କଂଗ୍ରେସର ଦାରିଙ୍ଗବାଡ଼ି ବନ୍ଦ ପାଳନ

Get real time updates directly on you device, subscribe now.

ଦାରିଙ୍ଗବାଡ଼ି,(ବି.ବି.ନୁ୍ୟଜ): ଦାରିଙ୍ଗବାଡ଼ି ବ୍ଲକ କଂଗ୍ରେସ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରିଛି । ଦାରିଙ୍ଗବାଡ଼ି ବ୍ଲକ ଅଧ୍ୟକ୍ଷା ରୁଦା ମଳିକଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀ ବନ୍ଦ ଡାକରା ସଫଳ କରିଥିଲେ । ବନ୍ଦ ପାଳନ ଯୋଗୁଁ ସ୍ୱାଭାବିକ ଜୀବନଯାତ୍ରା ପ୍ରଭାବିତ ହୋଇଥିଲା । ଆନେ୍ଦାଳନ ପ୍ରଭାବରେ କଂଗ୍ରେସର ଗୋଟିଏ ଦାବି ପୂରଣ ହୋଇଛି । ପ୍ରଥମ ଦାବି ମୁତାବକ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ବବ୍ରୁବାହନ ବେହେରାଙ୍କ ବଦଳି ହେବା ସହ ନୂତନ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ ଶିଶିର କୁମାର ପାତ୍ର କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ବିଧାୟକ ବିଜୁ ପାଠାଗାର ନାମରେ ଗୃହ ନିର୍ମାଣ କରୁଥିବା କୋଠା ଭାଙ୍ଗିବା ପାଇଁ କଂଗ୍ରେସ ଦାବି କରିଛି । ବନ୍ଦ ପାଳନ ବେଳେ ତିନି ଛକ, ଚାରିଛକରେ କଂଗ୍ରେସ କର୍ମୀମାନେ ଜମା ହୋଇ ଗାଡ଼ି ଚଳାଚଳ ବନ୍ଦ କରିବା ସହ ସମସ୍ତ ଦୋକାନ ବଜାର ବନ୍ଦ କରିଥିଲେ । ସୂଚନା ପ୍ରକାରେ, ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ମନମୁଖି କାର୍ଯ୍ୟ ଏବଂ ବିଧାୟକ ବିଜୁ ପାଠାଗାର ନାମରେ ସରକାରୀ ଜମିରେ ଗୃହ ନିର୍ମାଣ ଅଭିଯାଗରେ ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷ ସମେତ ଜନପ୍ରତିନିଧି ଗତ ସେପ୍ଟେମ୍ବର ୧୬ରେ ବ୍ଲକ କାର୍ଯ୍ୟଳୟ ପରିସରରେ ଆମରଣ ଅନଶନ କରିଥିଲେ । ଅଭିଯୋଗ ଉପରେ ତଦନ୍ତ କରିବା ହେବ ବୋଲି ଜିଲ୍ଲଶ ପ୍ରଶାସନ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ପ୍ରତିଶ୍ରୁତି କାର୍ଯ୍ୟକାରୀ ହୋଇନଥିଲା । ତେଣୁ କଂଗ୍ରେସ ଦାରିଙ୍ଗବାଡ଼ି ବନ୍ଦ ଡାକରା ଦେଇଥିଲା । ଏହି ବନ୍ଦ ଡାକରାରେ କଂଗ୍ରେସ ବ୍ଲକ ସଭାପତି ପ୍ରଦୀପ ପ୍ରଧାନ, ଶ୍ୟାମଘନ ପ୍ରଧାନ, କାଳୀପ୍ରସାଦ ମଲିକ, ସିମଲାରାଣୀ ପଡ୍ରା, ପ୍ରଭଞ୍ଜନ ନାୟକ, ବିଳାସିନୀ ନାୟକ, ତିଆଡ଼ି ନାୟକ ପ୍ରମୁଖ ଶତାଧିକ କର୍ମୀ ବନ୍ଦ ପାଳନରେ ସାମିଲ ହୋଇଥିଲେ । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀଙ୍କ ନେତୃତ୍ୱରେ ଏସ୍ଆଇ ସୌମ୍ୟରଞ୍ଜନ ଜେନା ସମେତ ଫୋର୍ସ ମୁତୟନ କରାଯାଇ ପାଟ୍ରୋଲିଂ କଡ଼ାକଡ଼ି କରାଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons