କନ୍ଧମାଳ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ଦଶହରା ଭେଟି

Get real time updates directly on you device, subscribe now.

ଫୁଲବାଣୀ, (ବି.ବି.ବୁ୍ୟରୋ): କନ୍ଧମାଳ ଜିଲାରେ ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ମେଗା ପାନୀୟ ଜଳ ପ୍ରକଳ୍ପ । ଏହି ମେଗା ପ୍ରକଳ୍ପର ବ୍ୟୟ ଅ;କଳ ରହିଛି ୬୫୭.୫୭ କୋଟି ଟଙ୍କା । ଏହି ପ୍ରକଳ୍ପକୁ ଆଜି କ୍ୟାବିନେଟ ଅନୁମୋଦନ ମିଳିଛି । ଏହି ପ୍ରକଳ୍ପ ମାଧ୍ୟମରେ କନ୍ଧମାଳ ଜିଲାର ଫିରିଙ୍ଗିଆ, ଫୁଲବାଣୀ, ଚକାପାଦ, ଖଜୁରୀପଡା, ଜି. ଉଦୟଗିରି ଓ କେ. ନୂଆଗାଁ ବ୍ଲକର ୪୯ଟି ଗ୍ରାମ ପଞ୍ଚାୟତର ୬୩୭ଟି ଗ୍ରାମର ପ୍ରାୟ ୪ ଲକ୍ଷ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଲକ୍ଷ୍ୟ ରହିଛି । ଏଥି ମଧ୍ୟରେ ଫୁଲବାଣୀର ୧୧ଟି ବ୍ଲକର ୧୮୨ଟି ଗ୍ରାମ, ଫିରିଙ୍ଗିଆ ବ୍ଲକର ୧୨ଟି ପଞ୍ଚାୟତର ୧୧୦ ଗ୍ରାମ, ଖଜୁରୀପଡାର ୧୭୫ଟି ଗ୍ରାମର ୧୩ଟି ଗ୍ରାମ, ଚକାପାଦ ବ୍ଲକର ୫ଟି ପଞ୍ଚାୟତର ୬୫ ଗ୍ରାମ, ଓ ଜି. ଉଦୟଗିରି ବ୍ଲକର ୨ଟି ପଞ୍ଚାୟତର ୧୮ଟି ଗ୍ରାମ ଓ କେ. ନୂଆଗାଁ ବ୍ଲକର ୬ଟି ପଞ୍ଚାୟତର ୮୭ ଗ୍ରାମ ରହିଛି । ଏହି ମେଗା ପ୍ରକଳ୍ପର କାମ ୨ ବର୍ଷ ମଧ୍ୟରେ ସରିବ । ଆଜି ଫୁଲବାଣୀ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜିଲ୍ଲା ବିଜେଡି ସଭାପତି ସରୋଜ କର୍ଣ୍ଣ । ସେ କହିଛନ୍ତି ଯେ ଏହି ମେଗା ପ୍ରକଳ୍ପ କନ୍ଧମାଳ ଜିଲାର ଦୁର୍ଗମ ଅଞ୍ଚଳରେ ଦୀର୍ଘ ଦିନରୁ ରହିଥିବା ପାନୀୟ ଜଳ ସମସ୍ୟାର ସମାଧାନ ହେବ । ରାଜ୍ୟର ପ୍ରତି ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଇଥିବା ସଂକଳ୍ପର ଏହା ଅଂଶ ବିଶେଷ ବୋଲି କହିଥିଲେ । ଜିଲାବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ଜିଲା ସଭାପତି । ପୂର୍ବରୁ ବାଲିଗୁଡା ନିର୍ବାଚନମଣ୍ଡଳୀରେ ମଧ୍ୟ ୧୮୭ କୋଟି ଟଙ୍କାର ଅନ୍ୟ ଏକ ପାନୀୟ ଜଳ ପ୍ରକଳ୍ପର କାର୍ଯ୍ୟ ଚାଲିଥିବା ସେ ସୂଚନା ଦେଇଥିଲେ । ଏଥିସହ ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ପାଇଁ ମଧ୍ୟ ପ୍ରାୟ ୭୪ କୋଟି ଟଙ୍କାର ଏକ ମେଗା ପାନୀୟ ଜଳ ପ୍ରକଳ୍ପ କ୍ୟାବିନେଟ ଅନୁମୋଦନ ପାଇଥିବା ସୂଚନା ଦେଇଛନ୍ତି । ସମ୍ବାାଦିକ ସମ୍ମିଳନୀରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ବାଲିଗୁଡା ବିଧାୟକ ଚକ୍ରମଣି କହଁର, ଜିଲା ପରିଷଦ ଉପାଧ୍ୟକ୍ଷା ସାରତୀ ମଲ୍ଲିକ, ଖଜୁରୀପଡା ବ୍ଲକ ଅଧ୍ୟକ୍ଷ ବୀରେନ୍ଦ୍ର କହଁର, ଫୁଲବାଣୀ ବ୍ଲକ ଅଧ୍ୟକ୍ଷ ମଞ୍ଜୁଦେବୀ କହଁର, ଚକାପାଦ ବ୍ଲକ ଅଧ୍ୟକ୍ଷ ପ୍ରଭଞ୍ଜନ କହଁର, ଫିରିଙ୍ଗିଆ ବ୍ଲକ ଅଧ୍ୟକ୍ଷ ଲାଲନନ୍ଦ କହଁର, ଜିଲା ପରିଷଦ ସଭ୍ୟା ଜୁଲିଲତା ଲେଙ୍କା, ଜୟଶ୍ରୀ କହଁର, ଯୁବ ବିଜେଡି ସଭାପତି ବିଷ୍ଣୁଚରଣ ମଲିକ, ଛାତ୍ର ବିଜେଡି ସଭାପତି ସୁନୀଲ ସେଠୀ, ନଗର ବିଜେଡି ସଭାପତି ସୁଧୀର କହଁର, ଯୁବ ବିଜେଡି ଉପସଭାପତି ଧନଞ୍ଜୟ ପାତ୍ରଙ୍କ ସମେତ ବିଭିନ୍ନ ବ୍ଲକର ଦଳୀୟ କର୍ମକର୍ତ୍ତା ଓ ଜନ ପ୍ରତିନିଧି ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons