କାର୍ ମୁହାଁମୁହିଁ: ଦମ୍ପତି ଗୁରୁତର

Get real time updates directly on you device, subscribe now.

ଫୁଲବାଣୀ,(ବି.ବି.ନୁ୍ୟଜ): ଶୁକ୍ରବାର ଅପରାହ୍ନ ସଦର ଥାନା ନିକଟ ଶଂଖିକଟା ବୁଲାଣିରେ ଦୁଇଟି କାର ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ଦୁଇ ଗୁରୁତର ଆହତ ହୋଇଥିବା ବେଳେ ଜଣେ ସାମାନ୍ୟ ଆହତ ହୋଇଛନ୍ତି । ଆହତ ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ବନ୍ଧଗଡ଼ ପଞ୍ଚାୟତର ନିର୍ବାହୀ ଅଧିକାରୀ ସସ୍ମିତା ବେହେରା ଏବଂ ତାଙ୍କ ସ୍ୱାମୀ ତଥା ଟିକାବାଲି ବ୍ଲକ ପିକରଡି ପଞ୍ଚାୟତର ଏଲ୍ଆଇ ଧିରେନ୍ଦ୍ର ବେହେରା ।
ଅଫିସ କାମ ସାରି ବନ୍ଧଗଡ଼ରୁ ନିଜ କାର୍ରେ ନିର୍ବାହୀ ଅଧିକାରୀ ଓ ତାଙ୍କ ସ୍ୱାମୀ ଟିକାବାଲି ଫେରୁଥିଲେ । ଫୁଲବାଣୀ ସଦର ଥାନା ଅନ୍ତର୍ଗତ ବରପଦା ଗ୍ରାମ ନିକଟ ଶଂଖିକଟା ବୁଲାଣିରେ ବିପରୀତ ଦିଗରୁ ଆସୁଥିବା ବ୍ରାହ୍ମଣୀ ଗାଁର ବ୍ୟବସାୟୀ ମାନସ ପାତ୍ରଙ୍କ କାର ସହ ମୁହାଁମୁହିଁ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ସସ୍ମିତା ଏବଂ ତାଙ୍କ ସ୍ୱାମୀ ଧୀରେନ୍ଦ୍ର ଗୁରୁତର ଆହତ ହୋଇଛନ୍ତି । ଏହି ରାସ୍ତାରେ ଯାଉଥିବା ଜନୈକ ଯାତ୍ରୀ ଲୋକଙ୍କ ସହଯୋଗରେ ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ଫିରିଙ୍ଗିଆ ବିଡିଓ ରଶ୍ମିରଞ୍ଜନ ମହନ୍ତ ଫୁଲବାଣୀ ଡାକ୍ତରଖାନା ପହଞ୍ଚି ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ଉଭୟଙ୍କ ଅବସ୍ଥାରେ ସଙ୍କଟାପନ୍ନ ଥିବାରୁ ଆହତମାନଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି । ଅପରପକ୍ଷରେ ମାନସ ସାମାନ୍ୟ ଆହତ ହୋଇଥିବାରୁ ପ୍ରାଥମିକ ଚିିକିତ୍ସାପରେ ଛାଡିିଦିିିଆ ଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons