କାଜୁ ଜଙ୍ଗଲରୁ ନର କଙ୍କାଳ ଠାବ

Get real time updates directly on you device, subscribe now.

କୋରାପୁଟ,(ବି.ବି.ନୁ୍ୟଜ): କୋରାପୁଟ ସଦର ଥାନା ଏକଟାଗୁଡା କାଜୁଜଙ୍ଗଲରୁ ନର କଙ୍କାଳ ଠାବ ହୋଇଛି । ଶରୀରର ମୁଣ୍ଡ ଓ ହାତ ବିଭିନ୍ନ ସ୍ଥାନରେ ପଡ଼ିଥିବା ବେଳେ ଜଙ୍ଗଲରେ ବିଭିନ୍ନ ସ୍ଥାନରେ ପୋଡାଜଳା ଚିହ୍ନ ରହିଛି । କଙ୍କାଳ ନିକଟରୁ ଏକ ଲାଲ ଗାମୁଛା ମଧ୍ୟ ଜବତ କରାଯାଇଛି । ନର କଙ୍କାଳଟି ପୁରୁଷ ନା ମହିଳାଙ୍କ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନାହିଁ । ପ୍ରମାଣ ନଷ୍ଟ ପାଇଁ କେହି ହତ୍ୟା କରି ପୋଡି ଦେଇଥିବା ସନେ୍ଦହ କରାଯାଉଛି । ଏହା ହତ୍ୟା ନା ଆତ୍ମହତ୍ୟା ତଦନ୍ତ ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିବ ବୋଲି ପୁଲିସ କହିଛି । ସାଇଣ୍ଟିଫିକ ଟିମ୍ ଦ୍ୱାରା ତଦନ୍ତ କରାଯିବା ପରେ ସ୍ପଷ୍ଟ ହେବ ବୋଲି ଏସଡିପିଓ କହିଛନ୍ତି । ଅନ୍ୟପକ୍ଷେ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ରେ ୩ ଜଣିଆ ସଦସ୍ୟ ପହଞ୍ଚି ତଥ୍ୟ ସଂଗ୍ରହ କରିଛନ୍ତି । କେମିକାଲ ବିଶେଷଜ୍ଞ, ଫିଙ୍ଗରପ୍ରିଣ୍ଟ୍ ବିଶେଷଜ୍ଞ ପହଞ୍ଚି ନମୁନା ସଂଗ୍ରହ କରିଛନ୍ତି । ଏସଡିପିଓଙ୍କ ସହ ସଦର ଆଇଆଇସି କିରଣବାଳା ସାମଲଙ୍କ ସହ ଏକ ଟିମ୍ ଘଟଣାର ଛାନଭିନ୍ କରି ତଥ୍ୟ ପ୍ରମାଣ ସଂଗ୍ରହ କରିଛନ୍ତି । ନରକଙ୍କାଳଟି କାହାର, ଏହା କାଜୁଜଙ୍ଗଲକୁ କିପରି ଆସିଲା ବର୍ତ୍ତମାନ ସୁଦ୍ଧା ରହସ୍ୟାବୃତ ହୋଇରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons