କାର୍ଯ୍ୟ ଦିବସରେ ଅଫିସରଙ୍କ ବେଳାଭୂମି ଭ୍ରମଣ, ପାର୍ଟି!

Get real time updates directly on you device, subscribe now.

ରଙ୍ଗେଇଲୁଣ୍ଡା, (ବି.ବି.ନୁ୍ୟଜ): ସାମୁଦ୍ରିକ ଥାନା ଅନ୍ତର୍ଗତ ସୁନପୁର ବେଳାଭୂମିରେ ଭୋଜିଭାତ ଆସର । ବ୍ରହ୍ମପୁର ମେକାନିକାଲ ଡିଭିଜନ୍ ନିର୍ବାହୀ ଯନ୍ତ୍ରୀଙ୍କ ସହ କାର୍ଯ୍ୟାଳୟର ଅନ୍ୟ ଯନ୍ତ୍ରୀ ଓ କର୍ମଚାରୀ ଉପସ୍ଥିତ ଥିଲେ । କାର୍ଯ୍ୟାଳୟ ଛାଡ଼ି ପୂରା ଟିମ୍ ବୁଧବାର ଦିନ ସାରା ସମୁଦ୍ର ବେଳାଭୂମିରେ ରହିଥିଲେ । ସରକାରୀ ଗାଡ଼ି ଅପବ୍ୟବହାର କରି ଖାଇବା ପିଇବା, ମଉଜମସ୍ତିରେ ମସଗୁଲ ଥିଲେ । ପରିଚୟ ମାଗିବାରୁ ଆମ୍ଭେ କାର୍ଯ୍ୟାଳୟ ପିଅନ ବୋଲି କହିଥିଲେ । ବିଶ୍ୱକର୍ମା ମୂର୍ତ୍ତି ବିସର୍ଜନ ପାଇଁ ଆସି ଏହି ପାର୍ଟି କରିଥିଲୁ ବୋଲି କହିଥିଲେ । ଏଥିରେ କିଛି ଠିକାଦାର ସାମିଲ ହୋଇଥିବା ଜଣାପଡିଛି । ବ୍ରହ୍ମପୁର ଠାରୁ ୩୩ କିଲୋମିଟର ଦୂର ସୁନପୁର ବେଳାଭୂମିକୁ ମୂର୍ତ୍ତି ବିସର୍ଜନ ପାଇଁ ଆସିବା ଯଥାର୍ଥତା ନେଇ ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି । ଏନେଇ ଭିଡିଓ ଭାଇରାଲ ହେବା ପରେ ଚର୍ଚ୍ଚା ଜୋର ଧରିଛି । ନିର୍ବାହୀ ଯନ୍ତ୍ରୀ କ୍ଷୀରୋଦ ସାହୁଙ୍କୁ ଅଭିଯୋଗ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିବାରେ କହିଲେ ଯେ ଆଜି ସୁନପୁର ସାଇଟ୍ ଯାଇଥିଲି । ଖାଇବା ବ୍ୟବସ୍ଥା ହୋଇଥିଲା । ଟୁର ଚାର୍ଟରେ ଗସ୍ତ ସୂଚୀ ଥିଲା । ମାପଚୁପ କରିବାକୁ ଷ୍ଟାଫ୍ ଯାଇଥିଲେ । କନିÂ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀ ନଗଲେ ସାଇଟ୍ ଭିଜିଟ୍ କେମିତି ହେବ ବୋଲି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ତେବେ ନିର୍ବାହୀ ଯନ୍ତ୍ରୀଙ୍କ କଥାରେ ତାଳମେଳ ରହୁନଥିବାରୁ ଅଧିକ ଖୋଳତାଡ଼ କଲେ ସତ୍ୟ ଜଣାପଡ଼ିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons