କରିଛି । ଅବକାରୀ ଅଧୀକ୍ଷକ ରାଜେନ୍ଦ୍ର ବୋତ୍ରାଙ୍କ ସୂଚନା ଆଧାରରେ ଜିଲ୍ଲା ଅବକାରୀ ବିଭାଗ ଷ୍ଟ୍ରାଇକିଂ ଫୋର୍ସ ଭଞ୍ଜନଗର ଅବକାରୀ ଥାନା ସହାୟତାରେ ଚଢଉ କରିଥିଲା । ଅବାକାରୀ ଇନ୍ସପେକ୍ଟର ଧନଞ୍ଜୟ ପାତ୍ର, ଭାରପ୍ରାପ୍ତ ଅଧିକାରୀ ଦୁର୍ଯେ୍ୟାଧନ ଦିଗାଲ ଓ ଭଞ୍ଜନଗର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ରମ୍ଭା ବାଗ୍ ସଦଳବଳେ ଏହି ଚଢାଉରେ ସାମିଲ ହୋଇଥିଲେ ।
ଫୁଲବାଣୀରୁ ଏକ ଗଞ୍ଜେଇ ଭର୍ତ୍ତି ଭ୍ୟାନ୍ ପଶ୍ଚିମବଙ୍ଗ ଯାଉଥିଲା । ଅବକାରୀ ଅଧୀକ୍ଷକ ରାଜେନ୍ଦ୍ର ବୋତ୍ରା ଏନେଇ ସୂଚନା ପାଇଥିଲେ । ଜିଲ୍ଲା ଅବକାରୀ ଷ୍ଟ୍ରାଇକିଂ ଫୋର୍ସ ଦୁର୍ଗାପ୍ରସାଦ ନିକଟରେ ଛକି ରହିଥିଲେ । ଗଞ୍ଜେଇ ଭ୍ୟାନ୍ ଉକ୍ତ ରାସ୍ତା ଦେଇ ଖସିଯିବାକୁ ଉଦ୍ୟମ କରିଥିଲା । ଷ୍ଟ୍ରାଇକିଂ ଫୋର୍ସ ଗାଡ଼ି ପିଛା କରିଥିଲା । ପିକ୍ ଅପ୍ ଭ୍ୟାନ୍ଟି ଦୃତଗତିରେ ଭୁବନେଶ୍ୱର ରାସ୍ତାରେ ଯିବା ବଦଳରେ ଭଞ୍ଜନଗରରୁ ଟ୍ରାକ୍ ବଦଳାଇ କୁଲାଡ-ଗାଲେରୀ ରାସ୍ତାରେ ପଶି ଯାଇଥିଲା । ଭ୍ୟାନ୍ଟି ଗୁଜୁରାଳି ନିକଟରେ ଏକ ବୁଲାଣିଆ ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟି ପଡିଥିଲା । ଗଞ୍ଜେଇ ମାଫିଆମାନେ ଘଟଣାସ୍ଥଳରୁ ଫରାର ହୋଇଯାଇଛନ୍ତି । ଡ୍ରାଇଭର ବାଲିଗୁଡାର ସଞ୍ଜୟ ବିନ୍ଧାଣୀଙ୍କୁ ଗିରଫ କରିବାସହ ପିକ୍ ଅପ୍ ଭ୍ୟାନକୁ ଜବତ କରି ଭଞ୍ଜନଗର ଅଣାଯାଇଥିଲା । ଜବତ ଗଞ୍ଜେଇ ୨ କ୍ୱିଣ୍ଟାଲ୍ ୬୫ କିଲୋ ବୋଲି ଅବକାରୀ ଇନ୍ସପେକ୍ଟର ଧନଞ୍ଜୟ ପାତ୍ର ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons