କାର୍ ସହ ୭୧ କେଜି ଗଞ୍ଜେଇ ଜବତ, ୨ ଗିରଫ

Get real time updates directly on you device, subscribe now.

କନ୍ଧମାଳ, (ବି.ବି.ନୁ୍ୟଜ): ଗଞ୍ଜେଇ ଚାଷର ଭୂସ୍ୱର୍ଗ କନ୍ଧମାଳ । ଏଠାରୁ ରାଜ୍ୟ କଥା ଦେଶ ବାହାରକୁ ମଧ୍ୟ ଗଞ୍ଜେଇ ଚାଲାଣ ହେଉଛି । ପୁଲିସ ଅନେକ ସମୟରେ ଚଢ଼ଉ କରି ଗଞ୍ଜେଇ ଜବତ କରିବା ସତ୍ତେ୍ୱ ଚାଲାଣ ଥମିବାର ନା ଧରୁନି । ଆଜି ପୁଣି ଫିରିଙ୍ଗିଆ ପୁଲିସ ଚଢ଼ଉ କରି ୭୧ କେଜି ଗଞ୍ଜେଇ ସହ କାର୍ ଜବତ କରିଛି । ଗଞ୍ଜେଇ ଚାଲାଣ ଅଭିଯୋଗରେ ୨ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ କଟକ ଜିଲ୍ଲା ସାଲେପୁର ଅଞ୍ଚଳର ଆଲୋକ ସାହୁ (୩୦) ଓ ଅନ୍ୟଜଣେ ଏସ୍.କେ ସୁସ୍ତାକିନ୍ (୩୫) ବୋଲି ଫିରିଙ୍ଗିଆ ଥାନା ଅଧିକାରୀ ପି.ଶ୍ୟାମ ସୁନ୍ଦର ରାଧଙ୍କ ସୂତ୍ରରୁ ପ୍ରକାଶ ।
ପୂର୍ବାହ୍ନ ପ୍ରାୟ ୧୦ଟା । ଫିରିଙ୍ଗିଆ ପୁଲିସକୁ ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ମିଳିଥିଲା । ଫିରିଙ୍ଗିଆ ଥାନା ଅଧିକାରୀଙ୍କ ନିର୍ଦେଶକ୍ରମେ ଫିରିଙ୍ଗିଆ ଅତିରିକ୍ତ ଥାନା ଅଧିକାରୀ ବିକାଶ ଜାଲି, ଉଦୟନାଥ ଆଚାର୍ଯ୍ୟ ଓ ଟିମ ମାଶ୍ରୀପଡ଼ା ଛକ ନିକଟରେ ଜଗି ରହିଥିଲେ । ବୁଡ଼ାକାମ୍ବା ପଟୁ ଆସୁଥିବା ଗାଡ଼ିକୁ ଅଟକାଇ ଯାଞ୍ଚ କରିବା ପରେ ଗଞ୍ଜେଇ ଚାଲାଣ ହେଉଥିବା ଜଣାପଡିଥିଲା । ଦୁଇ ଅଭିଯୁକ୍ତ ଆଲୋକ ଓ ମୁସ୍ତାକିନଙ୍କ ନାମରେ ଫିରିଙ୍ଗିଆ ଥାନାରେ ମାମଲା ରୁଜୁ କରାଯାଇଛି । ଅନ୍ୟପଟେ ଏହି ଚଢ଼ାଉରେ ଅତିରିକ୍ତ ଥାନା ଅଧିକାରୀ ବିକାଶ କୁମାର ଜାଲି, ଏଏସ୍ଆଇ ଉଦୟନାଥ ଆଚାର୍ଯ୍ୟ ଚଢ଼ଉରେ ସାମିଲ ହୋଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons